ଇସଲାମାବାଦ୍,୨୦।୧: ଜଣେ ପାକିସ୍ତାନୀ ଧୀବର ୨ ଟି ମାଛ ବିକି ରାତାରାତି ଲକ୍ଷପତି ପାଲଟି ଯାଇଛନ୍ତି। କରାଚୀରେ ବାସ କରୁଥିବା ଏହି ଧୀବର ଜଣକ ଆରବ ସାଗରରେ ମାଛ ଧରୁଥିବା ସମୟରେ ୨ଟି ସବା ପ୍ରଜାତିର ମାଛ ଧରିଥିଲେ। ଏହି ପ୍ରଜାତିର ମାଛର ଏୟାର ବ୍ଲାଡର ଦାମ ଅନ୍ତର୍ଜାତୀୟ ବଜାରରେ ବେଶ୍ ଅଧିକ। ଏଥିରୁ ବହୁ ଔଷଧ ପ୍ରସ୍ତୁତ ହୋଇଥାଏ। ମାଛ ଦୁଇଟିକୁ ୧୦ ଲକ୍ଷ ଲେଖାଏଁ ଟଙ୍କାରେ ବିକି ଧୀବର ଜଣକ ୨୦ ଲକ୍ଷ ଟଙ୍କା ପାଇ ରାତାରାତି ଲକ୍ଷପତି ପାଲଟି ଯାଇଛନ୍ତି। ମାଛ ୨ଟିର ଲମ୍ବ ଦେଢ଼ ମିଟରରୁ ଅଧିକ ଥିବାବେଳେ ଓଜନ ୩୦-୪୦ କିଲୋ ମଧ୍ୟରେ ହେବ ବୋଲି କୁହାଯାଉଛି। ଏହି ପ୍ରଜାତିର ମାଛ ବାଲୁଚିସ୍ତାନ ଏବଂ ସିନ୍ଧ୍ ଉପକୂଳରେ ଅଧିକ ଦେଖାଯାଇଥାନ୍ତି।