ନୂଆଦିଲ୍ଲୀ, ୧୯ା୬: ଦକ୍ଷିଣପଶ୍ଚିମ ଦିଲ୍ଲୀର ଆରକେପୁରମ୍ ଅନ୍ତର୍ଗତ ଆମ୍ବେଡ୍କର ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ୧୦ ହଜାର ଋଣ ଟଙ୍କାକୁ ନେଇ ଦୁଇ ଭଉଣୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଏହି ଘଟଣାରେ ଦିଲ୍ଲୀ ପୋଲିସ ୩ ଜଣଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ମୁତାବକ, ଲଳିତ ନାମକ ଜଣେ ବ୍ୟକ୍ତି ସ୍ଥାନୀୟ ଲୋକଠାରୁ ୧୦ ହଜାର ଟଙ୍କା ଋଣ ନେଇ ପରିଶୋଧ କରି ନ ଥିଲେ। ଏନେଇ ୧୫ରୁ ୨୦ଜଣ ଲୋକେ ତାଙ୍କ ଘର ନିକଟରେ ପହଞ୍ଚି କବାଟ ବାଡ଼େଇବା ସହ ଢେଲା ପଥର ଫିଙ୍ଗିଥିଲେ। ସେମାନେ ଜୋର ଜବରଦସ୍ତ ଘରେ ପଶିବା ବେଳେ ଲଲିତ କୌଣସି ପ୍ରକାରେ ଖସି ଫେରାର ହୋଇଯାଇଥିଲେ। ତାଙ୍କୁ ଧରି ନ ପାରି ଆକ୍ରମଣକାରୀମାନେ ଲଲିତଙ୍କ ଦୁଇ ଭଉଣୀଙ୍କ ଗୁଳି କରିଥିଲେ। ଫଳରେ ପିଙ୍କି(୩୦) ଏବଂ ଜ୍ୟୋତି(୨୯)ଙ୍କୁ ଗୁରୁତର ଅବସ୍ଥାରେ ଏସ୍.ଜେ. ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଅର୍ଜୁନ, ମିଚେଲ ଏବଂ ଦେବଙ୍କ ଗିରଫ କରିଛି। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।