ବୌଦ୍ଧ,୧୭।୬(ଡି.ଏନ୍.ଏ.): ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜର ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲର ଗୁଟୁଣିମାଟୁ ନାଳ ନିକଟରେ ଏକ ଦନ୍ତା ହାତୀର ମୃତଦେହ ବୁଧବାର ଦେଖିବାକୁ ମିଳଛି। ସକାଳେ ତଳଗାଁର କେତେକ ମହିଳା ଛତୁ ତୋଳିବାକୁ ଜଙ୍ଗଲକୁ ଯାଇଥିବା ବେଳେ ହତୀର ମୃତଦେହ ଦେଖିବାକୁ ପାଇଥିଲେ। ଗ୍ରାମବାସୀ ସ୍ଥାନୀୟ ତଳଗାଁ ବନ କର୍ମଚାରୀଙ୍କୁ ଖବର ଦେବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ହାତୀ ଦେହରେ ଗୁଳି ବାଜିଥିବା ବନ କର୍ମଚାରୀ ଦେଖିଥିଲେ। ତେବେ ଉପରସ୍ଥ ଅଧିକାରୀ ପହଞ୍ଚି ତଦନ୍ତ ଚଳାଇଛନ୍ତି।