୨୨ରେ ଦିଲ୍ଲୀ ଯିବେ ରାଜ୍ୟ କଂଗ୍ରେସ ନେତା: ତାରା କହିଲେ ‘ପିସିସି ସଭାପତି ପରିବର୍ତ୍ତନ ନ କରିବାକୁ କହିବୁ’

ଭୁବନେଶ୍ୱର,୨୦।୮(ବ୍ୟୁରୋ): ରାଜ୍ୟ କଂଗ୍ରେସର ସମସ୍ତ ନେତାଙ୍କୁ ଦିଲ୍ଲୀରୁ ଡାକରା ଆସିଛି। ଆସନ୍ତା ୨୨ରେ ନେତାମାନେ ଦିଲ୍ଲୀ ଯିବେ। ଦଳର ହାଇକମାଣ୍ଡଙ୍କ ପାଖରୁ ଏହି ଡାକରା ଆସିଥିବା ପରିପ୍ରେକ୍ଷୀରେ ମଙ୍ଗଳବାର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ହାଇକମାଣ୍ଡଙ୍କ ସହ ଆଲୋଚନା ବେଳେ ପିସିସି ସଭାପତି ପରିବର୍ତ୍ତନ ନ କରିବାକୁ କହିବୁ। ଆଗକୁ ପୌର ନିର୍ବାଚନ ଅଛି। ଏଣୁ ଏବେ ନିରଞ୍ଜନ ପଟ୍ଟନାୟକଙ୍କୁ ନହଟାଇବାକୁ କହିବୁ। ତୃଣମୂଳସ୍ତରରେ କର୍ମୀମାନେ ଏକାଠି ଅଛନ୍ତି, ଉପରେ ନେତା ବିଭାଜିତ। ନିର୍ବାଚନ ବେଳେ ନିରଞ୍ଜନ କର୍ମୀଙ୍କୁ ଏକାଠି କରିବାରେ ସମୟ ଦେଇଛନ୍ତି। ତେଣୁ ଶରତ, ଜୟଦେବ ଓ ନିରଞ୍ଜନ ଏକାଠି ହେଲେ ଦଳ ସୁଦୃଢ଼ ହେବ ବୋଲି ତାରା କହିଛନ୍ତି।

ପ୍ରକାଶଯୋଗ୍ୟ, ଦିଲ୍ଲୀ ଗସ୍ତ କାଳରେ କଂଗ୍ରେସର ଏକ ବଡ଼ ବୈଠକ ବସିବ। ଏଥିରେ ଏଆଇସିସି ଅଧ୍ୟକ୍ଷ ଚୟନ ଓ ସାଙ୍ଗଠନିକସ୍ତରରେ ବଡ଼ ଧରଣର ଅଦଳବଦଳ ହେବା ନେଇ ଆଲୋଚନା ହେବ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ମାମଲା ଶୁଣାଣି ସମୟରେ କୋର୍ଟ ପରିସରରେ ବିଷ ପିଇଲେ ନାବାଳିକା

କେନ୍ଦ୍ରାପଡ଼ା, ୧୭ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା କୋର୍ଟ ପରିସର ବାହାରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ପୋକ୍‌ସୋ ମାମଲାରେ ସାକ୍ଷୀ...

ଧନୁଯାତ୍ରା ଦେଖିବାକୁ ଯାଇ ବଳାତ୍କାର ମାମଲା: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌, ପୀଡ଼ିତାଙ୍କ ସହ ଥିବା ଯୁବକଜଣଙ୍କ କିଏ?

ବରଗଡ଼,୧୭।୧(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାକୁ...

ନବଦାସ ହତ୍ୟାକାଣ୍ଡରେ ନୂଆ ମୋଡ, ଗୋପାଳ ନୁହେଁ ଇଏ ମାରିଥିଲେ! ରାଜ୍ୟରେ ଚହଳ

ଭୁବନେଶ୍ୱର,୧୭।୧: ନବଦାସ ହତ୍ୟା ଘଟଣାରେ ନୂଆମୋଡ। ପୂର୍ବତନ ମନ୍ତ୍ରୀ ନବଦାସ ହତ୍ୟାକାଣ୍ଡରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ଘଟଣାକୁ ନେଇ ଅଭିଯୁକ୍ତ ପୋଲିସ ଏଏସଆଇ ଗୋପାଳ...

ପେଙ୍ଗଢୁସି ଗାଁରେ ଯୁବକଙ୍କ ଅସ୍ଵାଭାବିକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଥୁଆମୂଳ ରାମପୁର, ୧୭।୧(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ପେଙ୍ଗଢୁସି ଗ୍ରାମରେ ଲକ୍ଷ୍ମଣ ମାଝୀ (୩୬ ବର୍ଷ) ନାମକ ଜଣେ ଯୁବକଙ୍କ ଅସ୍ଵାଭାବିକ ମୃତ୍ୟୁ...

ସହରାଞ୍ଚଳ ଜମିର ହେବ ହାଇଟେକ ସର୍ଭେ: ରାଜସ୍ବ ମନ୍ତ୍ରୀ

ଛତ୍ରପୁର ୧୭।୧(ସନ୍ତୋଷ ପାଢ଼ୀ): ରାଜସ୍ୱ ବିଭାଗ ଓ ଅଦିନିଆ ବର୍ଷାରେ କ୍ଷତିର କ୍ଷତିପୂରଣ ବଣ୍ଟନ, ଧାନ କିଣା ସମ୍ବନ୍ଧୀୟ ସମସ୍ୟା ନେଇ ଗଞ୍ଜାମ ଗସ୍ତ କରି...

୮ଟି ପ୍ରକଳ୍ପ ଉପରେ ସିଙ୍ଗାପୁର ସହ MOU ସ୍ବାକ୍ଷର: ଭବିଷ୍ୟତରେ ଓଡ଼ିଶାକୁ ନିବେଶ ଆସିବ

ଭୁବନେଶ୍ୱର, ୧୭।୧: ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ୍ ଶତ୍ରୁଗରତ୍ନମ୍ ଭୁବନେଶ୍ବରର ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ସିଙ୍ଗାପୁର ଏବଂ ଓଡିଶା ରାଜ୍ୟ ମଧ୍ୟରେ ବଢୁଥିବା ଭାଗିଦାରୀରେ ଏକ...

”ଯୌତୁକ ଏକ ସାମାଜିକ ବ୍ୟାଧି”, ଓଡ଼ିଶାକୁ ଏକ ଯୌତୁକ ମୁକ୍ତ ରାଜ୍ୟ କରିବାକୁ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭।୧: ଯୌତୁକ ଏକ ପରମ୍ପରା ନୁହେଁ, ସଂସ୍କୃତି ନୁହେଁ କି ବ୍ୟକ୍ତିଗତ ବ୍ୟାପାର ନୁହେଁ – ଏହା ଏକ ସାମାଜିକ ବ୍ୟାଧି । ଯୌତୁକ...

ଗାଁ ଭିତରକୁ ପଶି ଆସୁଛନ୍ତି ଭାଲୁ, ବନ ବିଭାଗ ସବୁ ଜାଣି ଅଜଣା

କୋକସରା,୧୭।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ଅଧୀନ ଶିଉନି ଗାଁରେ ଏକ ଭାଲୁ ପଶି ଜନବସତି ଅଞ୍ଚଳରେ ବୁଲୁଥିବା ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri