Posted inଜାତୀୟ

୨୦୨୧ ପୂର୍ବରୁ କଶ୍ମୀରରେ ନିର୍ବାଚନ ସମ୍ଭବ ନୁହେଁ

ଜମ୍ମୁ/ଶ୍ରୀନଗର,୨୫ା୮ (ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ୨୦୨୧ ପୂର୍ବରୁ ବିଧାନସଭା ନିର୍ବାଚନ ହେବା ସମ୍ଭବ ନୁହେଁ ବୋଲି ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡିଛି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ପୁନର୍ଗଠନ ଆଇନ ପ୍ରଣୟନ କରିଛନ୍ତି। ତଦନୁଯାୟୀ ଅକ୍ଟୋବର ମାସରୁ ଜମ୍ମୁ-କଶ୍ମୀର ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖ ଭାବେ ଆତ୍ମପ୍ରକାଶ କରିବ। ତେଣୁ ଅକ୍ଟୋବର ୩୧ ପରେ ସୀମା ପୁନଃନିର୍ଦ୍ଧାରଣ ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ବାଚନ କମିଶନଙ୍କୁ ପତ୍ର ଲେଖିବ। ନଭେମ୍ବର ଶେଷ ଭାଗରୁ ବିଧାନସଭା କ୍ଷେତ୍ର ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟ ଆରମ୍ଭ ହେବ। ଏହି ପ୍ରକ୍ରିୟା ଶେଷ ହେବା ଲାଗି ୧୪ ମାସ ସମୟ ଲାଗିଯିବ ବୋଲି କୁହାଯାଉଛି। ତେଣୁ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ପାଇଁ ୨୦୨୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।
କମିଶନ ସ୍ବରାଷ୍ଟ୍ର ମନ୍ତ୍ରଣାଳୟଠାରୁ ନିର୍ଦ୍ଦେଶନାମା ପାଇବା ପରେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ କରିବ। ସବ୍‌କମିଟି ଗଠନ ଏବଂ ପ୍ରକ୍ରିୟା ପାଇଁ କାର୍ଯ୍ୟନିର୍ଘଣ୍ଟ ପ୍ରସ୍ତୁତିରେ ମାସେ ଲାଗିଯିବ। ସୀମାନିର୍ଦ୍ଧାରଣ ପ୍ରକ୍ରିୟା ୯ରୁ ୧୦ ପର୍ଯ୍ୟାୟରେ ହେବ। ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଶେଷ ହେବାବେଳକୁ ୧୪ ମାସ ଲାଗିଯିବ ବୋଲି ଇସି ସୂତ୍ରରୁ ଜଣାପଡିଛି। ଜମ୍ମୁକଶ୍ମୀରରୁ ଲଦାଖ ଅଲଗା ହୋଇଯିବା ପରେ ବିଧାନସଭା ଆସନ ସଂଖ୍ୟା ୮୭ରୁ ୮୩କୁ ହ୍ରାସ ପାଇବ। କାରଣ ଲେହ, କାର୍ଗିଲ, ଜନସ୍କର ଓ ନୁବ୍ରା ଆସନ ଆଉ ଜମ୍ମୁ-କଶ୍ମୀର ବିଧାନସଭାର ଅଂଶବିଶେଷ ହୋଇ ରହିବ ନାହିଁ। ବର୍ତ୍ତମାନ ଉପତ୍ୟକାରେ ୪୬ ଓ ଜମ୍ମୁ ଡିଭିଜନରେ ୩୭ ବିଧାନସଭା ଆସନ ରହିଛି। ସୀମା ନିର୍ଦ୍ଧାରଣ ପ୍ରକ୍ରିୟାରେ ଜମ୍ମୁରେ ଅଧିକ ୭ଟି ନିର୍ବାଚନ ମଣ୍ଡଳୀ ସୃଷ୍ଟି ହେବ। ଫଳରେ କଶ୍ମୀରରେ ୪୬ ସହ ଜମ୍ମୁର ୪୪ ଆସନକୁ ମିଶାଇ ମୋଟ ବିଧାନସଭା ଆସନ ସଂଖ୍ୟା ୯୦ ହେବ। ଜମ୍ମୁ ଡିଭିଜନରେ ଯେଉଁ ଅଧିକ ୭ଟି ଆସନ ହେବ ସେଥିରୁ କେତେକ ପଶ୍ଚିମ ପାକିସ୍ତାନରୁ ଆସି ବସବାସ କରୁଥିବା ଭୋଟରଙ୍କ ପାଇଁ ସଂରକ୍ଷିତ ରହିବ। ଜମ୍ମୁରେ ପାଖାପାଖି ୩ ଲକ୍ଷ ପଶ୍ଚିମ ପାକିସ୍ତାନୀ ଥଇଥାନ ହୋଇଛନ୍ତି।

