୩ ବର୍ଷରେ ମଲେଣି ୨୪୬ ହାତୀ

ଭୁବନେଶ୍ୱର, ୧୯ା୨(ବ୍ୟୁରୋ) :ଓଡ଼ିଶାରେ ବିପଦରେ ଅଛନ୍ତି ହାତୀ। ଗତ ୩ ବର୍ଷରେ ବିଭିନ୍ନ କାରଣରୁ ୨୪୬ ହାତୀଙ୍କ ମୃତ୍ୟୁ ହୋଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି। ମଙ୍ଗଳବାର ବିଧାନସଭାରେ ବଲାଙ୍ଗୀର ଲୋଇସିଂହା ଭାଜପା ବିଧାୟକ ମୁକେଶ ମହାଲିଙ୍ଗ ରାଜ୍ୟରେ ହାତୀ ସଂଖ୍ୟା କେତେ ରହିଛି, ବିଗତ ୩ ବର୍ଷ ମଧ୍ୟରେ କେତେ ହାତୀଙ୍କ ମୃତ୍ୟୁ ହୋଇଛି ଏବଂ ସେମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ତରଫରୁୁ କି ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି ବିଭାଗୀୟ ମନ୍ତ୍ରୀକୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ରୋଗରେ ଆକ୍ରାନ୍ତ, ବିଦ୍ୟୁତ୍‌ଜନିତ ଦୁର୍ଘଟଣା, ଟ୍ରେନ୍‌ ଦୁର୍ଘଟଣା ଭଳି କାରଣ ଯୋଗୁ ହାତୀଙ୍କ ମୃତ୍ୟୁ ହୋଇଛି। ୨୦୧୭ ହାତୀଗଣନା ଅନୁଯାୟୀ, ରାଜ୍ୟର ବିଭିନ୍ନ ବନଖଣ୍ଡରେ ମୋଟ ୧୯୭୬ ହାତୀ ରହିଛନ୍ତି। ସେଥିମଧ୍ୟରୁ ଶିମିଳିପାଳ (କୋର୍‌)ରେ ସର୍ବାଧିକ ୩୩୦ ହାତୀ ରହିଥିବାବେଳେ ଢେଙ୍କାନାଳରେ ୧୬୯, ସାତକୋଶିଆରେ ୧୪୭ ଓ ଆଠଗଡ଼ରେ ୧୧୫ ହାତୀ ଅଛନ୍ତି। ତେବେ ଓଡ଼ିଶାର ୫୦ ବନଖଣ୍ଡ ମଧ୍ୟରୁ ୧୩ଟିରେ ଆଦୌ ହାତୀ ନାହାନ୍ତି। ଏପରି କି ଭୁବନେଶ୍ୱର ଉପକଣ୍ଠରେ ଥିବା ଚନ୍ଦକା ବନଖଣ୍ଡରେ ମାତ୍ର ଗୋଟିଏ ହାତୀ ଅଛି ବୋଲି ମନ୍ତ୍ରୀ ଦେଇଥିବା ତଥ୍ୟରେ ପ୍ରକାଶ ପାଇଛି। ହାତୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ଦ୍ୱାରା ଅନେକ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ବିଦ୍ୟୁତ୍‌ଜନିତ ହେଉଥିବା ହାତୀ ମୃତ୍ୟୁ ସଂଖ୍ୟାକୁ ରୋକିବା ଲାଗି ପର୍ଯ୍ୟାୟକ୍ରମେ ଶକ୍ତି ବିଭାଗ ସହିତ ମିଳିତ ବୈଠକ ହେଉଛି। ସେହିପରି ଦୁର୍ଘଟଣା ରୋକିବା ପାଇଁ ରେଳ ଓ ସଡ଼କ ପରିବହନ ବିଭାଗକୁ ସଚେତନ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ୧୪ଟି ହାତୀ କରିଡର୍‌ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ହାତୀ କରିଡର୍‌ ସହିତ ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନରେ ନୂଆ ପୋଖରୀ ଖୋଳାଯିବା ସହ ହାତୀଙ୍କ ଖାଦ୍ୟ ପାଇଁ ବୃକ୍ଷରୋପଣ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଆପଣମାନଙ୍କ ପାଇଁ ମୁଁ ବିଦେଶରେ ଗର୍ବ ଅନୁଭବ କରେ’

ଭୁବନେଶ୍ୱର,୯ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜନତା ମଇଦାନଠାରେ ଆୟୋଜିତ ହୋଇଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି। ପ୍ରବାସୀମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ...

ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୯ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୋଦି ଏହି ଦିବସର ଶୁଭାରମ୍ଭ...

ଅଧରାତିରେ ନେତାଙ୍କ ସହ ମାନସମନ୍ଥନ କଲେ ମୋଦି: ଜାଣନ୍ତୁ କ’ଣ ହେଲା ଆଲୋଚନା

ଭୁବନେଶ୍ୱର,୯।୧: ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଅଛନ୍ତି। ଓଡ଼ିଶାରେ ପହଞ୍ଚିବା ପରେ ମୋଦି ଅଧରାତିରେ ବିକାଶର ଦୂରଦୃଷ୍ଟି ସଂପନ୍ନ ଯୋଜନାର ମାନସମନ୍ଥନ...

୭ ମାସରେ ଆଇନଶୃଙ୍ଖଳା ଚିନ୍ତାଜନକ: ବିଜେଡି

ଭୁବନେଶ୍ୱର,୯ା୧(ଅନିଲ ଦାସ):ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ବୁଧବାରଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି । ଦେଶ ବିଦେଶରୁ ପ୍ରବାସୀ ଓଡ଼ିଶାରେ ଏକତ୍ରିତ ହୋଇଛନ୍ତି । ଏହା ନିଶ୍ଚିତ...

ନବୀନଙ୍କ ଅସଲ ମୁଖା ଖୋଲିବେ ପ୍ରଦୀପ ପାଣିଗ୍ରାହୀ: ଓଡ଼ିଆ ନବବର୍ଷକୁ ଅପେକ୍ଷା

ଭୁବନେଶ୍ୱର, ୯ା୧(ସୁନିତ୍‌ ମିଶ୍ର):ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀଙ୍କ ସହ ବିଜେଡିର ସମ୍ପର୍କରେ ତିକ୍ତତା ଆସିବା ପରେ ସେ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ଅନେକ ସମୟରେ ବିଜେଡି...

ଶିଶ୍‌ମହଲ ବନାମ ରାଜମହଲ:ସରକାରୀ ବଙ୍ଗଳାକୁ ନେଇ ହାଇଡ୍ରାମା

ନୂଆଦିଲ୍ଲୀ,୯ା୧:ଏକଦା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦଖଲରେ ଥିବା ସରକାରୀ ବଙ୍ଗଳା (ଭାଜପା ଭାଷାରେ ଶିଶ୍‌ମହଲ) ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ କଲ୍ୟାଣ...

ଏହି ମାସଠୁ ଲାଗୁ ହେବ ଆୟୁଷ୍ମାନ୍‌ ଯୋଜନା: ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୯ା୧(ସୁନିତ୍‌ ମିଶ୍ର):ରାଜ୍ୟରେ ଆୟୁଷ୍ମାନ୍‌ ଭାରତ ଯୋଜନା ଲାଗୁକରିବା ଲାଗି ରାଜ୍ୟ ସରକାର ବ୍ୟାପକ ଉଦ୍ୟମ ଚଳାଇଛନ୍ତି। ରାଜ୍ୟ ସରକାରଙ୍କ ନିଜସ୍ବ ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ...

ଆଜି ପ୍ରବାସୀ ଭାରତୀୟ ସମ୍ମିଳନୀ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୯ା୧(ସୁନିତ୍‌ ମିଶ୍ର):ବିଶାଖାପାଟଣାର ଏନ୍‌ଟିପିସିର ଅତ୍ୟାଧୁନିକ ଗ୍ରୀନ୍‌ ହାଇଡ୍ରୋଜେନ୍‌ ହବ୍‌ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସାରେ ସ୍ବତନ୍ତ୍ର ବିମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri