ନୂଆଦିଲ୍ଲୀ,୧୭।୪ : ଇ-କମର୍ସ କମ୍ପାନୀଗୁଡ଼ିକୁ ସରକାର ପ୍ରାଥମିକ ପର୍ଯ୍ୟାୟରେ କିଛିଟା ଆଶ୍ୱସ୍ତି ଦେଇଛନ୍ତି। ଚଳିତ ମାସ ୨୦ରୁ ଇ-କମର୍ସ ସାଇଟଗୁଡିକରେ ଲୋକମାନେ ମୋବାଇଲ, ଟିଭି ଏବଂ ଫ୍ରିଜ୍ ଭଳି ସାମଗ୍ରୀ କ୍ରୟ କରିବାର ସୁବିଧା ପାଇପାରିବେ। ସରକାର କମ୍ପାନୀଗୁଡିକୁ ଏ ଦିଗରେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସାମଗ୍ରୀ ଡେଲିଭରି କରିବାକୁ ଥିବା ବ୍ୟକ୍ତିବିଶେଷଙ୍କୁ ଏଥିଲାଗି ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବାକୁ ପଡିବ। ସୂଚନାଯୋଗ୍ୟ ବର୍ତ୍ତମାନ ଇ-କମର୍ସ କମ୍ପାନୀଗୁଡ଼ିକ କେବଳ ଜରୁରୀ ସାମଗ୍ରୀ ହୋମ୍ ଡେଲିଭରି କରୁଛନ୍ତି।