ନୁଆଦିଲ୍ଲୀ,୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ବେତାର କାର୍ଯ୍ୟକ୍ରମ ମାଧ୍ୟମରେ ଦେଶକୁ ସାମ୍ବୋଧିତ କରିବେ। ଏଥିରେ ମୋଦି ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇବାକୁ ନେଇ ସରକାରଙ୍କ ପକ୍ଷ ରଖିବେ ବୋଲି ଅନୁମାନ କରାଯାଉଛି। ତେବେ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇବା ପରେ ମୋଦି ପ୍ରଥମଥର ଲାଗି ଦେଶକୁ ସମ୍ବୋଧିତ କରିବେ। ଏହା ପୂର୍ବରୁ ଆକାଶବାଣୀରୁ ଆସିଥିବା ଖବର ଅନୁଯାୟୀ ମୋଦି ସନ୍ଧ୍ୟା ୪ଟା ବେଳେ ଏହି କାର୍ଯ୍ୟକ୍ରମରେ ଦେଶକୁ ସମ୍ବୋଧିତ କରିବାର ଯୋଜନା ରହିଥିଲା। ହେଲେ ପରେ ଏହି ସମୟରେ ପରିବର୍ତ୍ତନ କରାଯାଇପାରେ ବୋଲି କୁହାଯାଇଛି। ସନ୍ଧ୍ୟା ୮ରେ ମୋଦି ଦେଶକୁ ସମ୍ବୋଧିତ କରିବେ ବୋଲି ଶେଷରେ ସ୍ପଷ୍ଟ କରାଯାଇଛି।