ନୂଆଦିଲ୍ଲୀ,୨।୫: ମାଡ଼ିଆସୁଛି ବାତ୍ୟା ଫନୀ। ଦୀର୍ଘ ୪୩ ବର୍ଷ ପରେ ପୁଣି ମେ ମାସରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଏଭଳି ଏକ ବାତ୍ୟା। ଏହାଦ୍ୱାରା ଓଡ଼ିଶା, ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ତଥା ପଶ୍ଚିମବଙ୍ଗ ଆଦି ୫ଟି ରାଜ୍ୟର ୯୦ ଜିଲା ପ୍ରଭାବିତ ହେବ ବୋଲି କୁହାଯାଉଛି। ଶୁକ୍ରବାର ସନ୍ଧ୍ୟାରେ ଫନୀ ଲାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାଯୋଗୁ ୧୭୫ରୁ ୨ଶହ କିଲୋମିଟର ବେଗରେ ପବନ ବହିବ। ଫନୀର ପ୍ରଭାବରେ ଓଡ଼ିଶାର ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଖରାଦିନେ ଏଭଳି ବାତ୍ୟା ପ୍ରାୟତଃ କମ୍ ଆସିଥାଏ। ତେବେ ୧୯୭୬ରେ ଏଭଳି ବାତ୍ୟା ଅନୁଭୁତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।