ନୂଆଦିଲ୍ଲୀ,୨୧। ୬: ବହୁଦେଶୀୟ ଅଟୋମୋବାଇଲ କମ୍ପାନୀ ଡେମ୍ଲର ଏଜି, ଆସନ୍ତା ୨୦୨୫ ମଧ୍ୟରେ ୧୦ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ଛଟେଇ କରିବାର ଯୋଜନା କରିଛି। ବର୍ତ୍ତମାନର ବଜାର ମାନ୍ଦାବସ୍ଥା ସହ ଆର୍ଥିକ ସ୍ଥିତିର ସୁଧାର ପାଇଁ କମ୍ପାନୀ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ସ୍ଥିର କରିଛି ବୋଲି କମ୍ପାନୀ’ର ସିଇଓ ଓଲା କେଏଲିନିୟସ କହିଛନ୍ତି। ଏ ନେଇ ଅଟୋମୋବାଇଲ ଓ୍ବଚ୍ ନାମକ ମାଗାଜିନରେ ଏହି ରିର୍ପୋଟ ପ୍ରକାଶ ପାଇଛି। କମ୍ପାନୀ ଏହାର ଆଇଟି ଓ ଗବେଷଣା ଏବଂ ଉନ୍ନତୀକରଣ କ୍ଷେତ୍ରରୁ ଏହି ଛଟେଇ କରିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। କମ୍ପାନୀ ୨୦୨୨ ମଧ୍ୟରେ ୧୦ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ପୂର୍ବରୁ ମଧ୍ୟ କହିଥିଲା। ସେହିଭଳି ଫୋକ୍ସଓ୍ବାଗନ୍ ଏଜି ମଧ୍ୟ ତା’ର ବାଣିଜି୍ୟକ ଯାନ ୟୁନିଟକୁ ପେଲୋଣ୍ଡକୁ ସ୍ଥାନାନ୍ତରିତ କରିବା ଯୋଜନା ରଖିଛି। ସେହିଭଳି ଏହି କମ୍ପାନୀ ଜର୍ମାନୀ ଉପତ୍ାଦନ ୟୁନିଟରୁ ୫ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ସୂଚନା ରହିଛି।