ହାତଧୋଇ ସଚେତନତାର ବାର୍ତ୍ତା

ଭୁବନେଶ୍ୱର,୧୪।୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ)ର ଅଧିକାରୀ, ମନ୍ତ୍ରୀପରିଷଦର ସଦସ୍ୟ ଏବଂ ବିଧାୟକ ଗଣ ସମସ୍ତେ ଶୁକ୍ରବାର ଅପରାହ୍ନରେ ଓଡ଼ିଶା ବିଧାନସଭା ପରିସରରେ ଏକାଠି ହୋଇଥିଲେ। ହେଲେ ନା ହୋଇଥିଲା ବିତର୍କ ନା ରାଜନୈତିକ ବୟାନବାଜି। ପ୍ରସ୍ତୁତ ରହିଥିଲା ହାତ ଧୋଇବା ପାଇଁ ବେସିନ୍‌ ଆବଶ୍ୟକ ହ୍ୟାଣ୍ଡୱାଶ ଏବଂ ତଉଲିଆ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ହ୍ୟାଣ୍ଡୱାଶ୍‌, ସାନିଟାଇଜର ବ୍ୟବହାର କରି ହାତ ଧୋଇଥିଲେ। ବାରମ୍ବାର ହାତ ଧୋଇବା ଦ୍ୱାରା କୋରନା ସଂକ୍ରମଣରୁ ରକ୍ଷା ପାଇ ହେବ। ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତାକୁ ସମସ୍ତେ ପାଳନ କରିଥିଲେ। ଏହାକୁ ନିଜ ନିଜ ନିର୍ବାଚନମଣ୍ଡଳୀ ପ୍ରୟୋଗ ସହ ସାଧାରଣ ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ରାଜ୍ୟରେ ପ୍ରଚଳିତ ସଂଘୀୟ ବ୍ୟବସ୍ଥାରେ ବିଧାନସଭା ଗଣତନ୍ତ୍ରର ମନ୍ଦିର ସଦୃଶ। ଏହିଠାରୁ ସ୍ବଚ୍ଛତାର ବାର୍ତ୍ତା ରାଜ୍ୟବାସୀଙ୍କ ପ୍ରେରଣା ଦେବ ବୋଲି ସମସ୍ତେ ଆଶାବାଦୀ।
ଏହି ହାତଧୁଆ କାର୍ଯ୍ୟକ୍ରମ ପୂର୍ବରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ବୈଠକରେ ବାଚସ୍ପତି ପାତ୍ର କହିଥିଲେ ଯେ, ବର୍ତ୍ତମାନ ସାରା ପୃଥିବୀ କରୋନା ଭୂତାଣୁ (କୋଭିଡ-୧୯) ସଂକ୍ରମଣରେ କବଳିତ। ତେଣୁ ଏହାର ପ୍ରତିଷେଧକ ଆପଣାଇବା ନିହାତି ଜରୁରୀ। ପଡ଼ୋଶୀ ଚାଇନାରେ ମହାମାରୀରେ ପରିଣତ ହୋଇଥିବା ଏହି ଭୂତାଣୁ ଭାରତରେ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ପରାମର୍ଶକ୍ରମେ ଏହା ଯେପରି ନ ବ୍ୟାପେ, ସେଥିପ୍ରତି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ସେହି କ୍ରମରେ ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିବା ବାଚସ୍ପତି କହିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଥିଲେ ଯେ, ଅଦ୍ୟାବଧି ରାଜ୍ୟରେ କୌଣସି ସଂକ୍ରମଣ ଦେଖାଦେଇନାହିଁ। ରାଜ୍ୟ ସରକାର ଏହାର ପ୍ରତିରୋଧ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଥିବା ନବ କହିଥିଲେ। ସେହିଭଳି ସଭାରେ ଉପସ୍ଥିତ ଥିବା ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ କହିଥିଲେ ଯେ, ସଂକ୍ରମିତଙ୍କ ସଂଖ୍ୟା ଗୁଣୋତ୍ତର ପ୍ରଗତିରେ ବୃଦ୍ଧି ଘଟୁଛି। ଏହି ସଂକ୍ରମଣର କୌଣସି ଔଷଧ ନ ଥିବାରୁ କେବଳ ସତର୍କତା ଅବଲମ୍ବନ ହିଁ ଏକମାତ୍ର ଉପାୟ ବୋଲି ତ୍ରିପାଠୀ କହିଥିଲେ। ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ କିଶୋର ଧଳ କରୋନା ଭୂତାଣୁ ସମ୍ପର୍କିତ ଏକ ପାୱାରପଏଣ୍ଟ ଉପସ୍ଥାପନ କରିଥିଲେ। ନିକୁଞ୍ଜ କହିଥିଲେ ଯେ, ସାରା ପୃଥିବୀର ୧୨୦ ଦେଶ ଏ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛି। ସମସ୍ତଙ୍କ ମିଳିତ ପ୍ରଚେଷ୍ଟା ଓ ପ୍ରତିଷେଧମୂଳକ ପଦକ୍ଷେପ ଦ୍ୱାରା ଏହି ସଂକ୍ରମଣକୁ ପ୍ରତିହତ କରାଯାଇପାରିବ ବୋଲି ଧଳ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ହେବ ବିଜେଡି-କଂଗ୍ରେସ ମେଣ୍ଟ! ଭିତିରି ପ୍ଲାନ କହିଦେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମପି...

ମଙ୍ଗଳବାର ଭୁବନେଶ୍ୱର ବନ୍ଦ, ହେବ ବଡ଼ ଆନ୍ଦୋଳନ…

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଅଦ୍ଭୁତ ମାଛ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼, କେଜି ଏତିକି ଟଙ୍କାରେ ହେଲା ବିକ୍ରି

ଭୋଗରାଇ,୨୨ା୯(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ...

‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ କ’ଣ ରହିବ ବିଜେଡିର ପକ୍ଷ? ନବୀନ କହିଲେ ସମୟ ନେବୁ…

ଭୁବନେଶ୍ୱର,୨୨।୯: ଦେଶରେ ‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ ବିତର୍କ ଆରମ୍ଭ ହୋଇଛି। ଏକକାଳୀନ ନିର୍ବାଚନକୁ ନେଇ ମୋଦି କ୍ୟାବିନେଟ ମଞ୍ଜୁରୀ ଦେବା ପରେ ଏବେ...

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଚାଲିଗଲା ଜଣଙ୍କ ଜୀବନ

ଲାଞ୍ଜିଗଡ଼,୨୨ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅନ୍ୟ...

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri