୩ ଝିଅଙ୍କୁ ହତ୍ୟା କରି ବାପାଙ୍କ ଆତ୍ମହତ୍ୟା

କେନ୍ଦୁଝର/ ଆନନ୍ଦପୁର,୧୫ା୬( ସ୍ବ.ପ୍ର.) :କେନ୍ଦୁଝର ଜିଲା ଆନନ୍ଦପୁର ଥାନାଠାରୁ ୪୦ କି.ମି. ଦୂର ଉଲିିବସା ଗ୍ରାମର ଏକ ଘରୁ ଶୁକ୍ରବାର ୩ରୁ ୯ ବର୍ଷ ବୟସର ମା’ ଛେଉଣ୍ଡ ୩ ଶିଶୁକନ୍ୟାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଏହି ୩ ଝିଅଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ତାଙ୍କ ବାପା ଦୁର୍ଗା ସିଦ୍ଦୁ ନିଜେ ଆତ୍ମହତ୍ୟା କରିଛନ୍ତି। ଏଭଳି ଲୋମହର୍ଷଣକାରୀ ହତ୍ୟା ଘଟଣା ପଦାକୁ ଆସିବା ପରେ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇପଡିଛି। ଜିଲାରେ ସମସ୍ତେ ଧୁମ୍‌ଧାମରେ ରଜପର୍ବ ପାଳନ କରୁଥିବା ବେଳେ ଏଭଳିିି ଦୁଃଖଦ ଘଟଣା ସବୁଠି ଶୋକର ଛାୟା ଖେଳାଇ ଦେଇଛି। ଆନନ୍ଦପୁର ପୋଲିସ ଅପରାହ୍ନ ୪ଟାରେ ପହଞ୍ଚି ୩ ଝିଅ ଓ ବାପା ଦୁର୍ଗାଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ୩ ଶିଶୁକନ୍ୟାଙ୍କୁ ଗୋଟିଏ ଘରେ ବନ୍ଦ କରି ନିଜେ ବାପା ଦୁର୍ଗା କିଭଳି ପରିସ୍ଥିତିରେ ସେମାନଙ୍କ ବେକକୁ ଟାଙ୍ଗିଆରେ କାଟି ବୀଭତ୍ସ ଭାବେ ହତ୍ୟା କଲେ ପୋଲିସ ତାହାର କୌଣସି ଟେର୍‌ ପାଇପାରି ନାହିଁ । ଖବର ଲେଖା ହେବା ଯାଏ ଘଟଣା ସମ୍ପୂର୍ଣ୍ଣ ରହସ୍ୟ ଘେରରେ ରହିଛି। ତେବେ ପରିବାରରେ ଅଭାବ ଅନଟନ ଓ ଅନିଶ୍ଚିତ ଭବିଷ୍ୟତ ଏଭଳି ହତ୍ୟାକାଣ୍ଡର କାରଣ ହୋଇପାରେ ଚର୍ଚ୍ଚା ହେଉଛି।
ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ଉଲିିବସା ଗ୍ରାମରେ ଦୁର୍ଗା ସିଦ୍ଦୁ ୩ ଝିଅ ଓ ନିଜ ବୃଦ୍ଧା ମା’ଙ୍କ ସହ ଗୋଟିଏ ବଖୁରା ଛାଳଛପର ଘରେ ରହୁଥିଲେ। ୩ ବର୍ଷ ତଳେ ତାଙ୍କ ସ୍ତ୍ରୀଙ୍କର ମତ୍ୟୁ ଘଟିଥିଲା। ସେବେଠାରୁ ତାଙ୍କ ମାନସିକ ସ୍ଥିତି କୁଆଡେ ଭଲ ନ ଥିଲା । ମୂଲ ମଜୁରୀ ଲାଗି ଦୁର୍ଗା ପରିବାର ଚଳାଇ ୩ ଝିଅଙ୍କୁ ପାଠ ପଢାଉଥିଲେ । ବଡଝିଅ ଗୁରୁବାରୀ (୯) ଗାଁ ସ୍କୁଲରେ ୪ର୍ଥ ଶ୍ରେଣୀରେ ପଢୁଥିବା ବେଳେ ମଝିଆ ଝିଅ ମାମିନା(୮) ତୃତୀୟ ଶ୍ରେଣୀରେ ଏବଂ ସବା ସାନଝିଅ ମୁକ୍ତା(ସାଢେ ୩) ଗାଁର ଅଙ୍ଗନଓ୍ବାଡି କେନ୍ଦ୍ରକୁ ପାଠ ପଢିବାକୁ ଯାଉଥିଲେ। ଶୁକ୍ରବାର ମଧ୍ୟାହ୍ନ ସମୟରେ ଦୁର୍ଗା ନିଜ ବୃଦ୍ଧା ମା’ ଗୁରୁବାରୀଙ୍କୁ ନିକଟସ୍ଥ ସାପ୍ତାହିକ ଗାଁ ହାଟକୁ ପଠାଇ ଦେଇ ୩ ଝିଅଙ୍କୁ ଘର ଭିତରେ ପୂରାଇ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଭିତର ପଟୁ କବାଟ ବନ୍ଧ କରି ସେ ନିଜେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ । ବୃଦ୍ଧା ମା’ ଅପରାହ୍ନରେ ହାଟରୁ ଫେରି ଘର ଭିତର ପଟୁୁ କବାଟ ବନ୍ଦ ଥିବା ଦେଖି ଡାକ ପକାଇଥିଲେ । କେହି କିଛି ନ ଶୁଣିବାରୁ ସେ ଯାଇ ପଡିଶାଙ୍କୁ ଡାକିଥିଲେ । ଗାଁ ଲୋକେ ଆସି କବାଟ ଭାଙ୍ଗି ଘର ଭିତରର ଯେଉଁ ବୀଭତ୍ସ ଦୃଶ୍ୟ ଦେଖିଲେ ତାହା ସମସ୍ତଙ୍କୁ ହତଚକିତ କରିଦେଇଥିଲା। ୩ ଶିଶୁକନ୍ୟାଙ୍କ ରକ୍ତରେ ଭିଜିଥିଲା ଘରତଳ ମାଟି । ପାଖାପାଖି ହୋଇ ୩ ଝିଅଙ୍କ ମୃତଦେହ ପଡିରହିଥିଲା। ଥାନାରୁ ଘଟଣାସ୍ଥଳକୁ ଯାଇଥିବା ସ୍ବତନ୍ତ୍ର ଟିମ୍‌ ପାରିପାର୍ଶିକ ସ୍ଥିତି ଦେଖିବା ପରେ ପାଖପଡୋଶୀ ଓ ଦୁର୍ଗାଙ୍କ ବୃଦ୍ଧା ମା’ଙ୍କୁ ପଚରାଉଚୁରା କରିଥିଲା। କେବଳ ଉଲିିବସା ନୁହେଁ ଆଖପାଖ ଅଞ୍ଚଳର ଶତାଧିକ ଲୋକ ଆସି ଘଟଣାସ୍ଥଳରେ ରୁଣ୍ଡ ହୋଇ ଯାଇଥିଲେ। କାହାରି ମୁହଁରେ ନ ଥିଲା କିଛି ଭାଷା । ହତ୍ୟାକାଣ୍ଡର କାରଣ ପୋଲିସ ଖୋଜୁଥିବା ବେଳେ ଏ ନେଇ ସ୍ଥାନୀୟ ଲୋକେ ନାନା ଚର୍ଚ୍ଚା କରୁଛନ୍ତି। କୌଣସି ସରକାରୀ ସୁବିଧା ପାଇ ନ ଥିବା ଦୁର୍ଗା ହତାଶ ହୋଇ ଅଭାବ ଅନଟନ କାରଣରୁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଦୁର୍ଗାଙ୍କ ମାନସିକ ସ୍ଥିତି ଭଲ ନ ଥିବାରୁ ଏହା ହତ୍ୟାର କାରଣ ହୋଇ ପାରେ ବୋଲି ପ୍ରାଥମିକ ତଦନ୍ତ ପରେ ପୋଲିସ କହିଛି। ୩ ଝିଅ ଓ ବାପାଙ୍କ ମୃତଦେହକୁ ସନ୍ଧ୍ୟାରେ ପୋଲିସ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ବ୍ୟବଚ୍ଛେଦ ଲାଗି ପଠାଇଛି। ସବିଶେଷ ତଦନ୍ତ ପରେ ସବୁ ତଥ୍ୟ ପଦାକୁ ଆସିବ ବୋଲି ଥାନା ଅଧିକାରୀ ଗଗନ ବିଶ୍ୱାଳ କହଛନ୍ତି । କିଭଳି ପରିସ୍ଥିତିରେ ସେମାନଙ୍କ ବେକକୁ ଟାଙ୍ଗିଆରେ କାଟି ବୀଭତ୍ସ ଭାବେ ହତ୍ୟା କଲେ ପୋଲିସ ତାହାର କୌଣସି ଟେର୍‌ ପାଇପାରି ନାହିଁ । ଖବର ଲେଖା ହେବା ଯାଏ ଘଟଣା ସମ୍ପୂର୍ଣ୍ଣ ରହସ୍ୟ ଘେରରେ ରହିଛି। ତେବେ ପରିବାରରେ ଅଭାବ ଅନଟନ ଓ ଅନିଶ୍ଚିତ ଭବିଷ୍ୟତ ଏଭଳି ହତ୍ୟାକାଣ୍ଡର କାରଣ ହୋଇପାରେ ଚର୍ଚ୍ଚା ହେଉଛି।
ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ଉଲିିବସା ଗ୍ରାମରେ ଦୁର୍ଗା ସିଦ୍ଦୁ ୩ ଝିଅ ଓ ନିଜ ବୃଦ୍ଧା ମା’ଙ୍କ ସହ ଗୋଟିଏ ବଖୁରା ଛାଳଛପର ଘରେ ରହୁଥିଲେ। ୩ ବର୍ଷ ତଳେ ତାଙ୍କ ସ୍ତ୍ରୀଙ୍କର ମତ୍ୟୁ ଘଟିଥିଲା। ସେବେଠାରୁ ତାଙ୍କ ମାନସିକ ସ୍ଥିତି କୁଆଡେ ଭଲ ନ ଥିଲା । ମୂଲ ମଜୁରୀ ଲାଗି ଦୁର୍ଗା ପରିବାର ଚଳାଇ ୩ ଝିଅଙ୍କୁ ପାଠ ପଢାଉଥିଲେ । ବଡଝିଅ ଗୁରୁବାରୀ (୯) ଗାଁ ସ୍କୁଲରେ ୪ର୍ଥ ଶ୍ରେଣୀରେ ପଢୁଥିବା ବେଳେ ମଝିଆ ଝିଅ ମାମିନା(୮) ତୃତୀୟ ଶ୍ରେଣୀରେ ଏବଂ ସବା ସାନଝିଅ ମୁକ୍ତା(ସାଢେ ୩) ଗାଁର ଅଙ୍ଗନଓ୍ବାଡି କେନ୍ଦ୍ରକୁ ପାଠ ପଢିବାକୁ ଯାଉଥିଲେ। ଶୁକ୍ରବାର ମଧ୍ୟାହ୍ନ ସମୟରେ ଦୁର୍ଗା ନିଜ ବୃଦ୍ଧା ମା’ ଗୁରୁବାରୀଙ୍କୁ ନିକଟସ୍ଥ ସାପ୍ତାହିକ ଗାଁ ହାଟକୁ ପଠାଇ ଦେଇ ୩ ଝିଅଙ୍କୁ ଘର ଭିତରେ ପୂରାଇ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଭିତର ପଟୁ କବାଟ ବନ୍ଧ କରି ସେ ନିଜେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ । ବୃଦ୍ଧା ମା’ ଅପରାହ୍ନରେ ହାଟରୁ ଫେରି ଘର ଭିତର ପଟୁୁ କବାଟ ବନ୍ଦ ଥିବା ଦେଖି ଡାକ ପକାଇଥିଲେ । କେହି କିଛି ନ ଶୁଣିବାରୁ ସେ ଯାଇ ପଡିଶାଙ୍କୁ ଡାକିଥିଲେ । ଗାଁ ଲୋକେ ଆସି କବାଟ ଭାଙ୍ଗି ଘର ଭିତରର ଯେଉଁ ବୀଭତ୍ସ ଦୃଶ୍ୟ ଦେଖିଲେ ତାହା ସମସ୍ତଙ୍କୁ ହତଚକିତ କରିଦେଇଥିଲା। ୩ ଶିଶୁକନ୍ୟାଙ୍କ ରକ୍ତରେ ଭିଜିଥିଲା ଘରତଳ ମାଟି । ପାଖାପାଖି ହୋଇ ୩ ଝିଅଙ୍କ ମୃତଦେହ ପଡିରହିଥିଲା। ଥାନାରୁ ଘଟଣାସ୍ଥଳକୁ ଯାଇଥିବା ସ୍ବତନ୍ତ୍ର ଟିମ୍‌ ପାରିପାର୍ଶିକ ସ୍ଥିତି ଦେଖିବା ପରେ ପାଖପଡୋଶୀ ଓ ଦୁର୍ଗାଙ୍କ ବୃଦ୍ଧା ମା’ଙ୍କୁ ପଚରାଉଚୁରା କରିଥିଲା। କେବଳ ଉଲିିବସା ନୁହେଁ ଆଖପାଖ ଅଞ୍ଚଳର ଶତାଧିକ ଲୋକ ଆସି ଘଟଣାସ୍ଥଳରେ ରୁଣ୍ଡ ହୋଇ ଯାଇଥିଲେ। କାହାରି ମୁହଁରେ ନ ଥିଲା କିଛି ଭାଷା । ହତ୍ୟାକାଣ୍ଡର କାରଣ ପୋଲିସ ଖୋଜୁଥିବା ବେଳେ ଏ ନେଇ ସ୍ଥାନୀୟ ଲୋକେ ନାନା ଚର୍ଚ୍ଚା କରୁଛନ୍ତି। କୌଣସି ସରକାରୀ ସୁବିଧା ପାଇ ନ ଥିବା ଦୁର୍ଗା ହତାଶ ହୋଇ ଅଭାବ ଅନଟନ କାରଣରୁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଦୁର୍ଗାଙ୍କ ମାନସିକ ସ୍ଥିତି ଭଲ ନ ଥିବାରୁ ଏହା ହତ୍ୟାର କାରଣ ହୋଇ ପାରେ ବୋଲି ପ୍ରାଥମିକ ତଦନ୍ତ ପରେ ପୋଲିସ କହିଛି। ୩ ଝିଅ ଓ ବାପାଙ୍କ ମୃତଦେହକୁ ସନ୍ଧ୍ୟାରେ ପୋଲିସ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ବ୍ୟବଚ୍ଛେଦ ଲାଗି ପଠାଇଛି। ସବିଶେଷ ତଦନ୍ତ ପରେ ସବୁ ତଥ୍ୟ ପଦାକୁ ଆସିବ ବୋଲି ଥାନା ଅଧିକାରୀ ଗଗନ ବିଶ୍ୱାଳ କହଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ…

ଭୁବନେଶ୍ୱର,୨୦।୯: ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି।...

ଭରତପୁର ଥାନାରେ ଲୋମଟାଙ୍କୁରା କଳା ରାତିର କଥା କହିବା ପରେ, ଏବେ ଡିସିପିଙ୍କ ମନ୍ତବ୍ୟକୁ ନେଇ…

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ ଉଠୁଛି।...

ରେଡ୍‌ ଡଟ୍‌ ହେଲ୍‌ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା

ଭୁବନେଶ୍ୱର,୨୦।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଏବଂ ରେଡ୍‌ ଡଟ୍‌ ହେଲ୍‌ଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ...

ନବୀନଙ୍କ କଥାରେ ଚିହିଁକି ଉଠିଲେ ସୁରେଶ ପୂଜାରୀ: କହିଲେ ଶହେ ଦିନର ସରକାରକୁ…

ଭୁବନେଶ୍ୱର,୨୦।୯: ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରୂପ୍‌ସା,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri