ଝାରସୁଗୁଡା ଅଫିସ,୧୮।୫: ଟିକ୍ଟକ୍ ଭିଡିଓ କରିବାବେଳେ ଲୋକେ ନିଜ ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। କୌଣସି ସ୍ଥାନ କିମ୍ବା ପରିସ୍ଥିତିକୁ ମଧ୍ୟ ଦେଖୁନାହାନ୍ତି। ଝାରସୁଗୁଡାରେ ଏଭଳି ଏକ ଟିକ୍ଟକ୍ ଭିଡିଓ ରବିବାର ଭାଇରାଲ ହୋଇଛି, ଯେଉଁଥିରେ ଜଣେ ଯୁବକ ହସ୍ପିଟାଲର ବେଡ୍ରେ ଶୋଇ ଭିଡିଓ ତିଆରି କରିଛନ୍ତି। ତାହା ପୁଣି କରୋନା ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ଆଇସୋଲେସନ ୱାର୍ଡର ବେଡ୍ରେ। ସୂଚନା ମୁତାବକ, ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ନିୟୋଜିତ ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ ଜଣେ ଯୁବକ ଆଇସୋଲେଶନ ୱାର୍ଡର ବେଡ୍ରେ ଶୋଇ ଏହି ଟିକ୍ଟକ୍ ଭିଡିଓ ତିଆରି କରିଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ସିଡିଏମ୍ଓ ଡା. ଜଗଦୀଶ ଚନ୍ଦ୍ର ବାରିକ ହସ୍ତକ୍ଷେପ କରିଛନ୍ତି। ସମ୍ପୃକ୍ତ ଯୁବକଙ୍କୁ କାର୍ଯ୍ୟରୁ ବାହାର କରିବା ପାଇଁ ଉକ୍ତ ବେସରକାରୀ ସଂସ୍ଥାର ମୁଖ୍ୟଙ୍କୁ ସିଡିଏମ୍ଓ ନିର୍ଦ୍ଦେଶ ଦେଇଛନ୍ତି।