ଚେନ୍ନାଇ,୨୧।୩: ତାମିଲ୍ନାଡୁରେ ୨୭ ବର୍ଷ ବୟସ୍କ ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କ ଡେଲିଭରୀ ୟୁଟ୍ୟୁବ ଦେଖି କରୁଥିଲେ। ତେବେ ଅତ୍ୟଧିକ ରକ୍ତସ୍ରାବ ହେବାରୁ ୧୯ ବର୍ଷ ବୟସ୍କା ପ୍ରେମିକାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ପ୍ରେମିକଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ସ୍ଥାନୀୟ ତିରୁବଲୁର ଜିଲାରେ ଏଭଳି ଘଟଣା ଘଟିଛି। ପ୍ରେମିକ ଜଣକ ସିଲିଣ୍ଡର ଡେଲିଭରୀ କାର୍ଯ୍ୟ କରିଥାନ୍ତି। ବିକମ୍ ପଢୁଥିବା ପ୍ରେମିକାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପରେ ଶାରୀରିକ ସମ୍ପର୍କରୁ ପ୍ରେମିକା ଗର୍ଭବତୀ ହୋଇଥିଲେ। ତେବେ ଉଭୟଙ୍କ ପରିବାର ବିବାହ ପାଇଁ ଅରାଜି ହେବାରୁ ପ୍ରେମିକ ୮ ମାସର ଗର୍ଭବତୀ ପ୍ରେମିକାଙ୍କ ଡେଲିଭରୀ କରୁଥିଲେ।