Posted inଖେଳ

ହେଭିଓ୍ବେଟ୍‌ ଚାମ୍ପିୟନ

୬ ଫୁଟ ୯ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ବ୍ରିଟିଶ ବକ୍ସର ଟାଇସନ ଫ୍ୟୁରି ବିଶ୍ୱ ହେଭିଓ୍ବେଟ ଟାଇଟଲ ଜିତିଛନ୍ତି। ଆମେରିକାର ଡେଓଣ୍ଟେ ଓ୍ବାଇଲ୍ଡରଙ୍କୁ ହରାଇ ସେ ବାଜି ମାରିଛନ୍ତି। ଏଥି ସହିତ ଫ୍ୟୁରି ଡବ୍ଲ୍ୟୁବିଏ, ଆଇବିଏଫ୍‌, ଡବ୍ଲ୍ୟୁବିଓ, ଆଇବିଓ, ଡବ୍ଲ୍ୟୁବିସି ଓ ଦି ରିଙ୍ଗ୍‌ ମାଗାଜିନ୍‌ ଟାଇଟଲ ଜିତିଥିବା ବକ୍ସର ବନିଯାଇଛନ୍ତି…

ପୁଣି ଥରେ ବ୍ରିଟେନର ପେସାଦାର ବକ୍ସର ଟାଇସନ ଫ୍ୟୁରି ବିଶ୍ୱ ହେଭିଓ୍ବେଟ୍‌ ଚାମ୍ପିୟନଶିପ୍‌ ହାସଲ କରିଛନ୍ତି। ଆମେରିକାର ଡେଓଣ୍ଟେ ଓ୍ବାଇଲ୍ଡରଙ୍କୁ ହରାଇ ସେ ବାଜି ମାରିଛନ୍ତି। ଏଥି ସହିତ ବକ୍ସିଂ ଇତିହାସରେ ଫ୍ୟୁରି ଜଣେ ବ୍ରିଟିଶ ବକ୍ସର ଭାବେ ବିଦେଶରେ ଏକ ବଡ଼ଧରଣର ସଫଳତା ହାସଲ କରିଛନ୍ତି। ବକ୍ସିଂ ଇତିହାସରେ ଯେକୌଣସି ବ୍ରିଟେନ ବକ୍ସରଙ୍କ ପାଇଁ ଏହା ଏକ ବଡ଼ ସଫଳତା। ଆମେରିକାର ଲାସ୍‌ ଭେଗାସରେ ଅନୁଷ୍ଠିତ ଏହି ମୁକାବିଲାରେ ଫ୍ୟୁରି ଦମ୍‌ଦାର ପ୍ରଦର୍ଶନ କରି ଓ୍ବାଇଲ୍ଡରଙ୍କୁ ହରାଇଥିଲେ। ଦୁଇ ତାରକା ବକ୍ସରଙ୍କ ମଧ୍ୟରେ ଅନୁଷ୍ଠିତ ଏହି ବହୁ ପ୍ରତୀକ୍ଷିତ ମୁକାବିଲା ବେଶ୍‌ ଉପଭୋଗ୍ୟ ହୋଇଥିଲା। ଏଥି ସହିତ ଦୀର୍ଘଦିନ ପରେ ଫ୍ୟୁରୀ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୬ ଫୁଟ ୯ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ଫ୍ୟୁରିଙ୍କ ସମ୍ମୁଖରେ ୬ ଫୁଟ ୭ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ଓ୍ବାଇଲ୍ଡର ବେଶ୍‌ ଛୋଟ ଜଣାପଡୁଥିଲେ। ହେଭିଓ୍ବେଟ୍‌ ଚାମ୍ପିୟନଶିପ ରିମ୍ୟାଚ୍‌ର ମଜା ନେଇଥିଲେ ୧୫, ୮୧୬ଜଣ ଦର୍ଶକ। ଏଥି ସହିତ ଫ୍ୟୁରି ଡବ୍ଲ୍ୟୁବିଏ, ଆଇବିଏଫ୍‌, ଡବ୍ଲ୍ୟୁବିଓ, ଆଇବିଓ, ଡବ୍ଲ୍ୟୁବିସି ଓ ଦି ରିଙ୍ଗ୍‌ ମାଗାଜିନ୍‌ ଟାଇଟଲ ଜିତିଥିବା ବକ୍ସର ବନିଯାଇଛନ୍ତି। ଜିତିବା ଅପେକ୍ଷା ରିଙ୍ଗ୍‌ରେ ଫ୍ୟୁରି ତାଙ୍କ ଆଚରଣ ନେଇ ବେଶ୍‌ ଚର୍ଚ୍ଚିତ ଥିଲେ। ବାରମ୍ବାର ପଞ୍ଚ୍‌ ମାରି ସେ ଓ୍ବ୍‌ାଇଲ୍ଡରଙ୍କୁ ଅଧାମରା କରିଦେଇଥିଲେ। ଓ୍ବାଇଲ୍ଡର ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ।
