ଶ୍ରୀନଗର,୨।୨: ଜମ୍ମୁ-କଶ୍ମୀରରେ ୪ ଜଣ ରାଜନେତାଙ୍କ ଉପରୁ ନଜରବନ୍ଦୀ ହଟାଇ ନିଆଯାଇଛି। ସେମାନଙ୍କ ମଧ୍ୟରେ ନ୍ୟାସନାଲ୍ କନଫରେନ୍ସ୍ର ଅବଦୁଲ୍ ମଜିଦ୍ ଲାରମୀ, ଗୁଲାମ ନବୀ ଭଟ୍ଟ, ମହମ୍ମଦ ଶଫି ଏବଂ ମହମ୍ମଦ୍ ୟୁସୁଫ ଭଟ୍ଟ ରହିଛନ୍ତି। ୨୦୧୯ ଅଗଷ୍ଟ ୫ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏସବୁ ରାଜନେତାଙ୍କୁ ନଜରବନ୍ଦୀ ରଖାଯାଇଥିଲା।