ରତ୍ନଗିରି,୧୮।୬(ଡ଼ି.ଏନ୍.ଏ.): ପରିସ୍ଥିତି ଓ ପରିବେଶ ବେଳେ ବେଳେ କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ କରିଥାଏ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବରୀ ବ୍ଲକ ଅଧିନସ୍ଥ ରମ୍ପା ପଞ୍ଚାୟତରେ। ଉକ୍ତ ଗ୍ରାମର ୨୭ବର୍ଷୀୟ ଲିଲି ସାମଲ ନାମ୍ନୀ ଜଣେ ମହିଳା ବୁଧବାର ରାତିରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନାଯୋଗ୍ୟ ପାରିବାରିକ କଳହ ଓ ଅଭାବ ଅନଟନରୁ ସ୍ବାମୀ ସୁବାସଙ୍କ ସହ ତାଙ୍କର ମତ ପାର୍ଥକ୍ୟ ରହିଆସିଥିଲା। ତେବେ ଏହି କାରଣରୁ ସେ ଆତ୍ମହତ୍ୟା କରିପାରନ୍ତି ବୋଲି ପରିବାର ଲୋକେ କହିଛନ୍ତି। ଅନ୍ୟପଟେ ମୃତ ଲିଲିଙ୍କ ଏକ ୧୦ ମାସର ଶିଶୁ କନ୍ୟା ରହିଥିବା ଜଣାପଡ଼ିଛି। ଖବରପାଇ ଘଟଣାସ୍ଥଳରେ ବରୀ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।