ମାଞ୍ଚେଷ୍ଟରରେ ଜନ୍ମିତ ୩୧ ବର୍ଷୟ ପ୍ୟୁରି କ୍ୟାରିୟରରେ ଏପର୍ଯ୍ୟନ୍ତ ୩୧ଟି ମୁକାବିଲରେ ଅବତୀର୍ଣ୍ଣ ହୋଇଛିନ୍ତି। ସେଥି ମଧ୍ୟରୁ ସେ ୩୦ଟିରେ ବିଜୟୀ ହୋଇଛନ୍ତି। ଏଥିମଧ୍ୟରୁ ୨୧ଟି ନକ୍‌ଆଉଟ ବିଜୟ ସାବ୍ୟସ୍ତ ହୋଇଥିବା ବେଳେ ୯ଟି ଡିସିସନ ମାଧ୍ୟମରେ ସେ ବିଜୟୀ ଘୋଷିତ ହୋଇଥିଲେ। ଏହି ବିଜୟ ସହ ଫ୍ୟୁରି ୨୮ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ରାଶି ହାସଲ କରିଛନ୍ତି। ଫ୍ୟୁରିଙ୍କ ପ୍ରଦର୍ଶନରେ ତାଙ୍କ ପିତା ଜନ୍‌ ଫ୍ୟୁରି ବେଶ୍‌ ଖୁସି ଜାହିର କରିଛନ୍ତି। ଆଗକୁ ଫ୍ୟୁରି ଆହୁରି ବଡ଼ ଧରଣର ସଫଳତା ହାସଲ କରିବେ ବୋଲି ଜନ ଆଶା ପ୍ରକାଶ କରିଛନ୍ତି।
ଦୁଇଥର ହେଭିଓ୍ବେଟ ଚାମ୍ପିୟନଶିପ୍‌ ହାସଲ କରିଥିବା ଫ୍ୟୁରି କ୍ୟାରିୟରରେ ସବୁ ପ୍ରକାର ସଫଳତା ଅର୍ଜନ କରିଛନ୍ତି। ଓ୍ବାଇଲ୍ଡରଙ୍କୁ ହରାଇବା ପରେ ସେ ଫ୍ଲଏଡ ପାଟରସନ ଓ ମହମ୍ମଦ ଅଲିଙ୍କ ପରେ ତୃତୀୟ ହେଭିଓ୍ବେଟ ବିବେଚିତ ହେଉଛନ୍ତି।
ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ରେ ୨୦୦୬ରେ ସେ ସୁପର ହେଭିଓ୍ବେଟ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି ୟୁରୋପିଆନ ଜୁନିୟର ଚାମ୍ପିୟନଶିପ୍‌ରେ ସେ ୨୦୦୭ରେ ରୌପ୍ୟପଦକ ଜିତିଥିଲେ। ୟୁରୋପିଆନ ୟୁନିୟନର ଜୁନିୟର ଚାମ୍ପିୟନଶିପ୍‌ରେ ସେ ୨୦୦୭ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହାପରେ ଇଂଲିଶ ନ୍ୟାଶନାଲ ଚାମ୍ପିୟନଶିପ୍‌ରେ ଫ୍ୟୁରି ୨୦୦୮ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପେସାଦାର ବକ୍ସିଂ ଭଳି ଆମେଚର ବକ୍ସିଂରେ ମଧ୍ୟ ସେ ବେଶ୍‌ ସଫଳ ରହିଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri