Posted inକଟକ

୧୦ବର୍ଷ ପରେ ବି ସ୍ବାସ୍ଥ୍ୟକେନ୍ଦ୍ର ଅଧାପନ୍ତରିଆ

କଟକସଦର,୧୩ା୫(ଡି.ଏନ.ଏ): କରୋନା ପାଇଁ ସ୍ବାସ୍ଥ୍ୟ ବିଭାଗର ପାରାମେଡିକାଲ ଷ୍ଟାଫ ଗ୍ରାମାଞ୍ଚଳରେ ବେଶ ସକ୍ରିୟ ରହିଛନ୍ତି। ହେଲେ କଟକସଦର ବ୍ଳକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ବମ୍ବୁରୀ ସ୍ବାସ୍ଥ୍ୟକେନ୍ଦ୍ର ଗୃହଟି ୧୦ବର୍ଷ ହେବ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି। ଯଦ୍ୱାରା ଏଠାକୁ ଆସୁଥିବା ସ୍ବାସ୍ଥ୍ୟକର୍ମୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ, ୨୦୦୮-୦୯ ମସିହାରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଅଞ୍ଚଳରେ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ପ୍ରସ୍ତାବ ରଖିଥିଲେ। ଏଥିପାଇଁ ୧୦ଲକ୍ଷ ୨୨ହଜାର ଟଙ୍କାର ମଞ୍ଜୁର କରିଥିଲେ। ତେବେ ୨୦୧୦ ମସିହାରୁ ସ୍ବାସ୍ଥ୍ୟକେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ଅଦ୍ୟାବଧି ସମ୍ପୂର୍ଣ୍ଣ କାର୍ଯ୍ୟ ସରିପାରି ନାହିଁ। ଏହି ୧୦ବର୍ଷ ମଧ୍ୟରେ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ଏହି ଅର୍ଥ କଟକ ସଦର ବ୍ଲକ ଜରିଆରେ ଖର୍ଚ୍ଚ ହୋଇଛି। କାର୍ଯ୍ୟ ଅଧାରୁ ରହିଯାଇଥିବାରୁ ରୋଗୀ ସେବାରେ ବ୍ୟାହତ, ସ୍ବାସ୍ଥ୍ୟକର୍ମୀ ରହିବାରେ ଅସୁବିଧା ହେଉଥିବା ଦାୟିତ୍ୱରେ ଥିବା ମହିଳା ସ୍ବାସ୍ଥ୍ୟ କର୍ମୀ ଜଣକ କହିଛନ୍ତି। ଶୀଘ୍ର କାର୍ଯ୍ୟ ଶେଷ ନ ହେଲେ ବମ୍ବୁରୀ ଗ୍ରାମବାସୀ ଆାନ୍ଦୋଳନ କରିବେ ବୋଲି ଜିଲା ପ୍ରଶାସନକୁ ସତର୍କ କରାଇଛନ୍ତି। ଏ ସମ୍ପର୍କରେ ବିଡିଓ ରାଜୀବ ଲୋଚନ ପରିଡ଼ା କୁହନ୍ତି, ମୁଁ ଏଠାକୁ ନୂଆ କରି ଆସିଥିବାରୁ ଫାଇଲ ନ ଦେଖିବା ଯାଏ, କିଛି କହିହେବ ନାହିଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ମରଣାନ୍ତକ ଆକ୍ରମଣ ଶିକାର ହୋଇଥିବା କନଷ୍ଟେବଳଙ୍କୁ ଭେଟିଲେ ଡିଜିପି

କଟକ,୫ା୧୦: ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବୁର୍ଲା ଥାନାର କନଷ୍ଟେବଳ ସରୋଜ ଭୋଇଙ୍କୁ ଡିଜିପି ଯୋଗେଶ ବାହାଦୂର ଖୁରାନିଆ...

Featured Video Play Icon

ରାବଣପୋଡ଼ିରେ ହେବନି ବାଣ ପ୍ରତିଯୋଗିତା, ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

କଟକ,୫ା୧୦: ରାବଣପୋଡ଼ିରେ ଏଥର ଆଉ ହେବନି ବାଣ ପ୍ରତିଯୋଗିତା। ଏନେଇ ହାଇକୋର୍ଟ ସିଏମ୍‌ସି ଏବଂ ଜିଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେବଳ ରଙ୍ଗୀନ ବାଣ...

