୨୦୨୦ରେ ନିଯୁକ୍ତି ବୃଦ୍ଧି ସମ୍ଭାବନା କ୍ଷୀଣ

ନୂଆଦିଲ୍ଲୀ,୨୩-୧୨: ଦେଶରେ ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସିଥିବା ବେଳେ ଚଳିତ ନିଯୁକ୍ତି ପ୍ରଭାବିତ ସ୍ଥିତିରେ ରହିଛି। ଏହି ଧାରାରେ ଆସନ୍ତା ବର୍ଷ ମଧ୍ୟ ପରିବର୍ତ୍ତନ ଆସି ନ ପାରେ। ୨୦୨୦ରେ ନିଯୁକ୍ତି ବୃଦ୍ଧି ସମ୍ଭାବନା କ୍ଷୀଣ ରହିଥିବା ବଜାର ବିଶେଷଜ୍ଞମାନେ କହିଛନ୍ତି। ଆଗାମୀ ବର୍ଷ ମଧ୍ୟ କମ୍ପାନୀଗୁଡିକର ଶ୍ରମଶକ୍ତି ନିଯୁକ୍ତିରେ ମନ୍ଥର ଅବସ୍ଥା ଲାଗି ରହିବା ସହ ବେତନ ମଧ୍ୟ ଏତେଟା ବୃଦ୍ଧି ହେବନି ବୋଲି କୁହାଯାଉଛି। କମ୍ପାନୀଗୁଡିକ ନୂଆ ନିଯୁକ୍ତି ଦେବା ପରିବର୍ତ୍ତେ ସେମାନଙ୍କ ନିକଟରେ କାର୍ଯ୍ୟରତ କର୍ମଚାରୀଙ୍କ କୌଶଳରେ ବିକାଶ ଲାଗି ଅଧିକ ଧ୍ୟାନ କେନ୍ଦ୍ରିତ କରୁଛନ୍ତି। ଶିଳ୍ପ ଜଗତରେ ଟେକ୍ନୋଲୋଜି ଗ୍ରହଣ ଧାରା ଏବେ ତ୍ୱରାନ୍ବିତ ହୋଇଛି। ଏଭଳି ସ୍ଥିତିରେ କମ୍ପାନୀ ନୂଆ ନିଯୁକ୍ତି ଦେବା ବେଳେ ବିଭିନ୍ନ ସତର୍କତା ଅବଲମ୍ବନ କରୁଛନ୍ତି।
ଇଣ୍ଡିଆନ ଷ୍ଟାଫିଙ୍ଗ ଫେଡେରେଶନର ଅଧ୍ୟକ୍ଷ ଋତୁପର୍ଣ୍ଣା ଚକ୍ରବର୍ତ୍ତୀ କହିଛନ୍ତି ଯେ, ରୋଜଗାର ଦୃଷ୍ଟିକୋଣରୁ ସ୍ଥିର କିମ୍ବା ମାମୁଲି ସୁଧାର ଆସିବ। ଦେଶର ଜିଡିପି ଏବେ ମଧ୍ୟ ଉନ୍ନତ ସ୍ଥିତିରେ ନ ଥିବାରୁ ବିଭିନ୍ନ କ୍ଷେତ୍ରରେ ସମସ୍ୟା ଦେଖା ଯାଉଛି। ନିବେଶ ଏବଂ ଚାହିଦାରେ ଏହି ସମୟରେ କିଭଳି ବୃଦ୍ଧି ଘଟୁଛି ତାହା ଦେଖିବାକୁ ବାକି ରହିଲା। ଯଦି ଏହି ସ୍ଥିତିରେ ଉନ୍ନତି ଆସେ ତେବେ ନିଯୁକ୍ତି କ୍ଷେତ୍ରରେ ପରିବର୍ତ୍ତନ ଆସିପାରେ ବୋଲି ଚକ୍ରବର୍ତ୍ତୀ କହିଛନ୍ତି। ଶିଳ୍ପ ଜଗତ କଥା ବିଚାରକୁ ନେଲେ ଜଣାଯିବ ଯେ, ଯେଉଁ ସଙ୍ଗଠନରେ ରୋଜଗାର ବଢିଛି ସେମାନଙ୍କ ସଂଖ୍ୟା କମ୍‌। ବଜାରରେ ଯୋଗ୍ୟ ବ୍ୟକ୍ତି ବିଶେଷଙ୍କ ଆବଶ୍ୟକତା ରହିଥିବା ବିଶେଷଜ୍ଞ କହିଛନ୍ତି।
ଏକଜିକ୍ୟୁଟିଭ ସୋର୍ସିଂ କମ୍ପାନୀ ଗ୍ଲୋବାଲ ହଣ୍ଟ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ସୁନୀଲ ଗୋୟଲ କହିଛନ୍ତି ଯେ, ୨୦୨୦ର ଆରମ୍ଭ ତ୍ରୈମାସ ନିଯୁକ୍ତି କ୍ଷେତ୍ରରେ ଏତେଟା ଉନ୍ନତ ରହିଲା ଭଳି ପ୍ରତୀୟମାନ ହେଉ ନାହିଁ। ଜିଡିପି କମୁଥିବାରୁ କମ୍ପାନୀଗୁଡିକ ସତର୍କତା ଦେଖାଉଛନ୍ତି। ମାତ୍ର ୨୦୨୦ ଦ୍ୱିତୀୟ ତ୍ରୈମାସ ବେଳକୁ କମ୍ପାନୀଗୁଡିକ କାରବାର ସମ୍ପ୍ରସାରଣ ନେଇ ପୁଣି ଧ୍ୟାନ ଦେବାର ସମ୍ଭାବନା ରହିଛି। ଫଳରେ ନିଯୁକ୍ତି ବଢିବା କ୍ଷେତ୍ରରେ କିଛିଟା ପରିବର୍ତ୍ତନ ଆସିପାରେ। ୨୦୧୯ ଅଟୋମୋବାଇଲ, ମାନୁଫାକଚରିଂ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ନିଯୁକ୍ତି କମିଛି। କ୍ୟାରିୟର କନସଲଟିଂ ଲିଡର ନମିତା ଭରଦ୍ୱାଜ କହିଛନ୍ତି ଯେ, କମ୍ପାନୀଗୁଡିକ ଏହି ସମୟରେ ନିଜର ଆଭ୍ୟନ୍ତରୀଣ ଶ୍ରମଶକ୍ତି ଉପରେ ଧ୍ୟାନ କେନ୍ଦ୍ରିତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

ଭାରତରେ ବଢିଚାଲିଛନ୍ତି କୋଟିପତି: ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୭।୯: ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri