ଢେଙ୍କାନାଳ ଅଫିସ,୬।୫ – ଢେଙ୍କାନାଳ ସଦର ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ୩୧ହଜାର ଟଙ୍କାର ସହାୟତା ଚେକ୍ ପ୍ରଦାନ କରାଯାଇଛି। ବିଧାୟକ ସୁଧୀର କୁମାର ସାମଲଙ୍କ ଉପସ୍ଥିତିରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଜରିଆରେ ଏହି ଚେକ୍ ପ୍ରଦାନ କରାଯାଇଥିଲା। ବ୍ଲକ ଅଧ୍ୟକ୍ଷା ପଦ୍ମିନୀ ନାୟକ, ବିଡିଓ ସୁକାନ୍ତ ମାଝି, ଉପାଧ୍ୟକ୍ଷ ନରୋତ୍ତମ ସାହୁଙ୍କ ସମେତ ପଞ୍ଚାୟତ ପ୍ରତିନିଧି, ବ୍ଲକ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।