ହାତୀର ଗଳିତ ମୃତଦେହ ଉଦ୍ଧାର

ବନ୍ତଳା, ୧୧ା୫(ଡି.ଏନ.ଏ.)-ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଜଗନ୍ନାଥପୁର ବିଟ୍‌ ପଣସ ତଇଳାରେ ଶୁକ୍ରବାର ଅପରାହ୍ନରେ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଗ୍ରାମବାସୀଙ୍କ ସୂଚନାରୁ ପ୍ରକାଶ, ରବିବାର ଠାରୁ ହାତୀର ମୃତ୍ୟୁ ହୋଇଛି। ୭ ଦିନ ପୂର୍ବରୁ ହାତୀଟି ଅସୁସ୍ଥ ହୋଇ ବୁଲୁ ଥିବା ବେଳେ ବନ କର୍ମଚାରୀମାନେ ତାହା ଉପରେ ନଜର ରଖିଥିଲେ। ଦୁଇଦିନ ପରେ ହାତୀଟି କେଉଁଆଡେ ଚାଲିଯାଇଥିବା ବେଳେ ପୁଣି ଜଗନ୍ନାଥପୁର ତରଭା ରାସ୍ତାରେ ଦେଖାଯାଇଥିଲା। ପରବର୍ତ୍ତୀ ସମୟରେ ହାତୀର ଗତିବିଧି ଉପରେ ବନ ବିଭାଗ ନଜର ରଖି ନ ଥିବା ଅଭିଯୋଗ ହୋଇଛି। ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ବିଭାଗ ପକ୍ଷରୁ ଅବହେଳା କରାଯାଉଥିବା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ହାତୀ ମୃତ୍ୟୁ ସମ୍ପର୍କରେ ଖବରପାଇ ସାତକୋଶିଆ ଡିଏଫଓ ପି. ରାମାସ୍ବାମୀ, ଏସିଏଫ ଶୁଭେନ୍ଦୁ ବେହେରା, ସରୋଜ କୁମାର ପଣ୍ଡା, ଡାକ୍ତର କିଶୋର କୁମାର ସାହୁ ପ୍ରମୁଖ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପରେ ଏହାକୁ ପୋତି ଦେଇଥିଲେ। ଏ ସମ୍ପର୍କରେ ଡିଏଫଓ ପି ରାମାସ୍ବାମୀ କୁହନ୍ତି, ମୃତ ହାତୀର ବୟସ ୩ରୁ ୪ ବର୍ଷ ମଧ୍ୟରେ ହେବ। ୪ରୁ ୫ ଦିନ ହେବ ଏହାର ମୃତ୍ୟୁ ଘଟିଛି। ପାଟ୍ରୋଲିଂବେଳେ ହାତୀର ମୃତ୍ୟୁ ଘଟିଥିବା କର୍ମଚାରୀମାନେ ଜାଣିବାକୁ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରହରିଷ୍ଟ ଖଣ୍ଡନ ନାଁରେ ମହିଳାଙ୍କୁ ଅଚେତ୍‌ କଲେ ଭଣ୍ଡବାବା: ଆଉ ତା’ପରେ…

ଡେରାବିଶ, ୨୭ା୧୧ ( ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ମିଶନ ଶକ୍ତି ଏମ୍‌ବିକେ କାର୍ଯ୍ୟ କରୁଥିବା ହିମାଂଶୁ ପାତ୍ରଙ୍କ...

ବାର୍‌ହା ଶିକାର କରି ଚାଲିଥିଲା ମାଂସ ଭାଗବଣ୍ଟା: ମାଡ଼ିବସିଲା ପୋଲିସ

କେସିଙ୍ଗା,୨୭।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ବନଖଣ୍ଡ ଅଞ୍ଚଳରେ ବାର୍‌ହା ଶିକାର କରି ମାଂସ ଭାଗବଣ୍ଟା ଚାଲିଥିବା ସମଯରେ ବନ ବିଭାଗ ଚଢ଼ଉ କରି ୩...

ଅଙ୍ଗନଓ୍ବାଡି ଚାଉଳ ହଡ଼ପ, ଠିକାଦାରଙ୍କ ଗୋଦାମ ସିଲ୍‌

ଧାମନଗର,୨୭।୧୧(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକରେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକୁ ଯୋଗାଉଥିବା ଚାଉଳ ହଡ଼ପ ଅଭିଯୋଗରେ ଠିକାଦାରଙ୍କ ଗୋଦାମକୁ ମଙ୍ଗଳବାର ସିଲ୍‌ କରାଯାଇଛି। ଧାମନଗର ସିଡିପିଓ ଧରିତ୍ରୀ ପାଣିଗ୍ରାହୀଙ୍କ...

ଚର୍ଚ୍ଚାରେ ବ୍ରହ୍ମପୁର ମେୟର, ବିଜେଡି କର୍ପୋରେଟରଙ୍କ ପୁରୀ ଗସ୍ତ

ବ୍ରହ୍ମପୁର,୨୭ା୧୧(ନରସିଂହ ସାହୁ):ବ୍ରହ୍ମପୁର ମହାନଗର ନିଗମ (ବିିଇଏମ୍‌ସି) ମେୟର ସଂଘମିତ୍ରା ଦଳେଇଙ୍କ ନେତୃତ୍ୱରେ ଡେପୁଟି ମେୟର ବିବେକ ରେଡ୍ଡୀଙ୍କ ସମେତ ୨୬ ବିଜେଡି କର୍ପୋରେଟର ହଠାତ୍‌ ପୁରୀ...

କେନ୍ଦ୍ରର ଜନବିରୋଧୀ ନୀତିକୁ ବିଭିନ୍ନ ସଙ୍ଗଠନର ବିରୋଧ

ଭବାନୀପାଟଣା,୨୭ା୧୧(ଉତ୍ତମ କୁମାର ଦାଶ):କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ମଙ୍ଗଳବାର ଭବାନୀପାଟଣା ଜିଲାପାଳଙ୍କ ଅଫିସ ସମ୍ମୁଖରେ ଜିଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଗଣଧାରଣା ଦିଆଯାଇଛି। କଳାହାଣ୍ଡି...

ସୀମା ଟପିଲା ବୋହୂ, ପୁଅଙ୍କ ନିର୍ଯାତନା : ପଡ଼ୋଶୀଙ୍କ ଗୁହାଳରେ ଝୁଲି ପଡ଼ିଲେ ବାପା

ଭୋଗରାଇ, ୨୭l୧୧( ପ୍ରଦୀପ ଦାସ):ବହୁ ଦୁଃଖ କଷ୍ଟ ସହି ଦୁଇ ପୁଅଙ୍କୁ ବଡ଼ କରିଥିଲେ। ଭାବିଥିଲେ ପରିଣତ ବୟସରେ ସାହାରା ହେବେ। ହେଲେ ସେ ଅଲୋଡ଼ା...

ମୃତଦେହ ଆସିବାକୁ ଅପେକ୍ଷା କରିଥିବାବେଳେ ଘରୁ ଡକାୟତି

ବଇଣ୍ଡା, ୨୭ା୧୧ (ପରିକ୍ଷିତ ସାହୁ): ଦୁର୍ଘଟଣାରେ ଜଣେ ସଦସ୍ୟ ପ୍ରାଣ ହରାଇଥିବାରୁ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। ଖବରପାଇ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବାକୁ ବନ୍ଧୁବାନ୍ଧବ...

ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୨୭ା୧୧(ଅଜିତ୍‌ କୁମାର ମହାନ୍ତି):ମାର୍ଗଶିର ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି ବୁଧବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ଅନୁଷ୍ଠିତ ହେବ। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri