୩୪.୫୭% ଖସିଲା ରପ୍ତାନି

ନୂଆଦିଲ୍ଲୀ,୧୬ା୪:ଚଳିତ ବର୍ଷ ମାର୍ଚ୍ଚରେ ଭାରତର ରପ୍ତାନି ୩୪.୫୭%ହ୍ରାସ ଘଟି ୨୧.୪୧ ବିଲିୟନ ଡଲାରକୁ ଖସି ଆସିଛି। ୨୦୧୯-୨୦ ଆର୍ଥତ୍କ ବର୍ଷ କଥା ବିଚାର କରିଲେ ଏହା ୪.୭୮% ଖସି ୩୧୪.୩୧ ବିଲିୟନ ଡଲାର ରହିଛି ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ଚଳିତ ବର୍ଷ ମାର୍ଚ୍ଚରେ ବାଣିଜ୍ୟ ନିଅଣ୍ଟ ୯.୭୬ ବିଲିୟନ ଡଲାର ରହିଛି। ଏହା ଗତ ବର୍ଷ ସମାନ ସମୟରେ ୧୧ ବିଲିୟନ ଡଲାର ରହିଥିଲା। ୨୦୧୯-୨୦ ଏପ୍ରିଲ-ମାର୍ଚ୍ଚ ସମୟ ମଧ୍ୟରେ ଏହା ୧୫୨.୮୮ ବିଲିୟନ ଡଲାର ରହିଛି। ଯାହା ପୂର୍ବ ଆର୍ଥତ୍କ ବର୍ଷ ସମାନ ସମୟରେ ୧୮୪ ବିଲିୟନ ଡଲାର ରହିଥିଲା। କରୋନା ଏବଂ ବିଶ୍ୱ ମାନ୍ଦାବସ୍ଥା ଯୋଗୁ ରପ୍ତାନି ଉପରେ ଏହା ନକାରାତ୍ମକ ପ୍ରଭାବ ପକାଇଛି। ଯୋଗାଣ ଚେନ୍‌ ଏବଂ ଚାହିଦା କ୍ଷତିଗ୍ରସ୍ତ ହେବା ଯୋଗୁ ଅର୍ଡର ବାତିଲ ହେଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ଏହି ସମୟରେ ଆମଦାନୀ ୨୮.୭୨% ଖସିଛି। ୨୦୨୯-୨୦ ଏପ୍ରିଲ-ମାର୍ଚ୍ଚ ସମୟରେ ମୋଟ ସାମଗ୍ରୀ ଓ ସେବା ରପ୍ତାନି ୫୨୮.୪୫ ବିଲିୟନ ଡଲାର ରହିଛି। ଏଥିରେ ନକାରାତ୍ମକ ୧.୩୬% ଅଭିବୃଦ୍ଧି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

PAN ୨.୦ ଆଣିଲେ ସରକାର; QR କୋଡ୍‌ ରହିଲେ ବନ୍ଦ ହୋଇଯିବ କି ପୁରୁଣା କାର୍ଡ, ନୂଆ ପାଇଁ ଲାଗିବ କେତେ ଟଙ୍କା; ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୧୧: ଭାରତ ସରକାର ପାନ୍‌ କାର୍ଡ ପାଇଁ ନୂତନ PAN ୨.୦ ଯୋଜନା ଆଣିଛନ୍ତି, ଯେଉଁଥିରେ QR କୋଡ୍‌ ଥିବା ପାନ କାର୍ଡ ମାଗଣାରେ ଅପଗ୍ରେଡ୍‌...

ବାର୍ଷିକ ଋଣ ଯୋଜନାରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୬।୧୧: ଓଡ଼ିଶାର ୧୭୭ ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବଠକ ସୋମବାର ଭୁବନେଶ୍ୱରର ଜୟଦେବ ବିହାର ନିକଟସ୍ଥ ହୋଟେଲ ମେ’ଫେୟାରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...

ବ୍ରିଟେନ୍‌-ଜର୍ମାନୀ ଗସ୍ତରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୧୧(ଅନୁରାଧା ମହାରଣା): ରାଜ୍ୟକୁ ଅର୍ଥନୈତିକ ଶକ୍ତି ଯୋଗାଇବା ଲକ୍ଷ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ବ୍ରିଟେନ-ଜର୍ମାନୀ ଗସ୍ତରେ ଅଛନ୍ତି। ରବିବାର ସେ ଲଣ୍ଡନରେ ପହଞ୍ଚିଥିବାବେଳେ ସ୍ଥାନୀୟ...

ଗୁଣାତ୍ମକ ଉତ୍ପାଦକୁ ଓଡ଼ିଶା ପ୍ଲାଷ୍ଟୋର ଗୁରୁତ୍ୱ

ଭୁବନେଶ୍ୱର,୨୬।୧୧ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ପ୍ଲାଷ୍ଟୋ ପ୍ରୋ ପ୍ୟାକ ଓଡ଼ିଶା ଏବଂ ଓଡ଼ିଶା ପ୍ଲାଷ୍ଟୋର ୪ ଦିନିଆ ପ୍ରଦର୍ଶନୀରେ...

ମଣିପାଲ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର,୨୬।୧୧: ଭୁବନେଶ୍ୱର ମଣିପାଲ ହସ୍ପିଟାଲକୁ ନିକଟରେ ଆଉ ଏକ ସଫଳତା ମିଳିଛି। ଏପରିକି ଏକ ବିରଳ କ୍ୟାନସର ରୋଗର ପୀଡିତ ୬୫ବର୍ଷିୟା ମହିଳାଙ୍କର ସଫଳ ଅସ୍ତ୍ରୋପଚାର...

ଏସ୍‌-ଆଇଏଲ୍‌ଏଫ୍‌ ସହ ସିଆଇଆଇର ବୁଝାମଣା

ନୂଆଦିଲ୍ଲୀ,୨୬।୧୧: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଏବଂ ସାସାକାୱା-ଇଣ୍ଡିଆ ଲେପ୍ରୋସି ଫାଉଣ୍ଡେଶନ ବା ଏସ୍‌-ଆଇଏଲ୍‌ଏଫ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି...

ସୁଜୁକି ଇଣ୍ଡିଆର ମାଇଲେଜ ରାଲି

ଭୁବନେଶ୍ୱର,୨୫।୧୧ (ଅଭୟ ଦାଶ): ସୁଜୁକି ମୋଟରସାଇକେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ମାଇଲେଜ ରାଲି’ ର ଶୁଭାରମ୍ଭ ସର୍ବଭାରତୀୟ ସ୍ତରରେ ଆରମ୍ଭ କରାଯାଇଛି।...

ବଜାରରେ ରୟାଲ ଏନ୍‌ଫିଲ୍ଡର ଗୁଆନ କ୍ଲାସିକ ୩୫୦

ଭୁବନେଶ୍ୱର,୨୫।୧୧: ଦେଶର ପ୍ରମୁଖ ପ୍ରିମିୟମ୍‌ ବୁଲେଟ୍‌ ବ୍ରାଣ୍ଡ ତଥା ରୟାଲ ଏନ୍‌ଫିଲ୍ଡର ଅଲ ନ୍ୟୁ ଗୁଆନ କ୍ଲାସିକ ୩୫୦’ର ସର୍ବଭାରତୀୟ ଅନାବରଣ ଉତ୍ସବ ସହ ବଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri