୧୯୯୯ରେ କାରଗିଲ୍‌ ଯାଇଥିଲେ ମୋଦି, ଶେୟାର୍‌ କଲେ ଯୁଦ୍ଧ ବେଳର ଫଟୋ

ନୂଆଦିଲ୍ଲୀ, ୨୬।୭: ଆଜି ଦେଶ ପାଇଁ ଗୌରବର ଦିନଟିଏ। ଆଜକୁ ଠିକ୍‌ ୨୦ବର୍ଷ ପୂର୍ବେ କାରଗିଲରେ ଭାରତୀୟ ସୈନ୍ୟମାନେ ପାକିସ୍ତାନକୁ ଧୂଳି ଚଟେଇ ଦେଇଥିଲେ। ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି ଭାରତ ବିଜୟ ହାସଲ କରିଥିଲା। ତେଣୁ ଯୋଦ୍ଧାଙ୍କ ବୀରତାକୁ ମନେରଖିବା ପାଇଁ ପ୍ରତିବର୍ଷ ଏହି ଦିନଟିକୁ କାରଗିଲ୍‌ ବିଜୟ ଦିବସ ଭାବେ ପାଳନ କରାଯାଏ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୀର ଯବାନଙ୍କୁ ମନେପକାଇ ୧୯୯୯ରେ କାରଗିଲ୍‌ ଯାଇଥିବା ବେଳର ଫଟୋ ଶେୟାର୍‌ କରିଛନ୍ତି। ସେ କହିଛନ୍ତି, କାରଗିଲ୍‌ ଯୁଦ୍ଧବେଳେ ସେଠାକୁ ଯିବାକୁ ମୋତେ ସୁଯୋଗ ମିଳିଥିଲା। ଜମ୍ମୁ-କଶ୍ମୀର ଏବଂ ହିମାଚଳ ପ୍ରଦେଶରେ ଦଳ ପାଇଁ କାର୍ଯ୍ୟ କରୁଥିଲାବେଳେ ସେଠାରେ ବାହାଦୂର ଭାରତୀୟ ସୈନ୍ୟଙ୍କୁ ଭେଟି କଥାବାର୍ତ୍ତା ହେବା ଅବିସ୍ମରଣୀୟ ବୋଲି ମୋଦି କହିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ବୀର ଯବାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ଅମିତ ଶାହାଙ୍କୁ ଭେଟିଲେ ଏକନାଥ ଶିନ୍ଦେ: ମୁଖ୍ୟମନ୍ତ୍ରୀ ବଦଳରେ ମାଗିଲେ ଏସବୁ ପଦ

ପୁଣେ,୨୯।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିର ପ୍ରଚଣ୍ଡ ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରି ନାହିଁ। ଅବଶ୍ୟ, ଏହା ନିଶ୍ଚିତ...

ତେଜୁଛି ମନ୍ଦିର-ମସ୍‌ଜିଦ ବିବାଦ:ସମ୍ଭଲ ପରେ ଅଜମେର

ଅଜମେର/ସମ୍ଭଲ/ନୂଆଦିଲ୍ଲୀ,୨୯ା୧୧:ଦରଘା ଶରିଫରେ ସର୍ଭେ କରାଇବା ପାଇଁ ଦାଖଲ ଏକ ଆବେଦନର ଶୁଣାଣି କରି ବୁଧବାର ରାଜସ୍ଥାନର ଅଜମେରସ୍ଥିତ ଏକ କୋର୍ଟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ଭାରତର ପ୍ରତ୍ନତତ୍ତ୍ୱ...

ଯେତେବେଳେ ବି ମୁଖ୍ୟମନ୍ତ୍ରୀ ବାଛିବାକୁ ସମୟ ନେଇଛି ଭାଜପା ସାମ୍ନାକୁ ଆସିଛି ସରପ୍ରାଇଜ୍‌ ଚେହେରା

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଆସିବାକୁ ୬ ଦିନ ହୋଇ ଗଲାଣି। ହେଲେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ...

ହେମନ୍ତ ସୋରେନ ୪ର୍ଥ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସତ, ହେଲେ ଅସଲ ରେକର୍ଡ ଭାଙ୍ଗିବେ ୧୭ରେ

ରାଞ୍ଚି,୨୮।୧୧: ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଗୁରୁବାର ରାଞ୍ଚିର ଐତିହାସିକ...

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ହୋଇ ନ ଥିଲା ଚର୍ଚ୍ଚା, ମହାୟୁତିର ଟେନସନ ବଢାଇଲେ ଅଜିତ ପାଓ୍ବାର!

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ପାଞ୍ଚ ଦିନ ପର୍ଯ୍ୟନ୍ତ ସସପେନ୍ସ ଜାରି ରହିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଗୁରୁବାର ଦିଲ୍ଲୀରେ ଏନଡିଏ ବୈଠକ ଅନୁଷ୍ଠିତ...

ଚିନ୍ମୟ ଦାସଙ୍କ ଗିରଫକୁ ନେଇ ଗର୍ଜିଲେ ଶେଖ ହସିନା

ନୂଆଦିଲ୍ଲୀ/ଢାକା,୨୮।୧୧: ବହିଷ୍କୃତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶଦ୍ରୋହ ଅଭିଯୋଗରେ ହିନ୍ଦୁ ଭିକ୍ଷୁ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ତୀବ୍ର ନିନ୍ଦା କରିବା ସହ ତାଙ୍କୁ...

ବର୍ତ୍ତମାନ ବୟସ ଏତେ ଯେ ଯାହାକୁ ମୁଁ ବଞ୍ଚି ପାରିବି ନାହିଁ, ଜାଣନ୍ତୁ ଏମିତି କାହିଁକି କହିଲେ ଅଖିଳେଶ

ଲକ୍ଷ୍ନୌ,୨୮।୧୧: ନିକଟରେ ଏକ ସାକ୍ଷାତକାରରେ ସମାଜବାଦି ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ତାଙ୍କ ବ୍ୟକ୍ତିଗତ ଜୀବନ, ପିତା ମୁଲାୟମ ସିଂ ଯାଦବଙ୍କ ସହ ସମ୍ପର୍କ ଏବଂ...

ଭାଜପା ତଣ୍ଟିରେ ଲାଗିଛି ‘ଶିନ୍ଦେ’ କଣ୍ଟା ! ସାଙ୍ଗରେ ରଖିବାକୁ ଦଳ ଯେତିକି ବାଧ୍ୟ ସେତିକି ଜରୁରୀ, ଅଣଦେଖା କଲେ…

ମୁମ୍ବାଇ,୨୮।୧୧: ଯଦି ଏକନାଥ ସିନ୍ଦେ ନୁହନ୍ତି, ତେବେ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ? ଦେବେନ୍ଦ୍ର ଫଡନାଭିସ ଏହି ଦୌଡରେ ସବୁଠାରୁ ଆଗରେ ଥିବା କୁହାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri