୧୫୬ ବର୍ଷର ବ୍ରହ୍ମପୁର ମଣ୍ଡଳ କାରାଗାର : ରାଜ୍ୟର ଏକମାତ୍ର ଫାଶୀଖୁଣ୍ଟ, ନାହାନ୍ତି ଘାତକ

ବ୍ରହ୍ମପୁର ଅଫିସ,୭ା୧୨-ବ୍ରିଟିଶ ଶାସନରେ ଏବଂ ଗଞ୍ଜାମ ଜିଲା ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିବା ବେଳେ ୧୮୬୩ରେ ସ୍ଥାପିତ ହୋଇଥିଲା ବ୍ରହ୍ମପୁର ମଣ୍ଡଳ କାରାଗାର। ୧୫୬ ବର୍ଷର ଏହି ପୁରାତନ ଜେଲରେ ଅଛି ରାଜ୍ୟର ଏକମାତ୍ର ଫାଶୀ ଖୁଣ୍ଟ । ଦେଶ ସ୍ବାଧୀନତା ପାଇଁ ଆନ୍ଦୋଳନରେ ସାମିଲ ହୋଇଥିଲେ ଅନେକ ସଂଗ୍ରାମୀଙ୍କୁ ଏହି କାରାଗାରରେ ବନ୍ଦୀ କରିଥିଲେ ଗୋରା ସରକାର । ସେମାନଙ୍କ ମଧ୍ୟରେ ଥିଲେ ବିପ୍ଲବୀ ଆଦିବାସୀ ନେତା ତଥା ମହାନ ଦେଶପ୍ରେମୀ ସଂଗ୍ରାମୀ ଲକ୍ଷ୍ମଣ ନାୟକ । ବିଭିନ୍ନ ମାମଲାରେ ଛନ୍ଦି ବ୍ରିଟିଶ ସରକାର ତାଙ୍କୁ ୧୯୪୩ ମାର୍ଚ୍ଚ ୨୯ରେ ଏହି ଜେଲରେ ପାଶି ଖୁଣ୍ଟରେ ଝୁଲାଇଥିଲେ। ତେଣୁ ସେ ଶହୀଦ ଆଖ୍ୟା ପାଇଛନ୍ତି ଏବଂ ସବୁ ବର୍ଷ ତାଙ୍କ ଜନ୍ମଦିନ ଏବଂ ଶହୀଦ ଦିବସରେ ଜେଲ ସାମ୍ନାରେ ଥିବା ପ୍ରତିମୂର୍ତ୍ତି ସ୍ଥଳରେ ସ୍ମୃତିଚାରଣ ସହ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ ସରକାରୀ ଭାବେ କରାଯାଉଛି। ଲକ୍ଷ୍ମଣ ନାୟକ ଜେଲର ଯେଉଁ ସେଲରେ ବନ୍ଦୀ ଜୀବନ ବିତାଇଥିଲେ ତାହାକୁ ଜାତୀୟ ସ୍ମୃତିପୀଠ କରାଯାଇଛି।
ସୂଚନାଯୋଗ୍ୟ, ଜେଲ ଭିତରେ ଫାଶୀଖୁଣ୍ଟ ଥିଲେ ମଧ୍ୟ ଝୁଲାଇବା ପାଇଁ ସ୍ଥାୟୀ ଘାତକ ନାହାନ୍ତି । ୧୯୪୩ରୁ ୧୯୯୪ ସୁଦ୍ଧା ମାତ୍ର ୬ ଜଣଙ୍କୁ ଫାଶୀ ଦିଆଯାଇଛି। ୧୯୯୦ ଫେବୃୟାରୀ ମାସରେ ମୟୂରଭଞ୍ଜ ଜିଲାର ଲକ୍ଷ୍ମଣ ନାୟକ ନାମକ ଜଣେ ଅପରାଧୀ ୭ ବର୍ଷର ଶିଶୁ କନ୍ୟାକୁ ଜଙ୍ଗଲରେ ବଳାତ୍କାର କରିବା ପରେ ନୃଶଂସ ଭାବେ ହତ୍ୟା କରିଥିଲା । ଏଭଳି ଜଘନ୍ୟ କାଣ୍ଡର ବିଚାର କରି ଅଦାଲତ ଫାଶୀ ଦଣ୍ଡାଦେଶ ଦେଇଥିଲେ। ଉପର କୋର୍ଟରେ ତାହା କାଏମ ରହିବାରୁ ୧୯୯୪ ଜୁଲାଇ ୧୬ରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏହି ଅପରାଧୀଙ୍କୁ ଏଠାର ଜେଲରେ ଫାଶୀ ଦିଆଯାଇଥିଲା । ତା ପରଠାରୁ ଆଉ କେହି ଫାଶୀଖୁଣ୍ଟରେ ଝୁଲି ନାହାନ୍ତି। ଘାତକ ନ ଥିବାରୁ ଆବଶ୍ୟକ ସ୍ଥଳେ ବିହାର ଓ ଗୋଆରୁ ତାଲିମପ୍ରାପ୍ତ ଘାତକଙ୍କୁ ଏଠାକୁ ଅଣାଯାଉଛି ।
ଇତିମଧ୍ୟରେ ରାଜ୍ୟର ଗୁଣପୁର, ଅନୁଗୋଳ ଓ ଅନ୍ୟ ସ୍ଥାନର କେତେକ ନାବାଳିକା ବଳାତ୍କାର, ଗଣହତ୍ୟା ଆଦି ଅଭିଯୋଗରେ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଯଦି କାଏମ ରହିବ ତେବେ ସେମାନଙ୍କୁ ବ୍ରହ୍ମପୁର ଜେଲର ଫାଶୀଖୁଣ୍ଟରେ ଝୁଲାଯିବ। ଫାଶୀ ଦେବା ପାଇଁ ବାହାର ପ୍ରଦେଶରୁ ଭଡ଼ାରେ ଘାତକ ଅଣାଯିବ। ନାବାଳିକା ଓ ଯୁବତୀଙ୍କୁ ବଳାତ୍କାର ଓ ଗଣ ବଳାତ୍କାର ଘଟଣାର ବିଚାର ପାଇଁ ପୋକ୍‌ସୋ କୋର୍ଟରେ କରାଯାଉଛି । ସଙ୍ଗିନ ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉଛି । ଚଳିତ ବର୍ଷ ଏଭଳି ଘଟଣାମାନ ଘଟିଛି। ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଘାତକ ଖୋଜାପଡ଼ୁଛି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିପ୍ଟୋ କରେନ୍ସି ନାଁରେ ୧ ଲକ୍ଷ ଠକେଇ

ବ୍ରହ୍ମପୁର,୩୦।୧୨(ସୁବାସ ଚନ୍ଦ୍ର ପାଢ଼ୀ): କ୍ରିପ୍ଟୋ କରେନ୍ସି ନାଁରେ ବ୍ରହ୍ମପୁରର ଜଣେ ଯୁବକଙ୍କଠାରୁ ଟଙ୍କା ଠକେଇ ହୋଇଛି। ସାଇବର ଠକ ପ୍ରାୟ ୧ ଲକ୍ଷ ଟଙ୍କା ଠକି...

ଦିଲ୍ଲୀ ପ୍ୟାରେଡ଼ରେ ଯୋଗଦେବେ ସୁମେଶ

ଗଞ୍ଜାମ,୩୦ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ କଲେଜ ସିନିୟର୍‌ ଡିଭିଜନ ନାଭାଲ ଏନ୍‌ସିସି କ୍ୟାଡେଟ ସୁମେଶ ପଲାଇ ଦିଲ୍ଲୀ ଜନପଥରେ ଅନୁଷ୍ଠିତ ହେବାକୁ ଥିବା ୨୦୨୫ ପ୍ୟାରେଡ଼ରେ ଭାଗ...

କିଶାନ ମଜଦୂର ସଭା ପକ୍ଷରୁ ବିକ୍ଷୋଭ: ମୁଖ୍ୟମନ୍ତ୍ରୀଙ୍କୁ ଦେଲେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ସର୍ବ ଭାରତୀୟ କୃଷକ ଓ କୃଷି ସଙ୍ଗଠନ ଅଖିଳ ଭାରତ କିଶାନ ମଜଦୂର ସଭା(ଏଆଇକେଏମ୍‌ଏସ୍‌) ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଫସଲ...

ନିର୍ବାଚନ ପରେ ପ୍ରଥମ ଥର ହିଞ୍ଜିଳି ଗସ୍ତରେ ନବୀନ: ଫସଲ ହାନି ନେଇ ଚାଷୀଙ୍କ ସହ କଲେ ଆଲୋଚନା

ହିଞ୍ଜିଳିକାଟୁ,୩୦।୧୨(ଦ୍ବିତୀକୃଷ୍ଣ ପଣ୍ଡା): ରାଜ୍ୟ ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ସୋମବାର ନିଜ ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ସାଧାରଣ ନିର୍ବାଚନ ପରେ...

ପୁଣି ତେଜିଲା ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀଙ୍କ ଆନ୍ଦୋଳନ

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ବିଭିନ୍ନ ଦାବି ନେଇ ସୋମବାର...

ବୀମା କ୍ଷତି ପଞ୍ଜୀକରଣ ଲାଗି ଅବଧି ବଢ଼ାଇଲେ ସରକାର, ଏହି ଦିନ ପର୍ଯ୍ୟନ୍ତ କରିପାରିବେ ଆବେଦନ

ଛତ୍ରପୁର,୩୦ା୧୨(ସନ୍ତୋଷ ପାଢ଼ୀ): ଅଦିନିଆ ବର୍ଷା ଯୋଗୁ ଗଞ୍ଜାମ ଜିଲାର ଚାଷୀମାନଙ୍କର ଫସଲ କ୍ଷୟକ୍ଷତି ହୋଇଛି। ଯେଉଁ ଚାଷୀଗଣ ବୀମାଭୁକ୍ତ ଓ ପ୍ରିମିୟମ ରାଶି ପ୍ରଦାନ କରିଛନ୍ତି...

ଅଭିଯୋଗ ଶୁଣାଣିରେ ଗଣ୍ଡଗୋଳ, ଗ୍ରାମ୍ୟ ଉନ୍ନୟନ ନିର୍ବାହୀଯନ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ

ତିହିଡ଼ି,୩୦ା୧୨(ସଞ୍ଜିତ ବଳ): ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀଯନ୍ତ୍ରୀଙ୍କୁ ଭଦ୍ରକ ଜିଲା ତିହିଡ଼ିର ଦହପାଣିଆ ଗ୍ରାମବାସୀ ସୋମବାର ଘେରାଉ କରିଛନ୍ତି। ରାସ୍ତାର ଶୋଚନୀୟ ଅବସ୍ଥା ପ୍ରତିବାଦରେ ସେମାନେ...

ଡିସେମ୍ବର ୩୧ରେ ଭାରତ ବନ୍ଦ ଡାକରା:ଜାଣନ୍ତୁ କାହିଁକି

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ଆସନ୍ତା ଡିସେମ୍ବର ୩୧ରେ ଭାରତ ବନ୍ଦ ଡାକରା ଦିଆଯାଇଛି। ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା ଏବଂ ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri