ହ୍ବାଟ୍ସଆପ୍‌ ପେମେଣ୍ଟ ସର୍ଭିସ;ସମ୍ଭାବ୍ୟ ବିପଦ ନେଇ ସରକାର ଚିନ୍ତାରେ

ନୂଆଦିଲ୍ଲୀ,୨୭-୭: ହ୍ବାଟ୍ସଆପ୍‌ ପକ୍ଷରୁ ଚଳିତ ବର୍ଷ ଶେଷାର୍ଦ୍ଧରେ ଭାରତରେ ପେମେଣ୍ଟ ସର୍ଭିସ ଆରମ୍ଭ କରାଯିବ ବୋଲି ଘୋଷଣା କରାଯାଇଛି। ଫେସ୍‌ବୁକ୍‌ର ସହାୟକ କମ୍ପାନୀ ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି ସେବା ଦ୍ୱାରା ଭାରତୀୟ ୟୁଜରଙ୍କ ପ୍ରତି ବିପଦ ରହିଛି ବୋଲି କେନ୍ଦ୍ର ସରକାର ଆଶଙ୍କା ବ୍ୟକ୍ତ କରିଛନ୍ତି। କାରଣ ହ୍ବାଟ୍ସଆପ୍‌ ପେମେଣ୍ଟ ସର୍ଭିସରେ ଜମା ହେବାକୁ ଥିବା ଡାଟା ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମକୁ ସହଜରେ ମିଳିଯିବ ବୋଲି ସରକାର ମନେ କରୁଛନ୍ତି। ହ୍ବାଟ୍ସଆପ୍‌ ଓ ଗୁଗଲ ପେ ଭଳି ପେମେଣ୍ଟ ସର୍ଭିସ ଜରିଆରେ ଏକତ୍ରିତ ହେବାକୁ ଥିବା ୟୁଜର ଡାଟାକୁ ହସ୍ତାନ୍ତରରୁ ରୋକିବା ଲାଗି ଉପାୟ ଖୋଜିବାକୁ ସରକାରଙ୍କ ପକ୍ଷରୁ ନ୍ୟାଶନାଲ ପେମେଣ୍ଟସ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ)କୁ ନିର୍ଦ୍ଦେଶ ଦିଆଯାଇଛି। ଦେଶରେ ରିଟେଲ ପେମେଣ୍ଟ ଓ ସେଟେଲମେଣ୍ଟ ସିଷ୍ଟମକୁ ଏନ୍‌ପିସିଆଇ ନୋଡାଲ ଏଜେନ୍ସି ଭାବେ ଅପରେଟ କରିଥାଏ। ସୂଚନାଥାଉ କି, ୟୁନାଇଟେଡ ପେମେଣ୍ଟସ ଇଣ୍ଟରଫେସ୍‌କୁ ଆଧାର କରି ହ୍ବାଟ୍ସଆପ୍‌ର ପ୍ରସ୍ତାବିତ ପେମେଣ୍ଟ ସର୍ଭିସ ଆରମ୍ଭ ହେବାକୁ ଯାଉଛି। ଏହି ସିଷ୍ଟମ ବ୍ୟାଙ୍କ ଆକାଉଣ୍ଟ ମଧ୍ୟରେ ବାସ୍ତବିକ ସମୟରେ ଫଣ୍ଡ ଟ୍ରାନ୍ସଫର ସୁବିଧା ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ପରିସରରେ ସୁରକ୍ଷା ପ୍ରଶିକ୍ଷଣ ଅଭିଯାନ

ଭୁବନେଶ୍ୱର,୬।୧୧: ବେଦାନ୍ତ ଆଲୁମିନିୟମର ଓଡ଼ିଶାସ୍ଥିତ ଲାଞ୍ଜିଗଡ଼ ୟୁନିଟ୍‌ ପରିସର ଓ କାର୍ଯ୍ୟ ପରିସର ବାହାର ସୁରକ୍ଷା ଅଭ୍ୟାସକୁ ବୃଦ୍ଧି କରିବା ଲାଗି ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ...

ରିଲାଏନ୍ସ ଜିଓ ବିଶ୍ୱର ସର୍ବବୃହତ୍‌ ନେଟ୍‌ୱର୍କ

ମୁମ୍ବାଇ,୬।୧୧: ଦେଶର ପ୍ରମୁଖ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ବିଶ୍ୱର ସର୍ବବୃହତ ନେଟୱର୍କ ଭାବେ ପରିଗଣିତ ହୋଇଛି। ଏପରିକି ଡାଟା ଟ୍ରାଫିକ୍‌ ଦୃଷ୍ଟିରୁ ରିଲାଏନ୍ସ ଜିଓ...

ସର୍ବୋଚ୍ଚ ଖୁଚୁରା ବିକ୍ରୟର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୬।୧୧(ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ପାର୍ବଣ ଋତୁରେ ମଧ୍ୟ ହିରୋ ମୋଟୋକର୍ପ ସର୍ବୋଚ୍ଚ ଖୁଚୁରା ବିକ୍ରୟର ନୂଆ ମାଇଲଖୁଣ୍ଟ ହାସଲ କରିଛି।...

ଲରେନ୍ସ ବିଷ୍ଣୋଇଙ୍କ ଫଟୋ ଥାଇ ଟି-ସାର୍ଟ ବିକି ଫସିଲା ମିଶୋ

ନୂଆଦିଲ୍ଲୀ,୫।୧୧: ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ନାମ ବର୍ତ୍ତମାନ ଖବରରେ ଅଛି। ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ...

ୱାକାଥନ୍‌ ଜରିଆରେ ଜାଗରୁକତା ସୃଷ୍ଟି

ଭୁବନେଶ୍ୱର,୫।୧୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର କଟକ ମଣ୍ଡଳ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ଏପରିକି ୨୦୨୪ ଅକ୍ଟୋବର ୨୮ରୁ ନଭେମ୍ବର ୩...

ନାଲ୍‌କୋରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ଭୁବନେଶ୍ୱର,୫।୧୧ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ବା ନାଲକୋ ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪...

ବିଓଏମ୍‌ ପକ୍ଷରୁ ସତର୍କତା ସଚେତନତା ସପ୍ତାହ

ଭୁବନେଶ୍ୱର,୫।୧୧: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌) ର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ସତର୍କତା ସଚେତନତା ସପ୍ତାହ ନିକଟରେ ଶେଷ ହୋଇଯାଇଛି। ଏପରିକି ୨୦୨୪...

ଦିନକରେ ୬ଲକ୍ଷ କୋଟି ହରାଇଲେ ନିବେଶକ

ମୁମ୍ବାଇ,୫।୧୦: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ଓ ଭୂ-ରାଜନୈତିକ ବାତାବରଣ ଯୋଗୁ ଭାରତୀୟ ପୁଞ୍ଜି ବଜାର ଓ ଷ୍ଟକ ମାର୍କେଟ କାରବାରରେ ଏକ ପ୍ରକାରର ବଡ ଧରଣର ପ୍ରଭାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri