Posted inଭଦ୍ରକ

ହାତପାହାନ୍ତାରେ ଝୁଲୁଛି ବିପଦ

ଭଦ୍ରକ ଅଫିସ, ୧୫।୨- ଭଦ୍ରକ ଜିଲା ଧାମନଗର ବ୍ଲକ ପଦ୍ମପୋଖରୀ ଛକ ନିକଟରେ ହାତପାହାନ୍ତାରେ ଝୁଲିଛି ବିପଦ। ସତେ ଯେପରି ଯେକୌଣସି ମୁହୂର୍ତ୍ତରେ ଝୁଲି ରହିଥିବା ୧୧ କେଭି ବିଦ୍ୟୁତ୍‌ ତାର ବିପଦକୁ ଚାହିଁ ରହିଛି। ଧାମନଗର ବ୍ଲକର ଭଗବାନପୁର ଏବଂ ଏନ୍‌ଏସିର ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ରାସ୍ତା ଉପରେ ଭଣ୍ଡାରିପୋଖରୀକୁ ଯାତାୟାତ ପାଇଁ ନିର୍ଭର କରନ୍ତି। ଭଗବାନପୁରଠାରୁ ପଳିକିରି ଓ ଦକ୍ଷିଣବାଡ଼ ବାଇପାସ୍‌ ରୋଡ ପଦ୍ମପୋଖରୀ ଛକ ନିକଟରେ ଏହି ବିଦ୍ୟୁତ୍‌ ତାର ବିପଦ ସଙ୍କୁଳ ଭାବେ ନୀଚାବସ୍ଥାରେ ଝୁଲି ରହିଛି। ଅପରପକ୍ଷେ ପଦ୍ମପୋଖରୀଠାରୁ ଦକ୍ଷିଣବାଡ଼ ବାଇପାସ୍‌ ରାସ୍ତା ନିର୍ମାଣାଧୀନ ରହିଥିବାରୁ ଆହୁରି ୨ ଫୁଟ୍‌ ରାସ୍ତା ଉଚ୍ଚତା ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ଉକ୍ତ ରାସ୍ତା ଉଚ୍ଚା ହେବା ପରେ ଯେକୌଣସି ମୁହୂର୍ତ୍ତରେ ବଡ଼ଧରଣର ଦୁର୍ଘଟଣାର ଆଶଙ୍କା ରହିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏଣୁ ତୁରନ୍ତ ଉକ୍ତ ରାସ୍ତା ଉପରେ ଝୁଲି ରହିଥିବା ବିଦ୍ୟୁତ୍‌ ତାରକୁ ଆବଶ୍ୟକ ଉଚ୍ଚତାରେ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ସୂଚନା ଥାଉକି, ଗତ ରବିବାର ଗଞ୍ଜାମ ଜିଲାରେ ଅଳ୍ପ ଉଚ୍ଚତାରେ ଥିବା ବିଦ୍ୟୁତ୍‌ ତାର ଲାଗି ୧୦ ଜଣ ବସ୍‌ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ହୋଇଥିଲେ। ଏହି ଘଟଣା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଥିଲା। ସେହିଦିନ ବାଲେଶ୍ୱର ଜିଲା ବାଲିଆପାଳଠାରେ ମଧ୍ୟ ଏକ ଟୁରିଷ୍ଟ ବସ୍‌ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲା। ଡ୍ରାଇଭର ଉପସ୍ଥିତବୁଦ୍ଧି ପ୍ରୟୋଗ କରି ଗାଡ଼ିକୁ ପଛକୁ ନେଇଯିବାରୁ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥିଲା। ପରଦିନ ଧାମରା ନିକଟସ୍ଥ କଇଥଖୋଲା ବଜାରରେ ଏଭଳି ଆଉ ଏକ ଦୁର୍ଘଟଣାକୁ ସାମ୍ନା କରିଥିଲେ ଦୁଇ ବାଇକ୍‌ ଆରୋହୀ। ମୃତ୍ୟୁମୁଖରୁ ଅଳ୍ପକେ ସେମାନେ ବର୍ତ୍ତି ଯାଇଥିଲେ ସୁଦ୍ଧା ସେମାନଙ୍କ ବାଇକ୍‌ଟି ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା। ଧୀରେ ଧୀରେ ଏହିଭଳି ଦୁର୍ଘଟଣା ବିଭିନ୍ନ ସ୍ଥାନରେ ଘଟିଲାଣି। ଏଣୁ ଆଗାମୀ ଦିନରେ ଆଉ ଅଧିକ ଧନଜୀବନ ହାନି ଘଟିବା ପୂର୍ବରୁ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇ ପଦକ୍ଷେପ ନିଆଯିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଧାମନଗରରେ ୧୬୩ ଲାଗୁ

ଧାମନଗର,୧୯ା୯: ଭଦ୍ରକ ଜିଲା ଧାମନଗର ଗୋଷ୍ଠୀ ସଂଘର୍ଷ ଘଟଣାରେ ବିଏନ୍‌ଏସ୍‌ଏସ୍‌ ୧୬୩ ଲାଗୁ ହୋଇଛି। ୨୧ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବିଏନ୍‌ଏସ୍‌ଏସ୍‌ ୧୬୩ ଲାଗୁ ହୋଇଛି।...

ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ ବିଷ୍ଣୁ ସେଠୀ: ମୁଖ୍ୟମନ୍ତ୍ରୀ

ତିହିଡ଼ି,୧୯ା୯: ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ। ତାଙ୍କ ଉଦ୍ୟମରେ କାନ୍ତକବିଙ୍କ ଲିଖିତ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତର...

ଗଣେଶ ମୂର୍ତ୍ତି ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ, ୮ ଗିରଫ

ତିହିଡ଼ି,୧୨ା୯(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ପାଳିଆବିନ୍ଧା ପଞ୍ଚାୟତ ଅଧୀନ ପାଳିଆ ଗ୍ରାମରେ ବୁଧବାର ରାତିରେ ଗଣେଶ ମେଢ଼ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ...

ସୁଭଦ୍ରା ଫର୍ମ ଫେରସ୍ତ ମାଗିବାରୁ ଅଙ୍ଗନୱାଡି ଦିଦିଙ୍କୁ ପିଟିଲେ, ଆଉ ଏବେ….

ଚାନ୍ଦବାଲି,୧୧।୯(କିଷାନ ପାତ୍ର): ସୁଭଦ୍ରା ଫର୍ମ ଫେରସ୍ତ ମାଗିବା ଘଟଣାକୁ କେନ୍ଦ୍ରକରି ଚାନ୍ଦବାଲି ବ୍ଲକ ଅଧୀନ ଖଦାଳପୋଖରୀ ପଞ୍ଚାୟତର ବ୍ରହ୍ମଟିକ୍ରି ଅଙ୍ଗନୱାଡି କର୍ମୀ ପ୍ରୀତିରେଖା ବଳଙ୍କୁ ମାଡ଼...

ଭଦ୍ରକରେ ଚାଞ୍ଚଲ୍ୟ: ପ୍ରସବରେ ସହାୟତା କରିଥିବା ମହିଳା ଶିଶୁ କନ୍ୟାକୁ ନେଇ ଚମ୍ପଟ

ଭଦ୍ରକ, ୧୦।୯(ସନାତନ ରାଉତ): ପିଲାଜନ୍ମରେ ସହାୟତା କଲେ। ମା’ ଛୁଆଙ୍କୁ ନେଇ ଭଦ୍ରକ ଓ ପରେ କଟକ ମେଡିକାଲ ନେଇଗଲେ। ମେଡିକାଲରୁ ଫେରିବା ବାଟରେ ନବଜାତ...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ଭଦ୍ରକ,୯ା୯(ସନାତନ ରାଉତ): ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଟାଉନ ଥାନା ଅଧୀନ ବନ୍ତ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଏକ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri