ହୋଟେଲ ଶିଳ୍ପ ଉପରୁ ହ୍ରାସ ହେଉ ଜିଏସ୍‌ଟି

ଭୁବନେଶ୍ୱର, ୮-୯ (ବ୍ୟୁରୋ): ୭,୫୦୦ ଟଙ୍କା କିମ୍ବା ଏହାଠାରୁ ଅଧିକ ମୂଲ୍ୟର ହୋଟେଲ ରୁମ୍‌ ଉପରେ ଏବେ ୨୮% ଜିଏସ୍‌ଟି ଲାଗୁ ହେଉଛି। ଏହା ଫଳରେ ହୋଟେଲ ଶିଳ୍ପ ଉପରେ ଗଭୀର ପ୍ରଭାବ ପଡୁଛି। ବିଶ୍ୱର ଅନ୍ୟ ବଜାରଗୁଡିକ କଥା ତୁଳନା କଲେ ଏହା ଇଣ୍ଡୋନେସିଆରେ ୫%, ଚାଇନା ୬%, ମାଲେସିଆ-ଚାଇନା-ସିଙ୍ଗାପୁର-ସ୍ପେନ ୭%, ଫ୍ରାନ୍ସ ୧୦%, ନେପାଳ-ଶ୍ରୀଲଙ୍କା ୧୩% ଏବଂ ଆମେରିକାରେ ୧୫% ରହିଛି। ଭାରତରେ ଏହି କ୍ଷେତ୍ରରେ ୨୮% ଜିଏସ୍‌ଟି ଲାଗୁ କରିବା ବିଦେଶୀ ପର୍ଯ୍ୟଟକଙ୍କ ଉପରେ ପ୍ରଭାବ ପକାଉଛି। ଏହା ସହ ହୋଟେଲଗୁଡିକର ଫରେନ ଏକ୍ସଚେଞ୍ଜ ଲାଭ ଅଭିବୃଦ୍ଧି ଗଭୀର କ୍ଷତିଗ୍ରସ୍ତ ହେଉଥିବା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଓଡିଶାର ଅଧ୍ୟକ୍ଷ ତଥା ଆଇଏଟିଓ ପୂର୍ବାଞ୍ଚଳର ସହ ଅଧ୍ୟକ୍ଷ ଜେ.କେ.ମହାନ୍ତି କହିଛନ୍ତି।
ସେ କହିଛନ୍ତି ଯେ, ଏକ୍ଷେତ୍ରରେ ଜିଏସ୍‌ଟି ହ୍ରାସ ହେଲେ ହୋଟେଲ ଶିଳ୍ପ ତଥା ବିଦେଶୀ ପର୍ଯ୍ୟଟକଙ୍କ ଲାଗି ଏହା ଲାଭକାରୀ ହେବ। ଏହି ବର୍ଗରେ ଜିଏସ୍‌ଟି ୨୮%ରୁ ୮%କୁ ଖସିବାର ଆବଶ୍ୟକତାକୁ ସରକାର ଉପଲବ୍ଧି କରନ୍ତୁ। ସେହିଭଳି ହୋଟେଲ ଶିଳ୍ପକୁ ଭିତ୍ତିଭୂମି ବର୍ଗରେ ନେବା ସହ ଆୟକର ଆଇନର ଧାରା-୮୦ ଆଇନ ମୁତାବକ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହି ପ୍ରସ୍ତାବ ଗୁଡିକ ଉପରେ ମନ୍ତ୍ରଣାଳୟ ବିଚାର ବିମର୍ଷ କରିବ ବୋଲି କେନ୍ଦ୍ର ପର୍ଯ୍ୟଟନ ସଚିବ ସୂଚନା ଦେଇଛନ୍ତି।
ଦେଶର ପ୍ରଥମ ସ୍ମାର୍ଟ ସହର ଭାବେ ଭୁବନେଶ୍ୱରକୁ ଘୋଷଣା କରାଯାଇଥିବାରୁ ଏଠାରେ ଏକ ମେଗା କନଭେନସନ ସେଣ୍ଟର ନ ଥିବାରୁ ବଡ ବଡ କନଫରେନ୍ସ ଏବଂ କନଭେନସନ ହେଉ ନ ଥିବା କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ପ୍ରୋତ୍ସାହିତ ବୁଦ୍ଧିଷ୍ଟ ସର୍କିଟକୁ ଠିକ୍‌ ଭାବେ ପ୍ରଦର୍ଶନ କରାଯାଇ ନାହିଁ। ରାଜ୍ୟରେ ଥିବା ବୁଦ୍ଧିଷ୍ଟ ସର୍କିଟର ଭିତ୍ତିଭୂମି ବିକାଶ ହୋଇ ପାରିଲେ ଏହା ସାରା ବିଶ୍ୱରୁ ବୁଦ୍ଧିଷ୍ଟ ତଥା ଅନ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ। ଚିଲିକାରେ ଜଳ କ୍ରୀଡା ତଥା ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟକ୍ରମ ଉପରେ ପର୍ଯ୍ୟଟନ ମନ୍ତ୍ରଣାଳୟ ବିଚାର କରୁଛି। ଏହା ବାଦ ଓଡ଼ିଶା ପର୍ଯ୍ୟଟନର ସୂଚନା ପତ୍ରିକା ସାରା ଦେଶ ତଥା ବିଦେଶ ପର୍ଯ୍ୟଟନ କାର୍ଯ୍ୟାଳୟଗୁଡିକରେ ଉପଲବ୍ଧ କରାଇବା ନେଇ ବୈଠକରେ ମତ ପ୍ରକାଶ ପାଇଛି। ଏହା ହେଲେ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ପାରିବ। ଏହାବାଦ ଇନକ୍ରେଡେବଲ ଇଣ୍ଡିଆ କ୍ୟାମ୍ପେନରେ ଓଡିଶା ପର୍ଯ୍ୟଟନର ସମ୍ଭାବନାକୁ ଦର୍ଶାଇବା ଦିଗରେ ଏଠାରେ ଆଲୋଚନା ହୋଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ପର୍ଯ୍ୟଟନ ସଚିବ ଯୋଗେନ୍ଦ୍ର ତ୍ରିପାଠୀ, ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି, ରାଜ୍ୟ ପର୍ଯ୍ୟଟନ କ୍ରୀଡା ବିଭାଗ କମିଶନର ତଥା ସଚିବ ବିଶାଲ ଦେବ ଏବଂ ପର୍ଯ୍ୟଟନ ନିର୍ଦ୍ଦେଶକ ନିର୍ମଳ ମିଶ୍ର ପ୍ରମୁଖ ଏଠାରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri