ହିରୋସୀମାର ୭୪ ବର୍ଷ ତଳର ଲୁହ ଭିଜା କାହାଣୀ: ଅଗଷ୍ଟ ୬ ସାଜିଥିଲା ମାନବ ସଭ୍ୟତାର କଳାଦିନ

ଟୋକିଓ/ନୂଆଦିଲ୍ଲୀ, ୬।୮: ଅଗଷ୍ଟ ମାସ ୬ ତାରିଖକୁ ମାନବ ସଭ୍ୟତାର କଳାଦିନ ଭାବେ ବିବେଚନା କରାଯାଏ। ୧୯୪୫ ମସିହାରେ ଏହି ଦିନ ଜାପାନର ହିରୋସୀମା ସହର ଉପରେ ପକାଯାଇଥିଲା ପରମାଣୁ ବୋମା, ନିରୀହ ଜନସାଧାରଣ ଗ୍ରୀଷ୍ମଋତୁର ସାକୁରା ପୁଷ୍ପ ପ୍ରସ୍ଫୁଟିତ ଉଦ୍ୟାନ ନଗରୀ ହିରୋସୀମାରେ ସୁନେଲି ସକାଳକୁ ଉପଭୋଗ କରୁଥିବାବେଳେ ସହର ଉପରେ ସକାଳ ୮ଟା ୧୬ମିନିଟରେ ଆମେରିକାର ବୋମାବର୍ଷି ବିମାନ ‘ଏନୋଲା ଗେ’ରୁ ’ଲିଟିଲ୍‌ ବୟ’ ନାମକ ପରମାଣୁ ବୋମା ନିକ୍ଷେପ କରାଯାଇଥିଲା। ନିମିଷେକ ମଧ୍ୟରେ ଏକ ପ୍ରାଚୁର୍ଯ୍ୟପୂର୍ଣ୍ଣ ନଗରୀକୁ ଧୂଳିସାତ ହୋଇଯାଇଥିଲା। ଇତିମଧ୍ୟରେ ବିତିଛି ୭୩ ବର୍ଷ ତେବେ ହିରୋସୀମାର ଲୁହଲହୁ ଭିଜା କାହାଣୀ ଯେତେ ଲେଖିଲେ ମଧ୍ୟ ଶେଷ ହୋଇପାରୁନାହିଁ। ବୋମା ବିସ୍ଫୋରଣ ପର ଦୃଶ୍ୟ ଥିଲା ହୃଦୟ ବିଦାରକ। ମୃତ ଦେହର ଲମ୍ବାଧାଡ଼ି ଲାଗିରହିଥିଲା ବହୁଦୂର ଯାଏ। ଯେଉଁମାନେ ମରିଗଲେ ସେମାନେ ହୁଏତ ତରିଗଲେ ମାତ୍ର ଯେଉଁମାନେ ବଞ୍ଚତ୍ରହିଥିଲେ ସେମାନଙ୍କର ଦୁଃଖ ଓ ଦୁର୍ଦ୍ଦଶା ଥିଲା ଅକଥନୀୟ। ପରମାଣୁ ବିଭୀଷିକାରେ ଅଧିକାଂଶ ହୋଇଯାଇଥିଲେ ଅନ୍ଧ, ବିକଳାଙ୍ଗ। ଅନେକଙ୍କ ହାତ, ଗୋଡ଼ ସେମାନଙ୍କ ଆଖି ଆଗରେ ଜଳୁଥିଲା। ରାସ୍ତାର ଙ୍କକ୍ରିଟ, ଘରବାଡ଼ି ସବୁ ହିଁ ଜଳୁଥିଲା। ଏକ କଳା ବହଳିଆ ମାଟି ଓ ଧୂଆଁ ଲୋକଙ୍କୁ କଳାରଙ୍ଗର ପୋଡ଼ା ଅଙ୍ଗାରଭଳି ରୂପ ପ୍ରଦାନ କରିଥିଲା। ଲୋକଙ୍କ ଦେହରେ ନ ଥିଲା ଲୁଗାପଟା। ବୋମା ବିଷୟରେ କିଛି ଜାଣିବାପୂର୍ବରୁ ବିସ୍ଫୋରଣ ସହିତ ସମସ୍ତଙ୍କ ଦେହରେ ଥିବା ପୋଷାକ ଆପଣାଛାଏଁ ଜଳି