୪ ବର୍ଷୀୟା ଭଉଣୀକୁ ବଳାତ୍କାର: ବଡ଼ଭାଇ ଗିରଫ

ସରଣ୍ଡା,୨୭।୭(ଡି.ଏନ୍‌.ଏ.): ନିଜର କାମପିପାସା ମେଣ୍ଟାଇବା ପାଇଁ ନାବାଳିକା ଭଉଣୀକୁ ବଳାତ୍କାର କରିଛନ୍ତି ବଡ଼ଭାଇ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ବରଗଡ଼ ଜିଲା ଅତାବିରା ଥାନା ଗୋଡ଼ଭଙ୍ଗା ଅଞ୍ଚଳରେ। ପୋଲିସ ଅଭିଯୁକ୍ତ ଭାଇଙ୍କୁ ଗିରଫକରି ଶନିବାର କୋର୍ଟଚାଲାଣ କରିଥିବା ଜଣାପଡ଼ିଛି। ସେ ହେଲେ ସୁଧାଂଶୁ ପ୍ରଧାନ।
ପ୍ରକାଶ ଯେ, ଗତ ୨୩ ତାରିଖ ସକାଳେ ୪ ବର୍ଷୀୟା ଶିଶୁକନ୍ୟା ଘରେ ଖେଳୁଥିଲେ। ଏହି ସମୟରେ ତାଙ୍କର ବଡ଼ବାପା ପୁଅ ଭାଇ ସୁଧାଂଶୁ ଭଉଣୀକୁ ଡାକି ନେଇ ବଳାତ୍କାର କରିଥିଲେ। ଏହି ଘଟଣା ବିଷୟରେ ଶୁକ୍ରବାର ପୀଡ଼ିତାଙ୍କ ପରିବାର ଲୋକେ ଜାଣିବା ପରେ ଅତାବିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ପୋକ୍ସୋ ଆକ୍ଟରେ ମାମଲା (୧୫୫/୧୯) ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲେ। ଶନିବାର ପୋଲିସ ଅଭିଯୁକ୍ତ ସୁଧାଂଶୁଙ୍କୁ ଗିରଫ କରିଛି। ଡାକ୍ତରୀମାଇନା ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ବରଗଡ଼ ସଦର ଏସ୍‌ଡିପିଓ କ୍ଷୀରସାଗର ନାଏକ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ବି.ଫଟକରା ଗାଁରେ ଗୁଳିକାଣ୍ଡ: ଏସ୍‌ପିଙ୍କୁ ଭେଟିଲେ ଗ୍ରାମବାସୀ

ବଲାଙ୍ଗୀର,୧୯ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅନ୍ତର୍ଗତ ବି. ଫଟକରା ଗାଁରେ ଗତ ୧୧ ତାରିଖ ବିଳମ୍ବିତ ରାତିରେ କିଛି ଯୁବକ ମାରଣାସ୍ତ୍ର...

ମେଜରଙ୍କୁ ଦୁର୍ବ୍ୟବହାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି, କହିଲେ କାହାରିକୁ ବି…

ଭୁବନେଶ୍ୱର,୧୯ା୯: ରାସ୍ତାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣାର ତଦନ୍ତ ହେବ ବୋଲି ଗୁରୁବାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ଓ୍ବାଇବି ଖୁରାନିଆ।...

କମାଲ୍‌ କଲେ ଶିଶୁ ବୈଜ୍ଞାନିକ ଦିବ୍ୟାଶା

ବରଗଡ଼, ୧୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ କେଶାଇପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଦିବ୍ୟାଶା ପ୍ରଧାନଙ୍କ ପ୍ରକଳ୍ପ ମଲ୍ଟି ପରପୋଜ୍‌...

କ୍ୟାନ୍‌ସର ହସ୍‌ପିଟାଲ ସମସ୍ୟା ଅସମାହିତ

ବରଗଡ଼, ୧୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଖେଦାପାଲିଠାରେ ନିର୍ମିତ କ୍ୟାନସର ହସ୍‌ପିଟାଲରେ ବହୁବିଧ ସମସ୍ୟା ଲାଗି ରହିଛି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଛି। ଏହି...

ପୌର ପରିଷଦରେ ୟୁଜର୍ସ ଫି’ କେଳେଙ୍କାରୀ

ବରଗଡ଼, ୧୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦରେ ୟୁଜର୍ସ ଫି ଅସୁଲିରେ ହୋଇଥିବା ଏକ ବଡ଼ କେଳେଙ୍କାରୀ ସାମ୍ନାକୁ ଆସିଛି। ବିଭାଗୀୟ କର୍ମଚାରୀମାନେ ୟୁଜର୍ସ ଫି ଅସୁଲି...

ଭାଟିରୁ ମଦ ଆଣି କୋଠିରେ ବିକୁଥିଲେ ଦୁଇ ଭାଇ, ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କୋକସରା,୧୮ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡ଼ା ପଞ୍ଚାୟତ ଚିକିଲି ଗ୍ରାମର ରମେଶ ସାହୁ ଓ ରାଜେଶ ସାହୁ ଦୁଇଭାଇ ଦୀର୍ଘ...

ଶୋଇଥିବା ବେଳେ ନାବାଳିକାଙ୍କୁ କାମୁଡ଼ି ଦେଲା ସାପ, ଆଉ ତା’ ପରେ…

ଅତାବିରା,୧୮ା୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ଲରମ୍ଭା ଅମସ୍ତଲାରେ ବିଷାକ୍ତ ସାପ କାମୁଡ଼ାରେ ବୁଧବାର ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri