ହିରୋରୁ ବାପା ଭୂମିକା ଯାଏ

ଦୁର୍ଗା ଭୂୟାଁ! ଓଡ଼ିଆ ଯାତ୍ରା ଜଗତର ଜଣେ ବର୍ଷୀୟାନ୍‌ କଳାକାର। ଯାତ୍ରାର ଅନେକ ପରିବର୍ତ୍ତନ ସେ ଦେଖିଛନ୍ତି। ପୁଣି ଅନେକ କଥା ସେ ଅଙ୍ଗେ ନିଭେଇଛନ୍ତି। ଘର ବାଲେଶ୍ୱର ଜିଲାର ଜଳେଶ୍ୱର ଅନ୍ତର୍ଗତ ଶିଖରପୁର ଗାଁ। ତାଙ୍କୁ ଯେତେବେଳେ ୧୨ବର୍ଷ ବୟସ ହୋଇଥିଲା ସେ ଆସିଲେ ଯାତ୍ରାକୁ। ସେବେ ଠୁ ଯାତ୍ରାର ମୋହରେ ପଡ଼ିଛନ୍ତି। ତାଙ୍କ ଅଜା ଥିଲେ ଜଣେ କୀର୍ତ୍ତନ ଗାୟକ। ଅଜାଙ୍କ ସହିତ ସେ ମଧ୍ୟ କୀର୍ତ୍ତନ କରୁଥିଲେ। ପୁଣି ଅଜାଙ୍କଠାରୁ ହାରମୋନିୟମ୍‌ ଏବଂ ମୃଦଙ୍ଗ ବଜେଇ ଶିଖିଲେ। ଜନ୍ମରୁ ତାଙ୍କ ଭିତରେ କଳା ଭରି ଦେଇଥିଲେ ଭଗବାନ। ଅଜାଙ୍କ ଘରେ ରହୁଥିଲେ ଦୁର୍ଗା। ଅଜାଙ୍କ ଗଁାରେ ଯାତ୍ରା ହେଲା। ବହି ଥିଲା ଶ୍ରୀୟା ଚାଣ୍ଡାଳୁଣୀ। ତାଙ୍କୁ ଶ୍ରୀୟା ଭୂମିକାରେ ସେମାନେ ଅଭିନୟ କରେଇଲେ। ଖୁବ୍‌ ଭଲ ଅଭିନୟ କଲେ ଦୁର୍ଗା। ସେଇଥିଲା ତାଙ୍କର ପ୍ରଥମ ଅଭିନୟ। ଏହାପରେ ତାଙ୍କ ଗାଁ ଶିଖରପୁରରେ ଗୋଟିଏ ଯାତ୍ରାପାର୍ଟି ଅଭିନୟ କଲା। ବରାଳବାଲୁଙ୍କେଶ୍ୱର ଅପେରା! ଗଁା ପିଲାଟା ଭଲ ଅଭିନୟ କରୁଥିବାରୁ ସେହି ପାର୍ଟିରେ ନେଇ ତାଙ୍କୁ ଅଭିନୟ କରେଇଲେ। ସେତେବେଳେ ତାଙ୍କ ବୟସ କମ୍‌ ଥିଲା। ତେଣୁ ସେ ପ୍ରଥମେ ନୃତ୍ୟନାଟିକାରେ ନୃତ୍ୟାଭିନୟ କଲେ। କେତେବେଳେ ଝିଅ ପାର୍ଟ ମିଳିଲା ତ କେତେବେଳେ ପୁଅ ଭୂମିକା। ବୟସ ବଢ଼ିଲା। ସେ ହିରୋ ଭୂମିକାରେ ଓହ୍ଲେଇଲେ ମଞ୍ଚକୁ। ଏବେ ବୟସର ଅପରାହ୍ନରେ। ତେଣୁ ବାପା, ଜେଜେଙ୍କ ଭଳି ଭୂମିକାକୁ ନେଇ ସନ୍ତୁଷ୍ଟ ଅଛନ୍ତି ଏହି ବର୍ଷୀୟାନ୍‌ ଅଭିନେତା। ଯାତ୍ରାରେ ଇତିମଧ୍ୟରେ ସେ ପଚାଶରୁ ଅଧିକ ବର୍ଷ ଅତିବାହିତ କରିସାରିଲେଣି। ଓଡ଼ିଶା ଅପେରା, ଜନତା ଗଣନାଟ୍ୟ, ସୋନାଲି ଗଣନାଟ୍ୟ, ବାଣେଶ୍ୱରୀ ଅପେରା, ବାଘାଯତୀନ ଲୋକନାଟ୍ୟ, ସୁବର୍ଣ୍ଣରେଖା ଅପେରା, ତାରିଣୀ ଗଣନାଟ୍ୟ, ସ୍ବର୍ଣ୍ଣମହଲ ଆଦିରେ ଅଭିନୟ କରି ଚଳିତ ବର୍ଷ ଆସି ପହଞ୍ଚତ୍ଛନ୍ତି ରାଜଧାନୀ ଅପେରାରେ। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ସରଗରୁ ଚାନ୍ଦ ପଡ଼ିଛି ଖସି, ଗାନ୍ଧୀବାଦ୍‌ ଆଜି କବର ତଳେ, କିଏ ନେଇଗଲା ଜାଇଫୁଲକୁ, ପାହିଗଲା ରାତି ରହିଗଲା କଥା, ରାଣୀ ମହୁମାଛି, ଫଗୁଣ ଦେଇଛି ପହିଲି ଚିଠି, ଝରଣା ଝୁରେ ସାଗର ପାଇଁ, ବଇନା ଦେଇଛି ବାହା ହବାକୁ, ଆଖି କହୁଛି ଲୁହର କଥା, ନିଜ ଶବ ପାଇଁ ନିଜେ କୋକେଇ, ମିଛୁଆ ସ୍ବାମୀ ଏବଂ ଆହୁରି ଅନେକ। ଚଳିତ ବର୍ଷ ରାଜଧାନୀ ଅପେରାରେ ତାଙ୍କ ଅଭିନୀତ ନାଟକଗୁଡ଼ିକ ମଧ୍ୟରେ ରହିଛି ଲକ୍ଷେ ଶିବ ପୂଜି ପାଇଛି ତତେ, ଭୁଲ୍‌ ହୋଇଗଲା ତତେ ଭଲପାଇ, କେମିତି ଅଛ ନୀହାରିକା, କଳିଯୁଗ କୁନ୍ତି। ଯାତ୍ରାରେ କଟିଗଲା ଏହି ଅଭିଜ୍ଞ ଅଭିନେତାଙ୍କ ଜୀବନ। ଯାତ୍ରା ଉପରେ ମତାମତ ଦେବାକୁ ଯାଇ ସେ କହନ୍ତି, ସେତେବେଳର ଯାତ୍ରା ଢିଙ୍କି ହେଲେ ଏବର ଯାତ୍ରା ହଲର ମେଶିନ୍‌। ପୁଣି ଆଜିର ଗୋଟିଏ ପରିବାରରେ ବୁଢ଼ା ବାପାମା’ଙ୍କର ଅବସ୍ଥା ଯାହା ଏବେକାର ଯାତ୍ରାପାର୍ଟିରେ ବର୍ଷୀୟାନ୍‌ କଳାକାରମାନଙ୍କ ଅବସ୍ଥା ସେଇଆ ବୋଲି ମତଦିଅନ୍ତି ଏହି ଅଭିନେତା।


Enter your email to get our daily news in your inbox.

All Right Reserved By Dharitri.Com

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri