ବରଗଡ଼ ଅଫିସ୍,୧୬।୫: ବରଗଡ଼ ଜିଲାକୁ ବର୍ତ୍ତମାନ ସୁଦ୍ଧା କରୋନା(କୋଭିଡ୍-୧୯) ଭୂତାଣୁ ମାଡ଼ି ପାରି ନାହିଁ। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସୁଦ୍ଧା ୧୪୩୮ଜଣଙ୍କ ସ୍ବାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ସେଥି ମଧ୍ୟରୁ ଶନିବାର ସୁଦ୍ଧା ୧୨୭୧ଟି ନମୁନାର ରିପୋର୍ଟ ମିଳିଛି ଏବଂ ସେହିସବୁ ନେଗେଟିଭ୍ ବୋଲି ସୂଚନା ଦିଆଯାଇଛି ।