ରେଳଧାରଣାରେ ପଡ଼ିଛି ଯୁବକଙ୍କ ହାତଗୋଡ଼ ବନ୍ଧା ଖଣ୍ଡବିଖଣ୍ଡିତ ମୃତଦେହ

ଚୌଦ୍ୱାର,୪ା୧୦(ଆଶୁତୋଷ ଦାସ): କଟକ ଟାଙ୍ଗୀ ନର୍ଗୁଣ୍ଡ ରେଳଧାରଣା ଉପରେ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଛ। ଯୁବକ ଜଣଙ୍କ ହେଲେ ତେରୁଆଁ ବଙ୍ଗାଳୀ ସାହିରେ ରହୁଥିବା...

ଏହି ଦିନ ହେବ ଧବଳେଶ୍ୱରଙ୍କ ବଡ଼ଓଷା

ଖୁଣ୍ଟୁଣୀ,୪ା୧୦(ସଚ୍ଚିଦାନନ୍ଦ ପଣ୍ଡା)- କଟକ ଜିଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱରଙ୍କ ପୀଠରେ ପଞ୍ଚକ ଓ ବଡ଼ଓଷା ପାଳନ କରାଯିବ। ଏହାକୁ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ କରିବା ପାଇଁ ଗୁରୁବାର...

ସୋୟା ବଡ଼ି ଲାଇସେନ୍ସରେ ନକଲି ଘିଅ, କାରଖାନା ସିଲ୍‌

ମଙ୍ଗୁଳି-ଜଗତପୁର,୪।୧୦(ମାନସ ସାମଲ):ସୋୟାବିନ ବଡ଼ି ତିଆରି ପାଇଁ ଲାଇସେନ୍ସ ଆଣିଥିବା ଜଣେ ବ୍ୟକ୍ତି ନକଲି ଘିଅ ପ୍ରସ୍ତୁତ କରି ବଜାରକୁ ବିକ୍ରି ପାଇଁ ଛାଡୁଥିଲେ। କଟକ ଜଗତ୍‌ପୁର...

ଉଚ୍ଚ ଶବ୍ଦରେ ବାଜିବନି ଡିଜେ, ଚାନ୍ଦିନୀଚୌକ, ଖାନନଗର ପୂଜା କମିଟି ଦେବେ ଅଣ୍ଡରଟେକିଂ

କଟକ,୪।୧୦ (କାର୍ତ୍ତିକ ସାହୁ) ଚଳିତ ଶାରଦୀୟ ଦୁର୍ଗାପୂଜାକୁ ସରସ ସୁନ୍ଦର କରିବା ପାଇଁ ରାସ୍ତାଘାଟ ଚକାଚକ କରିବା ସହ ପୂଜାରେ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଜା...

ବାଲିଯାତ୍ରା ପାଇଁ ଗଠନ ହେବ ନୂଆ କମିଟି

କଟକ,୩ା୧୦(କାର୍ତ୍ତିକ ସାହୁ): ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ଦାୟିତ୍ୱରୁ କଟକ ମହାନଗର ନିଗମ (ସିଏମ୍‌ସି)କୁ ଅନ୍ତର କରାଯାଇଥିବା ନେଇ ପ୍ରଚାରିତ ଗୁଜବକୁ ଶୁକ୍ରବାର ଖଣ୍ଡନ କରାଯାଇଛି।...

ବାଣ ଭିଡୁଥିଲାବେଳେ ବିସ୍ଫୋରଣ

ନିଶ୍ଚିନ୍ତକୋଇଲି,୧୦।୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ସାଲିପୁର ତଥା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ଗ୍ରାମର ରବୀନ୍ଦ୍ର ଦଳାଇ ୪୮ ବର୍ଷ ସ୍ଥାନୀୟ ଗ୍ରାମର ପର୍ଶୁରାମ ବେହେରାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri