୪୫୪ ସରକାରୀ ସ୍କୁଲରେ ଶନିବାର ନୋ ବ୍ୟାଗ୍‌ ଡେ: ପୁତିଗୋପାଳପୁର ସ୍କୁଲରୁ ଶୁଭାରମ୍ଭ

ଛତ୍ରପୁର/ବ୍ରହ୍ମପୁର ଅଫିସ, ୮ା୩(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ୪୫୪ ସରକାରୀ ସ୍କୁଲରେ ଶନିବାର ‘ନୋ ବ୍ୟାଗ୍‌ ଡେ’ ଆରମ୍ଭ ହୋଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଲାଗି ଏହି ଅଭିନବ ପଦକ୍ଷେପ ଜିଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି।
ପରେ ପର୍ଯ୍ୟାୟକ୍ରମେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ସମସ୍ତ ସରକାରୀ ସ୍କୁଲରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ଶନିବାର ଛାତ୍ରୀଛାତ୍ରମାନଙ୍କୁ ସବୁଦିନ ଭଳି ବହିଖାତା ନେଇ ସ୍କୁଲକୁ ଆସିବାକୁ ପଡିବନି । ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସ୍ଥାନୀୟ ପୁତିଗୋପାଳପୁର ସ୍କୁଲରୁ ଏହାର ଶୁଭାରମ୍ଭ କରିଛନ୍ତିି ା ମାନସିକ ଓ ବୌଦ୍ଧିକସ୍ତରର ବିକାଶ ପାଇଁ ଚାପମୁକ୍ତ ଶିକ୍ଷା ଦିଆଯିବା ସହ ଚିତ୍ରାଙ୍କନ, ନାଚଗୀତ, ସ୍କୁଲ ସଫେଇ ଏବଂ ଗପ ଶୁଣିବା ଓ କହିବା ଆଦି କରାଯାଉଛି ା ସବୁଦିନ ଭଳି ପ୍ରାର୍ଥନା ପରେ ଛାତ୍ରୀଛାତ୍ରମାନେ ସ୍କୁଲ ପରିସର ସଫା କରିଥିଲେ। ଏହାପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ ହାତ ଧୋଇବା, ମାସ୍କ ପିନ୍ଧିବା ଆଦି ସମ୍ପର୍କରେ ପିଲାମନଙ୍କୁ ସଚେତନ କରିବା ସହ ନିଜ ଘରେ ହୋଲି ଖେଳିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ସ୍ଥାନୀୟ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟକୁ ଜିଲାପାଳ ଯାଇ ଛାତ୍ରୀଛାତ୍ରଙ୍କୁ ଏ ସମ୍ପର୍କରେ ସଚେତନ କରିଥିଲେ ା କାର୍ଯ୍ୟକ୍ରମରେ ସମଗ୍ର ଶିକ୍ଷା ଜିଲା ପ୍ରକଳ୍ପ ସଂଯୋଜିକା ବିନୀତା ସେନାପତି, ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ା ସେହିପରି ବ୍ରହ୍ମପୁରରେ ଜିଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର ପ୍ରାଧାନ ହିଲ୍‌ପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଧାନଗଦାରେ ଲାଗିଲା ନିଆଁ, ସବୁ ପୋଡ଼ି ଛାରଖାର

ଛତ୍ରପୁର,୮ା୧(ଦିଲ୍ଲୀପ ସାମଲ): ଅଦିନିଆ ବର୍ଷାରେ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ପୁଣି ଧାନଗଦାରେ ନିଆଁ ଲାଗି ଚାଷୀ ସର୍ବସ୍ବାନ୍ତ ହୋଇପଡ଼ିଛି। ଏପରି ଘଟଣା ଦେଖିବାକୁ...

ଜଳିଗଲା ଗୁହାଳ, ଜିଅନ୍ତା ଜଳିଗଲେ ୩ ଗାଈ

ଦିଗପହଣ୍ଡି,୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ବଡ଼ସାହିରେ ଅଗ୍ନିକାଣ୍ଡ ଘଟି ସନ୍ତୋଷ ସାହୁ, ସଦାନନ୍ଦ ସାହୁ ଏବଂ କାଳୁ ସାହୁଙ୍କ...

ଠକେଇ ମାମଲାରେ ଦୋଷମୁକ୍ତ ପରେ ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ, ମୋତେ…

ଭୁବନେଶ୍ୱର,୮।୧: ଠକେଇ ମାମଲାରେ ମଙ୍ଗଳବାର କୋର୍ଟ ବ୍ରହ୍ମପୁର ସଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଦୋଷମୁକ୍ତ କରିଛନ୍ତି। ଏହାପରେ ବୁଧବାର ଖବରଦାତା ସମ୍ମିଳନୀରେ ବର୍ଷିଛନ୍ତି ପ୍ରଦୀପ। ନିଜ ବିରୋଧରେ...

ଗଞ୍ଜେଇ ଚାଷରେ ସମ୍ପୃକ୍ତ ୨ ଜେଲ ଗଲେ

ଦିଗପହଣ୍ଡି,୭ା୧(ଅଶେଷ ନାଥ ମିଶ୍ର)-ବେଆଇନ ଗଞ୍ଜେଇ ଚାଷରେ ସମ୍ପୃକ୍ତ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ କାଳିବୋରେଇ ଗାଁର ଇଣ୍ଡମ ବଡ଼ ରଇତ ଏବଂ କେଶବ...

୩ ଧାନମଣ୍ଡି ଉଦ୍‌ଘାଟିତ

ଦିଗପହଣ୍ଡି,୭ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବଡଡୁମୁଳା ପ୍ରାଥମିକ ସେବା ସମବାୟ ସମିତି ପକ୍ଷରୁ ମଙ୍ଗଳବାର ଧାନ ମଣ୍ଡି ଉଦ୍‌ଘାଟିତ ହୋଇଛି। ସମବାୟ ସମ୍ପାଦକ ଶେଷକାନ୍ତ...

ନିଜ ଲଢ଼େଇ ନିଜେ ଲଢ଼ିବେ ଛାତ୍ରୀ: ମହାବିଦ୍ୟାଳୟରେ ଆରମ୍ଭହେଲା ….

ଗଞ୍ଜାମ,୬।୧୨:(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ସହିଦ ଭଗତ ସିଂ କଲେଜରେ ସୋମବାର ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । କଲେଜ...

ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ବାପା, ପୁଅ ମୃତ ମା’ ଗୁରୁତର

ଛତ୍ରପୁର,୭।୧(ଦିଲ୍ଲୀପ ସାମଲ): ରମ୍ଭା ଥାନା ଅନ୍ତର୍ଗତ ଅରୁଣପୁର ଗ୍ରାମ ନିକଟରେ ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ଜଣେ ୭ ବର୍ଷର ପୁଅ ଓ ବାପାଙ୍କ ମୃତ୍ୟୁ...

୧୦ମ ଶ୍ରେଣୀ ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର: ସୁଧାର ଗୃହକୁ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୬ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଞ୍ଚଳର ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ଘଟଣାର ଅଭିଯୁକ୍ତଙ୍କୁ ସୋମବାର ବ୍ରହ୍ମପୁରସ୍ଥିତ ଜୁଭେନାଇଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri