ମାଦ୍ରିଦ୍,୪।୬: ଆଜିକାଲି ଯୁବପୀଢ଼ିଙ୍କ ଭିତରେ ସୋସିଆଲ ମିଡିଆକୁ ନେଇ କ୍ରେଜ ବଢ଼ିବାରେ ଲାଗିଛି। ଲାଇକ ଓ କମେଣ୍ଟ ପାଇବା ପାଇଁ ନିଜର ଜୀବନ ସହ ଅନ୍ୟର ଜୀବନକୁ ବାଜି ଲଗାଇବାକୁ ମଧ୍ୟ ପଛଉ ନାହାନ୍ତି। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ସ୍ପେନରେ। ସ୍ପେନରେ ୟୁଟ୍ୟୁବ ପାଇଁ ଭିଡିଓ ତିଆରି କରୁଥିବା ୟୁଟ୍ୟୁବର୍ସ କାଙ୍ଗୁଆ ରେନ ଜଣେ ୫୨ ବର୍ଷର ଅସହାୟ ବ୍ୟକ୍ତିଙ୍କୁ ବିସ୍କୁଟରେ ଟୁଥ୍ପେଷ୍ଟ ମିଶାଇ ଖୁଆଇ ଦେଇଥିଲେ। ଏହାକୁ ଖାଇବା ପରେ ଉକ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ସହ ବାନ୍ତି ହୋଇଥିଲା। କିନ୍ତୁ ରେନ ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କର ଭିଡିଓ କରି ୟୁଟ୍ୟୁବରେ ପୋଷ୍ଟ କରିଥିଲେ। ଏହି ଭିଡିଓକୁ ଦେଖି ୟୁଜର୍ସ ଉତ୍ତ୍ୟକ୍ତ ହେବା ସହ ଏହା ଏକ ଖରାପ ମଜାକ ବୋଲି କହିଥିଲେ। ଏହି ଘଟଣାରେ ରେନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ରେନଙ୍କୁ ୧୫ ମାସର ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଏଥିସହ ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ ୟୁଟ୍ୟୁବ ଓ ସୋସିଆଲ ମିଡିଆ ବ୍ୟବହାର କରିବା ପାଇଁ ତାଙ୍କ ଉପରେ କଟକଣା ଲାଗିଛି। ସୂଚନାଯୋଗ୍ୟ, କାଙ୍ଗୁଆ ରେନ ୟୁଟ୍ୟୁବରେ ରିସେଟ ନାମରେ ବେଶ୍ ପରିଚିତ।
Posted inଅନ୍ତର୍ଜାତୀୟ