୧୫ ବଛର ହେଲା ମାନସିକ୍‌ ରୋଗ୍‌ରେ ପୀଡ଼ିତ:ବଁଦୀ ଜୀବନ୍‌ ବିତଉଛନ୍‌ ସୁଭଦ୍ରା

ସିନାପାଲି, ୧୬।୭ (ଡି.ଏନ୍‌.ଏ): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଲିଟିଗୁଡ଼ା ପଁଚେତ୍‌ କୋକପଦର ଗଁାର ନୀଳକଣ୍ଠ ହରିଜନକଁର ଝି’ ସୁଭଦ୍ରା ହରିଜନ(୩୫)। ଆଏଜ୍‌କେ ୧୫ ବଛର ହେଲା ସେ ମାନ୍‌ସିକ ରୋଗ୍‌ରେ ପୀଡ଼ିତ ଅଛନ୍‌। ହେଲେ ଟଁକା ପଏସା ଅଭାବୁ ବାପା ଝି’ର ଚିକିସତ୍ା କରେଇ ନାଇଁପାରି କରି ଭଗବାନ ଭରସାରେ ରହିଛନ୍‌।
ସୂଚନା ହିସାବେ ସିନାପାଲି ବ୍ଲକ କୋକପଦର ଗଁାର ନୀଳକଣ୍ଠ ହରିଜନକଁର ପରିବାର କହେଲେ ମାଏକିନା ଜେମଣୀ ହରିଜନ, ଦୁଇ ପୁଓ ଆର ୨ ଝି’କୁ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ନୀଳକଣ୍ଠ ପରହର ଗୁତି କରି, ଦାଦନ୍‌ ଖଟି କୁଟୁମ ପୁଷୁଛନ୍‌। ଆଏଜ୍‌କେ ପାଖାପାଖି ୨୦ ବଛର ତଲେ ସେ ମଝିଅଁା ଝି’ ସୁଭଦ୍ରାକେ ବ୍ଲକର ବ୍ରାହ୍ମଣୀଗୁଡ଼ା ଗଁାରେ ବିହା କରେଇଥିଲେ। ବିହାଘର ଉତାରୁ ବନେ ବଛରକେତେ ତାକର ଘର ସଁସାର ହଁସ୍‌ଖୁସିରେ ଚାଲ୍‌ଲା, ଝି’ପୁଓ ଦୁଇଟା ବି ହେଲେ। ପଛେ ସୁଭଦ୍ରା କେହେନ୍‌ସି କାରନ୍‌ରୁ ମାନସିକ ରୋଗ୍‌ର ଶିକାର ହେଲେ। ଶାଶ୍‌ ଘର ଲୋକ୍‌ ତାକର ଚିକିସତ୍ା କରେଇ ନିରାଶ ହେଲେ। ସେଦିନ୍‌ଠାନୁ ଆଏଜ୍‌କେ ୧୫ ବଛର ହେଲା ସୁଭଦ୍ରା ବାପ୍‌ ଘରେ ଆଶ୍‌ରେ ନେଇଛନ୍‌। ଏନ୍‌ତାଥି ବାପ୍‌ ବି ଯାହା ପାରଲେ ଝି’ର ଚିକିସତ୍ା କରେଇ ନିରାଶ ହେଲେ। ଏହେଦେ ନୀଳକଣ୍ଠ ବି ଉପେ ଶୂଇନ୍‌ ହେଇ ଭଗବାନ ଭରସାରେ ରହିଛନ୍‌। ଏନ୍‌ତା ପରିସ୍ଥିତିରେ ସେ ଘରନୁ ଖଁଡ଼େ ଦୂରେ ସୁଭଦ୍ରାର ଲାଗି ଗୁଟେ ଝାଟିମାଟିର କୁରିଆ ବନେଇ ଦେଇଛନ୍‌। ହେଲେ ସେ କୁରିଆରେ ସୁଭଦ୍ରା ସବୁବେଲେ ବିପଦ୍‌ ଅବସ୍‌ତାରେ ରହିଛନ୍‌, କାରନ୍‌ ଗଁାର ଚାରହିକୁତି ଝାରଜଂଗଲ ରହିଛେ। ସବୁବେଲେ ସଁାପ୍‌, କଁଟିଆ, ଜଂଗଲି ଜୀବ୍‌ଜଁତୁକର ଆକ୍‌ରମନ୍‌ ଭଏ ରହୁଛେ। ଇଆଡ଼େ ଘରର ଲୋକ୍‌ ଫିଦିନ ସୁଭଦ୍ରାକେ ଦୁଇବେଲି ଦୁଇମୁଠା ଖାଏବାକେ ଦେଉଛନ୍‌। ସରକାରୀ ଯୋଜନାରେ ସୁଭଦ୍ରା ୫ଶହ ଟଁକା ଭତା ପାଉଛନ୍‌ ସତ୍‌, ହେଲେ କିଛି ଲାଭ ନାଇଁ। ଇଆଡ଼େ ସରକାର ନିସାହା ବିଧବା, ଛାର୍‌ରି, ଦିବ୍ୟାଙ୍ଗମାନକର ଲାଗି ଯୋଜନା ଉପରେ ଯୋଜନା କରୁଥିଲାବେଲେ ଇ ସବୁରୁ ସୁଭଦ୍ରା ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ବାପ୍‌ଘର ବି ନିହାତି ଗରିବ୍‌ ହେଇଥିଲାବେଲେ ଅନେକ ପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଛନ୍‌। ସୁଭଦ୍ରାକଁର ମା’ର କହେବାର ହେଲା, ଆମେ ଝି’ର ଲାଗି ଯାହା ପାରଲୁଁ କଲୁଁ, ଆମରନେ ପଏସା କଉଡ଼ ନାଇଁ ବଲି ଝି’କେ ଭଲ କରି ନାଇଁ ପରବାର। ଯଦି ତାର ଚିକିସତ୍ା ଲାଗି ସରକାରୀ ସାହାଯ୍‌ ମିଲତା ମୋର ଝି’ ଫେନ୍‌ଘାଏ ତାର ସୁନାର ସଁସାରକେ ଫିରିପାରତା ବଲି କହିଛନ୍‌। ଇ ବାବ୍‌ଦେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିସତ୍ା ଅଧ୍‌କାରୀ ଡା.ସୁକାନ୍ତି ପଣ୍ଡାକୁଁ ପଚରାଲାରୁ ଘଟନା ବାବ୍‌ଦେ ମୋର ପାସେ ଖବର ନାଇଁଥାଇ। ଯେତେ ଜଲଦି ହେବା ଗୁଟେ ଡାକ୍‌ତରି ଦଲ ପଠେଇ ସୁଭଦ୍ରାର ଚିକିସତ୍ା ବେବସ୍‌ତା କରାଯିବା। ଦରକାର ପଡ଼ଲେ ଉଚ ଚିକିସତ୍ା ଲାଗି ବାହାରକେ ପଠାବାର ବେବସ୍‌ତା କରାଯିବା ବଲି ସେ କହିଥିଲେ। ସେନ୍‌ତା ଘଟନା ବାବ୍‌ଦେ ସିନାପାଲି ବିଡିଓ ସୁରେନ୍ଦ୍ର ମେହେରକୁଁ ପଚରାଲାରୁ ଘଟନାର ତଦଁତ୍‌ କରି ତାହାକୁ ପକାଘର ଖଁଡ଼େ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri