କରାଚୀ,୨ା୪: ମହାମାରୀ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ବେଳେ ଜାତି ଧର୍ମ ଭେଦଭାବ ଦେଖାଯାଇ ନ ଥାଏ। କରୋନା ମହାମାରୀ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହା ବିରୋଧରେ ଲଢ଼େଇ ପାଇଁ ସାରା ବିଶ୍ୱ ଏକାଠି ହୋଇଥିବାବେଳେ ପାକିସ୍ତାନ ସରକାର ଧର୍ମୀୟ ପାତରଅନ୍ତର ନୀତି ଗ୍ରହଣ କରିଛନ୍ତି। ଲକ୍ଡାଉନ ବେଳେ ସେଠାରେ ସଂଖ୍ୟାଲଘୁ ହିନ୍ଦୁ ଓ ଖ୍ରୀଷ୍ଟିୟାନ ଜନସାଧାରଣଙ୍କୁ ଖାଦ୍ୟ ଦିଆଯାଉ ନାହିଁ। ସରକାର ଯୋଗାଉଥିବା ଖାଦ୍ୟ କେବଳ ମୁସଲମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଜଣେ ଅଧିକାରୀ କହିଛନ୍ତି। ସଂଖ୍ୟାଲଘୁମାନଙ୍କୁ ରାଶନ ମିଳୁ ନ ଥିବା ସେମାନେ ନିରାଶ ହୋଇଛନ୍ତି। ଲକ୍ଡାଉନ ଯୋଗୁ ଦୋକାନ ବଜାର ବନ୍ଦ ଥିବାରୁ କରାଚୀର ରେହ୍ରି ଘୋଥ୍ଠାରେ ଖାଦ୍ୟ ସଂଗ୍ରହ ଲାଗି ରୁଣ୍ଡ ହୋଇଥିବା ହିନ୍ଦୁମାନଙ୍କୁୂ ଫେରିଯିବା ଲାଗି କୁହାଯାଇଥିଲା।