ନୂଆଦିଲ୍ଲୀ,୨୮।୮: ଭାରତ ପକ୍ଷରୁ ୨୦୨୨ରେ ଆରମ୍ଭ ହେବ ମାନବ ମିଶନ ‘ଗଙ୍ଗାୟାନ୍’। ଏହି ମିଶନ ପାଇଁ ୪ ମହାକାଶଚାରୀଙ୍କୁ ରୁଷିଆ ତାଲିମ୍ ଦେବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷିଆ ଗସ୍ତ ସମୟରେ ବୁଝାମଣା ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୪ ରୁ ୬ ମଧ୍ୟରେ ରୁଷିଆ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଭାରତ ମାନବ ମିଶନ ପାଇଁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଭାରତରୁ ଚୟନ ହୋଇଥିବା ୧୨ ଜଣ ମହାକାଶଚାରୀ ରୁଷିଆରେ ତାଲିମ୍ ନେବେ। ତେବେ ଚୂଡ଼ାନ୍ତ ପର୍ଯ୍ୟାୟରେ ୪ ଜଣଙ୍କୁ ମାନବ ମିଶନ ପାଇଁ ଚୟନ କରାଯିବ।