ଜାତିସଂଘ ମୁଖ୍ୟଙ୍କ ସହ କଥାହେଲେ କୁରେଶୀ

ପାକିସ୍ତାନର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ କଶ୍ମୀର ପ୍ରସଙ୍ଗକୁ ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେଙ୍କ ସହ ଶନିବାର ଟେଲିଫୋନରେ କଥା ହୋଇଛନ୍ତି। କଶ୍ମୀର ସ୍ଥିତି ବିଗିଡ଼ିବାରେ ଲାଗିଛି ଓ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ସମୁଦାୟ ପ୍ରମୁଖ ଭୂମିକା ଗ୍ରହଣ କରିବା ଦରକାର ବୋଲି ସେ କହିଛନ୍ତି। ନୂଆଦିଲ୍ଲୀ ଏକପାଖିଆ ଭାବେ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଠାଇବା ସହ ରାଜ୍ୟକୁ ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଛି। ହେଲେ ଏବେ ସେଠାରେ ସ୍ଥିତି ବିସ୍ଫୋରକ ରୂପ ଧାରଣ କରିଛି। ୨୦ ଦିନ ହେବ କର୍ଫ୍ୟୁ ଲଗାଯିବା ପରେ ସେଠାରେ ଲୋକଙ୍କୁ ଖାଦ୍ୟ, ଔଷଧର ଅଭାବ ଦେଖାଦେଇଛି। ଅନେକ ନେତାଙ୍କୁ ଗୃହବନ୍ଦୀ କରାଯାଇଛି। ତେବେ ଗୁଟେରେ ଏନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫ୍ରାନ୍ସରେ ଜି-୭ ସମ୍ମିଳନୀ ଅବସରରେ କଥା ହେବେ ବୋଲି କହିଛନ୍ତି। କଶ୍ମୀରରେ ଅଶାନ୍ତି ଦୂର ଲାଗି ଗୁଟେରେ ଏବେ ବି ପ୍ରସ୍ତୁତ ଅଛନ୍ତି ଓ ସେଠାରୁ କର୍ଫ୍ୟୁ ଉଠାଇବା ଲାଗି ଜାତିସଂଘ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉ ବୋଲି କହିଥିବା କୁରେଶୀ ଖବରଦାତାଙ୍କୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯେତେବେଳେ ବି ମୁଖ୍ୟମନ୍ତ୍ରୀ ବାଛିବାକୁ ସମୟ ନେଇଛି ଭାଜପା ସାମ୍ନାକୁ ଆସିଛି ସରପ୍ରାଇଜ୍‌ ଚେହେରା

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଆସିବାକୁ ୬ ଦିନ ହୋଇ ଗଲାଣି। ହେଲେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ...

ହେମନ୍ତ ସୋରେନ ୪ର୍ଥ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସତ, ହେଲେ ଅସଲ ରେକର୍ଡ ଭାଙ୍ଗିବେ ୧୭ରେ

ରାଞ୍ଚି,୨୮।୧୧: ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଗୁରୁବାର ରାଞ୍ଚିର ଐତିହାସିକ...

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ହୋଇ ନ ଥିଲା ଚର୍ଚ୍ଚା, ମହାୟୁତିର ଟେନସନ ବଢାଇଲେ ଅଜିତ ପାଓ୍ବାର!

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ପାଞ୍ଚ ଦିନ ପର୍ଯ୍ୟନ୍ତ ସସପେନ୍ସ ଜାରି ରହିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଗୁରୁବାର ଦିଲ୍ଲୀରେ ଏନଡିଏ ବୈଠକ ଅନୁଷ୍ଠିତ...

ଚିନ୍ମୟ ଦାସଙ୍କ ଗିରଫକୁ ନେଇ ଗର୍ଜିଲେ ଶେଖ ହସିନା

ନୂଆଦିଲ୍ଲୀ/ଢାକା,୨୮।୧୧: ବହିଷ୍କୃତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶଦ୍ରୋହ ଅଭିଯୋଗରେ ହିନ୍ଦୁ ଭିକ୍ଷୁ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ତୀବ୍ର ନିନ୍ଦା କରିବା ସହ ତାଙ୍କୁ...

ବର୍ତ୍ତମାନ ବୟସ ଏତେ ଯେ ଯାହାକୁ ମୁଁ ବଞ୍ଚି ପାରିବି ନାହିଁ, ଜାଣନ୍ତୁ ଏମିତି କାହିଁକି କହିଲେ ଅଖିଳେଶ

ଲକ୍ଷ୍ନୌ,୨୮।୧୧: ନିକଟରେ ଏକ ସାକ୍ଷାତକାରରେ ସମାଜବାଦି ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ତାଙ୍କ ବ୍ୟକ୍ତିଗତ ଜୀବନ, ପିତା ମୁଲାୟମ ସିଂ ଯାଦବଙ୍କ ସହ ସମ୍ପର୍କ ଏବଂ...

ଭାଜପା ତଣ୍ଟିରେ ଲାଗିଛି ‘ଶିନ୍ଦେ’ କଣ୍ଟା ! ସାଙ୍ଗରେ ରଖିବାକୁ ଦଳ ଯେତିକି ବାଧ୍ୟ ସେତିକି ଜରୁରୀ, ଅଣଦେଖା କଲେ…

ମୁମ୍ବାଇ,୨୮।୧୧: ଯଦି ଏକନାଥ ସିନ୍ଦେ ନୁହନ୍ତି, ତେବେ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ? ଦେବେନ୍ଦ୍ର ଫଡନାଭିସ ଏହି ଦୌଡରେ ସବୁଠାରୁ ଆଗରେ ଥିବା କୁହାଯାଉଛି।...

ଥରିଲା ଆଫଗାନିସ୍ତାନ, ଜମ୍ମୁ-କଶ୍ମୀରରେ ଦେଖାଗଲା ଏହାର ପ୍ରଭାବ

ଶ୍ରୀନଗର/କାବୁଲ,୨୮।୧୧: ଗୁରୁବାର (୨୮ ନଭେମ୍ବର) ଅପରାହ୍ନରେ ଜମ୍ମୁ କଶ୍ମୀରର କିଛି ଅଞ୍ଚଳରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ...

‘ସିଂହୀ ସଂସଦ ଆସିଗଲେ…,’ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ପୋଷ୍ଟ କରି ଫସିଗଲେ ସଞ୍ଜୟ

ନୂଆଦିଲ୍ଲୀ,୨୮।୧୧: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଗୁରୁବାର ସଂସଦରେ ଏମପି ଭାବରେ ଶପଥ ଗ୍ରହଣ କରିଛନ୍ତି। କେରଳର ୱାୟାନାଡର ଏମପି ଭାବରେ ସଂସଦରେ ଶପଥ ଗ୍ରହଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri