ବାରିପଦା ଅଫିସ, ୧ା୫- କରୋନା ସନ୍ଦେହରେ ଜିଲାର ୧୪୭୫ ଜଣଙ୍କ ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିମଧ୍ୟରୁ ୧୩୪୮ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ବାକି ୧୨୭ ଜଣଙ୍କ ରିପୋର୍ଟ ଅପେକ୍ଷାରେ ରହିଛି। ୧୪୭୫ ଜଣଙ୍କ ମଧ୍ୟରୁ ୭୯ ଜଣ ବିଦେଶରୁ ଫେରିଥିବା, ୩୨୦ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ଓ ଜ୍ୱର ଆସିବା, ୩୩୪ ଜଣ କାଶ ହୋଇ ଅସୁସ୍ଥ ଅନୁଭବ କରିବା, ୧୩ ଜଣ ଶ୍ୱାସକ୍ରିୟାରେ ଅସୁସ୍ଥ ଅନୁଭବ କରିବା ଓ ୭୨୯ ଜଣ ବ୍ୟକ୍ତି ହଟସ୍ପଟ ଅଞ୍ଚଳରୁ ଆସିଥିବା କାରଣରୁ ସେମାନଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ପ୍ରକାଶ ଯେ ବର୍ତ୍ତମାନ ସୁଦ୍ଧା ଜିଲାରେ ଗୋଟିଏ ବି ପିଜିଟିଭ କେସ୍ ମିଳି ନାହିଁ। ଅନ୍ୟପଟେ ଜିଲାକୁ ଫେରିବା ପାଇଁ ବିଭିନ୍ନ ରାଜ୍ୟରେ ରହିଥିବା ୩୫ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ପଞ୍ଜୀକୃତ କରିଥିବା ସୂଚନା ମିଳିଛି।