ଉଠିଥିଲା। ବିସ୍ଫୋରଣସ୍ଥଳର ୨ କିଲୋମିଟର ବ୍ୟାସ ଅଞ୍ଚଳର କୋଠାବାଡ଼ି ସହ ମାଟି, ପଥର, ରାସ୍ତାର ଙ୍କକ୍ରିଟ ସବୁ ଧୂଳିରେ ପରିଣତ ହୋଇ ଆକାଶକୁ ଉଠିଯାଇଥିଲା। ମଣିଷ, ଘରଦ୍ୱାର, ରାସ୍ତାଘାଟ, ଜୀବଜନ୍ତୁ ମିଶିଯାଇଥିଲେ ଏହି କଳା ଧୂସର ମାଟି ସହିତ ମାଟି ହୋଇ। ପାଖରେ ବୋହିଯାଉଥିବା ଜଳଧାରାର ମଧ୍ୟ ଅସ୍ତିତ୍ୱ ନଥିଲା । ବୋମା ଫୁଟିବାବେଳେ ସୃଷ୍ଟି ହୋଇଥିବା ପ୍ରଚଣ୍ଡ ଶବ୍ଦ ଓ ବାୟୁର ଚାପ ମଣିଷ ଭଳି ନରମ ଶରୀରଧାରୀ କ୍ଷୁଦ୍ର ଜୀବ ପାଇଁ ଅସହ୍ୟ ଥିଲା ୫ କିଲୋମିଟର ଅଞ୍ଚଳର ଲୋକେ ସମ୍ପୂର୍ଣ୍ଣଭାବେ ଦୃଷ୍ଟିଶକ୍ତି ଓ ଶ୍ରବଣ ଶକ୍ତି ହରାଇଥିଲେ। ସେମାନଙ୍କର କାନର ପରଦା ଫାଟିଯାଇ ରକ୍ତସ୍ରାବ ହେଉଥିଲା। ପରମାଣୁ ବୋମା ବିସ୍ଫୋରଣ ସମୟରେ ସୃଷ୍ଟି ହୋଇଥିବା ଚାପ ବାୟୁ ମଣ୍ଡଳୀୟ ଚାପ ଠାରୁ ୧୦ ଲକ୍ଷ ଗୁଣରୁ ଅଧିକ ଥିଲା। ବୋମା ପଡ଼ିବା ସ୍ଥାନର ତାପମାତ୍ରା ଥିଲା ପ୍ରାୟ ୧୦ ଲକ୍ଷ ଡ଼ିଗ୍ରୀ ସେଣ୍ଟିଗ୍ରେଡ୍‌। ଏଥିରୁ ସୃଷ୍ଟି ହୋଇଥିବା ଶକ୍ତିର ପରିମାଣ ଲକ୍ଷେ କୋଟି କିଲୋ କ୍ୟାଲୋରୀ। ପରମାଣୁ ବୋମାର ପ୍ରମୁଖ ୩ଟି ଧ୍ୱଂସକାରୀ ଶକ୍ତି ମଧ୍ୟରୁ ପ୍ରଥମ ଦୁଇଟି କ୍ଷୟକାରୀ ଓ ଦହନକାରୀ ହୋଇଥିବାବେଳେ ତୃତୀୟଟି ଥିଲା ଆହୁରି ମାରାମତ୍କ। ଏହା ହେଉଛି ତେଜସ୍କ୍ରିୟ ବିକିରଣ। ଏହା କର୍କଟ ରୋଗ ସୃଷ୍ଟି କରିବା ସହିତ ସମ୍ପୂର୍ଣ୍ଣ ଶରୀର ତଥା ବିଭିନ୍ନ ବାହ୍ୟ ଓ ଆଭ୍ୟନ୍ତରୀଣ ଅଙ୍ଗ ପାଇଁ ଥିଲା କ୍ଷତିକାରକ। ମାନବ ଇତିହାସର ଏହି କଳାଦିନକୁ ଭୁଲିବାକୁ ବିଶ୍ୱସ୍ତରରେ ଦୀର୍ଘ ୭୪ ବର୍ଷ ଧରି ପ୍ରୟାସ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ସହ ବିଦ୍ୟୁତ୍‌ ଚୁକ୍ତିର ସମୀକ୍ଷା କରିବ ବାଂଲାଦେଶ

ଢାକା,୨୪ା୧୧: ଆଦାନୀ ଗ୍ରୁପ୍‌ ସହ ବାଂଲାଦେଶ ସରକାର ପୂର୍ବରୁ କରିଥିବା ବିଦ୍ୟୁତ୍‌ ଚୁକ୍ତିର ସମୀକ୍ଷା କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ସମୟରେ ୨୦୦୯ରୁ ୨୦୨୪...

ଖୁବ୍‌ଶୀଘ୍ର ଦେବାଳିଆ ହେବାକୁ ଯାଉଛି ଆମେରିକା, ଏହାର ସମାଧାନ ପାଇଁ ଏମିତି କହିଲେ ଏଲନ ମସ୍କ

ଓ୍ବାଶିଂଟନ,୨୪ା୧୧: ଆମେରିକାର ଅର୍ଥନୀତିକୁ ନେଇ ଟେସ୍‌ଲା ତଥା ସ୍ପେସ୍‌ ଏକ୍ସ ମାଲିକ ଏଲନ ମସ୍କ ନିକଟରେ ଚିନ୍ତିତ ହୋଇଛନ୍ତି। ଆମେରିକାର ଅର୍ଥନୀତି ବିଷୟରେ ମସ୍କ ତାଙ୍କ...

ବଡ଼ ଘୋଷଣା: ମୋଦିଙ୍କୁ ଗ୍ଲୋବାଲ ଶାନ୍ତି ପୁରସ୍କାର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩।୧୧: ଆମେରିକାରେ ଭାରତୀୟ-ଆମେରିକୀୟମାନେ ଏକଜୁଟ ହୋଇ ଏକ ନୂତନ ସଂଖ୍ୟାଲଘୁ ସଂଗଠନ ଆରମ୍ଭ କରିଛନ୍ତି। ମେରିଲାଣ୍ଡର ଚର୍ଚ୍ଚରେ ଏକ କାର୍ଯ୍ୟକ୍ରମରେ ଆସୋସିଏସନ ଅଫ ଇଣ୍ଡିଆନ-ଆମେରିକୀୟ ମାଇନର୍‌ରିଟିଜ୍‌(ଏଆଇଏଏମ୍‌)...

ନେତାନ୍ୟାହୁଙ୍କ ନାଁରେ ଓ୍ବାରଣ୍ଟ ଜାରି କରିଥିବା ଓକିଲ ଯୌନ ଶୋଷଣ ଅଭିଯୁକ୍ତ

ଜେରୁଜେଲମ,୨୨।୧୧: ଗାଜାରେ ଯୁଦ୍ଧ ଅପରାଧ ଅଭିଯୋଗରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ଗିରଫ ପରୱାନା ଜାରି କରିଛି। ଏହା...

ଉତ୍ତର କୋରିଆ ରୁଷିଆକୁ ପଠାଇଲା ସେନା, ରିଟର୍ନ ଗିପ୍ଟରେ ମିଳିଲା ବାଘ, ଭାଲୁ

ମସ୍କୋ,୨୨।୧୧: ଉତ୍ତର କୋରିଆ ସହ ବନ୍ଧୁତାକୁ ମଜବୁତ କରିବାକୁ ରୁଷିଆ ଚେଷ୍ଟା କରୁଛି। ରୁଷିଆ ବର୍ତ୍ତମାନ ପଶୁମାନଙ୍କୁ ଏକ ମାଧ୍ୟମ ଭାବରେ ବ୍ୟବହାର କରି ଉତ୍ତର...

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ଟେନସନ ବଢାଇଲା ଉତ୍ତର କୋରିଆ, ଆମେରିକାକୁ ପରମାଣୁ ଆକ୍ରମଣର ଚେତାବନୀ ଦେଲେ କିମ!

ସିଓଲ,୨୨।୧୧: ଉତ୍ତର କୋରିଆର ନେତା କିମ ଜୋଙ୍ଗ ଉନ ଆମେରିକାକୁ ତିକ୍ତତା ବୃଦ୍ଧି କରୁଥିବା ଅଭିଯୋଗ କରିଛନ୍ତି ଏବଂ କୋରିଆ ଉପଦ୍ୱୀପ ପୂର୍ବରୁ ପରମାଣୁ ଯୁଦ୍ଧର...

ଗିରଫ ହେବେ କି ନେତାନ୍ୟାହୁ: ଜାଣନ୍ତୁ କ’ଣ ରହିଛି ନିୟମ

ହେଗ୍‌,୨୨ା୧୧ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ବିରୋଧରେ ଯୁଦ୍ଧ ଅପରାଧ ଏବଂ ଗାଜାରେ ମାନବତା ବିରୋଧରେ ଅପରାଧ ଅଭିଯୋଗ ନେଇ ଅନ୍ତର୍ଜାତୀୟ ଆପରାଧିକ ଅଦାଲତ (ଆଇସିସି)...

ଭାରତ ବିରୋଧରେ ନୂଆ ଷଡଯନ୍ତ୍ର ରଚୁଛି ମାଳଦ୍ୱୀପ

ମାଲେ,୨୨।୧୧: ମାଳଦ୍ୱୀପ ସରକାରଙ୍କ ଆଦେଶ ପୁଣି ଥରେ ସେଠାରେ କିଛି ଭାରତୀୟଙ୍କ ଚିନ୍ତା ବଢାଇ ଦେଇଛି। ଭାରତଠାରୁ ଉପହାରରେ ମିଳିଥିବା ଡୋର୍ନିଅର୍‌ ଏବଂ ହେଲିକପ୍ଟରକୁ ଉଡ଼ାଉଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri