ମୁମ୍ବାଇ,୧୯ା୨(ପି.ଟି.): ଦକ୍ଷିଣ ମୁମ୍ବାଇର ଅପେରା ହାଉସ୍ଠାରେ ଜଣେ ୬୧ ବର୍ଷୀୟ ହୀରା ବ୍ୟବସାୟୀ ମଙ୍ଗଳବାର ସକାଳେ ୧୫ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଧୀରେନଭାଇ ଚନ୍ଦ୍ରକାନ୍ତ ଶାହା ନାମକ ଏହି ବ୍ୟବସାୟୀ ପ୍ରସାଦ ଚାମ୍ବର୍ସ ଛାତରୁ ଡେଇଁପଡ଼ିଥିଲେ। ତାଙ୍କୁ ତୁରନ୍ତ ପାଖ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉକ୍ତ କୋଠାରେ ଥିବା ଶାହାଙ୍କ ଅଫିସରୁ ପୋଲିସ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି। ତାଙ୍କର ଏହି ଚରମ ପଦକ୍ଷେପ ପାଇଁ ଅନ୍ୟ କେହି ଦାୟୀ ନୁହନ୍ତି ବୋଲି ସେଥିରେ ଲେଖାଅଛି। ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।