୪ ରାଜ୍ୟରେ ଖୋଲିଲାନି ଧାର୍ମିକ ସ୍ଥଳ

ନୂଆଦିଲ୍ଲୀ,୯ା୬(ପି.ଟି.): ଅନ୍‌ଲକ୍‌ ୧ର ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମନ୍ଦିର ଓ ଧର୍ମୀୟ କୀର୍ତ୍ତିରାଜି ଖୋଲିଛି। କେନ୍ଦ୍ରର ଅନୁମତି ସତ୍ତ୍ୱେ ଓଡ଼ିଶା, ରାଜସ୍ଥାନ, ମହାରାଷ୍ଟ୍ର ଓ ତାମିଲନାଡୁରେ ଧର୍ମୀୟ ସ୍ଥଳ ବନ୍ଦ ରହିଛି। ସେହିପରି ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ମଧ୍ୟ ଧାର୍ମିକ ସ୍ଥଳ ଖୋଲିନାହିଁ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ସଂରକ୍ଷଣରେ ଥିବା ୮୨୦ ଉପାସନା ସ୍ଥଳୀ ଖୋଲିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ରବିବାର ଅନୁମୋଦନ କରିଥିଲା। ତେବେ ସ୍ଥାନୀୟ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର ଅନୁମତି ଦେଇଥିଲା। କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ମହାରାଷ୍ଟ୍ରର ୬୫, ରାଜସ୍ଥାନର ୨୮, ଓଡ଼ିଶାର ୪୬, ତାମିଲନାଡୁର ୭୫ ଏବଂ ଜମ୍ମୁ-କଶ୍ମୀରର ୯ଟି ଉପାସନା ସ୍ଥଳ ବନ୍ଦ ରହିଛି। ସେହିପରି ଉତ୍ତରପ୍ରଦେଶର ଆଗ୍ରାଠାରେ ସୋମବାରଠାରୁ ଖୋଲିବାକୁ ଥିବା ୧୪ଟି କୀର୍ତ୍ତିରାଜିକୁ ବନ୍ଦ ରଖିବାକୁ ସ୍ଥାନୀୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାରେ ଲକ୍‌ଡାଉନ ଜୁନ୍‌ ୩୦ ପର୍ଯ୍ୟନ୍ତ ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିବାରୁ ପୁରୀ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ, ମୁକ୍ତେଶ୍ୱର, ଅନନ୍ତ ବାସୁଦେବ ମନ୍ଦିର ଏବଂ ଅନ୍ୟ ପୁରାତନ ଶୈବପୀଠ, ଢେଙ୍କାନାଳର କପିଳାସ ପୀଠ ଆଦି ବନ୍ଦ ରହିଛି।
ଦୀର୍ଘ ଅଢ଼େଇ ମାସ ଧରି ବନ୍ଦ ରହିବା ପରେ ଦିଲ୍ଲୀର ଧାର୍ମିକ ସ୍ଥାନଗୁଡ଼ିକ ସୋମବାରଠାରୁ ଖୋଲିଛି। ପ୍ରଥମ ଦିନରେ ବହୁ ସଂଖ୍ୟାର ଶ୍ରଦ୍ଧାଳୁ ବିଭିନ୍ନ ଉପାସନା ସ୍ଥଳୀକୁ ଆସିଥିଲେ। ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ସାନିଟାଇଜେଶନ ଲାଗି ମନ୍ଦିର ଓ ଉପାସନା ସ୍ଥଳୀଗୁଡ଼ିକର ପରିଚାଳନା କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ହଉଜ୍‌ଖାସ୍‌ସ୍ଥିତ ଜଗନ୍ନାଥ ମନ୍ଦିର ଖୋଲିଥିବାବେଳେ ବହୁସଂଖ୍ୟାରେ ଭକ୍ତ ଦର୍ଶନ କରିବାକୁ ଆସିଥିଲେ। ସକାଳ ୮ଟା ୪୫ରେ ଛତ୍ରପୁର ମନ୍ଦିର କମ୍ପ୍ଲେକ୍ସ ଖୋଲିଥିବାବେଳେ ପ୍ରାରମ୍ଭରେ ୩୦୦ ଶ୍ରଦ୍ଧାଳୁ ଆସିଥିଲେ। ସକାଳ ୫ଟା ପର୍ଯ୍ୟନ୍ତ କରୋନା କର୍ଫ୍ୟୁ ରହୁଥିବାରୁ ଦିନର ପ୍ରଥମ ନମାଜ ପାଇଁ ମସ୍‌ଜିଦ ଖୋଲି ନ ଥିଲା। ଅପରାହ୍ଣ ୧ଟାରେ ଦ୍ୱିତୀୟ ନମାଜ ବେଳକୁ ବହୁସଂଖ୍ୟାରେ ଲୋକ ଉପସ୍ଥିତ ହୋଇଥିଲେ। ସେହିପରି ବାଙ୍ଗଲା ସାହିବ, ସିସ୍‌ ଗଞ୍ଜ ଏବଂ ରାକବଗଞ୍ଜ ଗୁରୁଦ୍ୱାରାରେ ଶିଖ୍‌ ଶ୍ରଦ୍ଧାଳୁମାନଙ୍କୁ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫ ପୂର୍ବତନ ମନ୍ତ୍ରୀଙ୍କୁ ନୋଟିସ ଜାରି କଲେ ପଞ୍ଜାବ ସରକାର, ଘର ଖାଲି କରିବାକୁ ନିର୍ଦ୍ଦେଶ

ଚଣ୍ଡିଗଡ଼,୨୮।୯: ପଞ୍ଜାବ ସରକାର ୫ଜଣ ପୂର୍ବତନ ମନ୍ତ୍ରୀଙ୍କୁ ସେମାନଙ୍କ ସରକାରୀ ଘର ଖାଲି କରିବାକୁ ନୋଟିସ ଜାରି କରିଛନ୍ତି। ଏଥିରେ ସେହି ମନ୍ତ୍ରୀଙ୍କ ନାମ ଅନ୍ତର୍ଭୁକ୍ତ,...

କୋଲକାତା ବଳାତ୍କାର ହତ୍ୟା ମାମଲା: ଭୁଲ ଥିଲା ମହିଳା ଡାକ୍ତରଙ୍କ ପୋଷ୍ଟ ମର୍ଟମ ରିପୋର୍ଟ? ସନ୍ଦୀପ ଘୋଷ କରିଥିଲେ…

କୋଲକାତା,୨୮।୯: ଆର.ଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଜୁନିଅର ମହିଳା ଡାକ୍ତରଙ୍କ ଶରୀରର ପୋଷ୍ଟମର୍ଟମ ପ୍ରକ୍ରିୟା ତାଙ୍କ...

ଏ ହେଉଛି ନୂଆ ଭାରତ, ଘରେ ପଶି ମାରେ:ପାକିସ୍ତାନକୁ ମୋଦିଙ୍କ ଚେତାବନୀ

ଶ୍ରୀନଗର,୨୮।୯: ଜମ୍ମୁ କଶ୍ମୀରର ଏମ ଷ୍ଟାଡିୟମରେ ବିଜୟ ସଂକଳ୍ପ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି,ଏହି ନିର୍ବାଚନ ଜମ୍ମୁ କଶ୍ମୀରର...

ତିରୁପତି ଲଡୁ ବିବାଦ ପଛରେ ରହିଛି ପାକିସ୍ତାନର ହାତ? ଏହି ମାମଲାକୁ ନେଇ ବଡ କଥା କହିଲେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ

ନୂଆଦିଲ୍ଲୀ,୨୮।୯: ଅଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଶୁକ୍ରବାର ଦେଶରେ ବିକ୍ରି ହେଉଥିବା ତେଲ ଏବଂ ଘିଅର ଶୁଦ୍ଧତା ଉପରେ...

ମୁଖ୍ୟମନ୍ତ୍ରୀ ଆବାସ ଖୁବଶୀଘ୍ର ଛାଡିବେ କେଜ୍‌ରିଓ୍ବାଲ, ଏବେ ନୂଆ ଘର ସନ୍ଧାନରେ, ଜାଣନ୍ତୁ କେଉଁଠି ରହିବେ ପୂର୍ବତନ ସିଏମ

ନୂଆଦିଲ୍ଲୀ,୨୮।୯: ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍‌ରିିୱାଲ ସିଏମ ପଦରୁ ଇସ୍ତଫା ଦେବା ପରେ ଆତିଶୀ ବର୍ତ୍ତମାନ ଜାତୀୟ ରାଜଧାନୀର ନୂତନ ସିଏମ।...

ବୁଝିଗଲେଣି ମୁଇଜୁ, ଭାରତ ବିନା ଚଳି ପାରିବନି ମାଲଦ୍ୱୀପ

ନୂଆଦିଲ୍ଲୀ/ମାଲେ,୨୮।୯: ମାଲଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ବର୍ତ୍ତମାନ ଅନୁତାପ କରୁଥିବା ଜଣାପଡିଛି। ଏଥିରୁ ଜଣାପଡିଛି ଯେ ସେ ମଧ୍ୟ ବୁଝିଛନ୍ତି ଯେ ତାଙ୍କ ଦେଶ ଭାରତ...

ଶେଖ ହାସିନାଙ୍କୁ ବାଂଲାଦେଶ ଫେରାଇ ଦେବ ଭାରତ? ପୁରୁଣା ସନ୍ଧି ବଢାଇପାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମସ୍ୟା

ଢାକା/ନୂଆଦିଲ୍ଲୀ,୨୮।୯: ବାଂଲାଦେଶର ଅପଦସ୍ଥ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ ପ୍ରସଙ୍ଗ ପୁଣି ଥରେ ମୁଣ୍ଡ ଟେକିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ...

ହରିୟାଣାରେ ବଡ଼ ଗେମ୍‌ ଖେଳିଲେ ରାହୁଲ, ବଢିଲା ଭାଜପାର ଚିନ୍ତା

ନୂଆଦିଲ୍ଲୀ,୨୮।୯: ହରିୟାଣା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ସେତେ ବୃ୍‌ଦ୍ଧି ପାଉଛି। ରାଜନୈତିକ ଦଳ ଜୋରଦାର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଏଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri