ନୂଆଦିଲ୍ଲୀ,୨୬।୫: ରିଲାଏନ୍ସର ଅନ୍ଲାଇନ ଗ୍ରସେରି ଡେଲିଭରି ସର୍ଭିସ ପ୍ଲାଟ୍ଫର୍ମ ଜିଓମାର୍ଟ ପକ୍ଷରୁ ଦେଶର ୨୦୦ ସହରରେ ସେବା ଯୋଗାଇ ଦିଆଯିବ। ଏହି ସେବା ଦ୍ୱାରା ଆମାଜନ, ଫ୍ଲିପ୍କାର୍ଟ ଏବଂ ବିଗ୍ ବାସ୍କେଟ ଭଳି କିରାନା ସାମଗ୍ରୀ ଡେଲିଭରି ଦେଉଥିବା କମ୍ପାନୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି ହେବ ବୋଲି ଜଣାପଡିଛି। ୨୦୦ ସହରରେ ଜିଓମାର୍ଟ ସେବା ଯୋଗାଣ ଆରମ୍ଭ ସମ୍ପର୍କରେ କମ୍ପାନୀ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିିଆଯାଇଛି। ଜିଓମାର୍ଟ ଡଟ୍ କମ୍ ଲଗ୍ ଇନ୍ କରି ଗ୍ରାହକ ସାମଗ୍ରୀ ଅର୍ଡର ଦେଇ ପାରିବେ। ସାମଗ୍ରୀ ମୂଲ୍ୟ ୭୫୦ ଟଙ୍କାରୁ କମ୍ ହେଲେ ଏଥିପାଇଁ ଗ୍ରାହକଙ୍କୁ ୨୫ ଟଙ୍କା ଡେଲିଭରି ଚାର୍ଜ ଦେବାକୁ ପଡ଼ିବ।