ହାପୁଡ଼,୨୬।୨: ପର୍ବପର୍ବାଣି ଋତୁରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଉତ୍ତରପ୍ରଦେଶ ହାପୁଡ଼ରେ ଧାରା ୧୪୪ ଲାଗୁ କରାଯାଇଛି। ବୁଧବାର ଇଣ୍ଡିଆନ ପେନାଲ କୋଡ୍ (ଆଇପିସି) ଅନୁଯାୟୀ ଏପ୍ରିଲ ୧୦ ପର୍ଯ୍ୟନ୍ତ ସହରରେ ସ୍ଥାନୀୟ ପୋଲିସ ଧାରା ୧୪୪ ଲାଗୁ କରିଛି। ସ୍ଥାନୀୟ ଲୋକେ କୌଣସି ସମସ୍ୟା ବା ଗଣ୍ଡଗୋଳ ସୃଷ୍ଟି ନ କରି ହୋଲି, ରାମନବମୀ, ମହର୍ଷି କାଶ୍ୟପ ଓ ମହାରାଜା ନିଶଦ ରାଜଙ୍କ ଜୟନ୍ତୀ ଏବଂ ଗୁଡ୍ ଫ୍ରାଇଡେ ପାଳନ କରିପାରିବେ ବୋଲି ପୋଲିସ ଅପିଲ୍ କରିଛି। ଏଥିସହ ସୋସିଆଲ ମିଡିଆରେ କୌଣସି ଗୁଜବ ସୃଷ୍ଟି ନ କରିବାକୁ ପୋଲିସ ପକ୍ଷରୁ ସହରବାସୀଙ୍କୁ ଚେତାବନୀ ଦିଆଯାଇଛି।