ନୂଆଦିଲ୍ଲୀ, ୨।୮: ଏସିଆର ନୋବେଲ ପୁରସ୍କାର କୁହାଯାଉଥିବା ରମନ ମାଗସେସେ ପୁରସ୍କାର ୨୦୧୯ ପାଇଁ ଭାରତୀୟ ସାମ୍ବାଦିକ ରବୀଶ କୁମାରଙ୍କ ସମେତ ଏସିଆର ୫ଜଣ ମନୋନୀତ ହୋଇଛନ୍ତି। ଦୀର୍ଘ ୧୨ ବର୍ଷ ପରେ ଜଣେ ଭାରତୀୟ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ୨୦୦୭ରେ ପି. ସାଇନାଥଙ୍କୁ ଏହି ପୁରସ୍କାର ମିଳିଥିଲା। ଏହି ପୁରସ୍କାର ପାଇବାରେ ୧୧ତମ ଭାରତୀୟ ହୋଇଛନ୍ତି ରବୀଶ। ସୂଚନାଯୋଗ୍ୟ, ରମନ ମାଗସେସେ ପୁରସ୍କାର ଫିଲିପାଇନ୍ସ ରାଷ୍ଟ୍ରପତି ରମନ ମାଗସେସେଙ୍କ ସ୍ମୃତିରେ ୧୯୫୭ରୁ ପ୍ରଦାନ କରାଯାଉଛି। ସାମ୍ବାଦିକତା, ସାହିତ୍ୟ ଏବଂ କଳା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯାଉଛି।