ଦେବଗଡ଼,୬।୧୧(ଡି.ଏନ୍.ଏ.): ଦେବଗଡ଼ ଜିଲା କଂଗ୍ରେସ ପକ୍ଷରୁ ୪୯ ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଅନଶନରେ ବସିବା ସହ ଧାରଣା ଦିଆଯାଇଛି। ବାରମ୍ବାର ଜିଲା ପ୍ରଶାସନଙ୍କୁ ଅନୁରୋଧ ଓ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆ ନ ଯିବାରୁ ଜିଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ବହୁ କଂଗ୍ରେସ ନେତା ଓ କର୍ମୀ ଏହି ଧାରଣା ଦେଇଥିବା ଜଣାପଡ଼ିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି। ଏଥିରେ ଜିଲା ମହିଳା କଂଗ୍ରେସ ସଭାପତି ମଞ୍ଜୁଲତା ନାୟକ, କଂଗ୍ରେସ ନେତା ସଞ୍ଜୟ କୁମାର ଦେଓ ଓ ଜିଲା ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ସବିତା ନାୟକ ପ୍ରମୁଖ ଉପସ୍ଥିତ ଅଛନ୍ତି।