୬୦ତମ ନନ୍ଦନକାନନ ପ୍ରତିଷ୍ଠା ଦିବସ: ୫ ଏନ୍‌କ୍ଲୋଜର ଲୋକାର୍ପଣ

ବାରଙ୍ଗ,୩୦।୧୨(ଡି.ଏନ.ଏ)- ପ୍ରାଣୀ ଉଦ୍ୟାନ ନନ୍ଦନକାନନ ରବିବାର ୬୦ ପୂରି ୬୧ ବର୍ଷରେ ପଦାର୍ପଣ କରିଛି। ଏ ନେଇ ନନ୍ଦନକାନନ ତା’ର ୬୦ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ୬୦ବର୍ଷ ମଧ୍ୟରେ ବହୁ ଜୀବଜନ୍ତୁ ହରାଇଛି ସତ କିନ୍ତୁ କଳାଲୋମଯୁକ୍ତ ବାଘଛୁଆ ଜନ୍ମ କରି ଅନ୍ୟ ଚିଡିଆଖାନା ପାଇଁ ଉଦାହରଣ ସୃଷ୍ଟି କରିବାରେ ନନ୍ଦନକାନନ ସକ୍ଷମ ହୋଇପାରିଛି। ପ୍ରତିବର୍ଷ ପର୍ଯ୍ୟଟକଙ୍କ ପାଇଁ ନୂଆ ଭେଟି ଦେଉଥିବା ନନ୍ଦନକାନନ ଏଥର ପ୍ରତିଷ୍ଠା ଦିବସରେ ୫ଟି ନୂଆ ଏନକ୍ଲୋଜର ଲୋକାର୍ପଣ କରିଛି। ତାହା ହେଲା କଳାଲୋମଯୁକ୍ତ ବାଘଛୁଆ, ଧୂସର ଗଧିଆ, କାପୁଚିନ, ନାଲିହାତିଆ ତାମାରିନ ଓ ଗୁଣ୍ଡୁଚି ମାଙ୍କଡ଼।
ଏହି ଅବସରରେ ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲଙ୍କ ସଭାପତିତ୍ୱରେ ନନ୍ଦନକାନନ ପରିସରରେ ଏକ ସଭା ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଡ.ହରିଶଙ୍କର ଉପାଧାୟ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଯୋଗଦେଇଥିଲେ। ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାଶ ସ୍ବାଗତ ଭାଷଣ ଦେବା ପରେ ଅତିଥିମାନେ ୫ଟି ଏନ୍‌କ୍ଲୋଜର ଉଦ୍‌ଘାଟନ କରିଥିଲେ। ବିଧାୟକ ରାଉତରାୟ ଅଣ୍ଡିରା ବାଘଛୁଆଦ୍ୱୟଙ୍କ ନାମ ବସୁ ଓ ସ୍ପନ୍ଦନ ରଖିବା ପରେ ମା’ ରେଣୁକା ସହ ଛୁଆଦ୍ୱୟଙ୍କୁ ୩୩ଏ ଏନକ୍ଲୋଜରରେ ଛଡାଯାଇଥିଲା। ଏହି ଅବସରରେ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନର ୧୯ଜଣ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା। ନୂଆକରି ପ୍ରକୃତି ଏବଂ ପ୍ରାଣୀବିଜ୍ଞାନ ଆପ୍‌, ବାର୍ଷିକ ପୁସ୍ତିକା ଓ କ୍ୟାଲେଣ୍ଡରକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ୧୦୮୭ ବର୍ଗମିଟର ପରିମିତ ଜାଗାରେ ୫୩.୮୪ ଲକ୍ଷ ଟଙ୍କାର ବ୍ୟୟବରାଦରେ ନିର୍ମିତ ଏନକ୍ଲୋଜରରେ ଏକ ମାଈ ଧୂସର ଗଧିଆକୁ ଛଡାଯାଇଥିଲା। ସେହିଭଳି ୨୦ଲକ୍ଷ ଟଙ୍କାର ବ୍ୟୟରେ ୨୮୧.୨୫ ବର୍ଗମିଟର ଜାଗାରେ ନିର୍ମିତ ୩ଟି ଏନକ୍ଲୋଜରରେ କାପୁଚିନ, ନାଲିହାତିଆ ତାମାରିନ, ଗୁଣ୍ଡୁଚିମାଙ୍କଡକୁ ରଖାଯାଇଛି। ୨୨ ଡିସେମ୍ବର ୨୦୧୮ରେ ସମ୍ରାଟ ଓ ରେଣୁକାର ଔରସରୁ ଜନ୍ମ କରିଥିବା ଦୁଇଟି କଳାଲୋମଯୁକ୍ତ ବାଘଛୁଆଙ୍କୁ ନବନିର୍ମିତ ୩୩ଏ ଏନକ୍ଲେଜରରେ ଛଡାଯାଇଥିଲା। ଏହାସହ ନନ୍ଦନକାନନରେ ସିଂହ ସଂଖ୍ୟା ବୃଦ୍ଧି ପାଇଁ ଯୋଜନା ଚାଲିଥିବାବେଳେ ସିଂହ ପ୍ରଜନନ କେନ୍ଦ୍ର ଖୋଲିବ ବୋଲି ମୁଖ୍ୟ ବନ ସଂରକ୍ଷକ ଉପାଧାୟ କହିଥିଲେ। ୧୧ଟି ପଶୁପକ୍ଷୀକୁ ନେଇ ଆରମ୍ଭ ହୋଇଥିବା ନନ୍ଦନକାନନରେ ଏବେ ୧୫୮ପ୍ରଜାତିର ୩୬୦୦ଟି ପଶୁପକ୍ଷୀ ଅଛନ୍ତି। ଚଳିତବର୍ଷ ୬୦ଟି ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଥିବାବେଳେ ୨୫୮ ଜନ୍ମ ହୋଇଛନ୍ତି। ବଂଶ ଲୋପ ପାଇଯାଉଥିବା ପଶୁପକ୍ଷୀଙ୍କୁ ଆଣିବା ପାଇଁ କମଳା ନେହେରୁ ପ୍ରାଣୀ ସଂଗ୍ରହାଳୟ, ଇନ୍ଦୋର, ରାଜସ୍ଥାନ ଆଦି ଚିଡିଆଖାନା ସହ କଥାବାର୍ତ୍ତା ଚାଲିଛି। ସେଠାରୁ ଚିତାବାଘ, ଗଣ୍ଡା, ଜେବ୍ରା ଆଦି ପଶୁପକ୍ଷୀ ଆସିବେ। ଏହାସହ ୩ ମାସରେ ଶିଶୁ ରେଳଗାଡି ଓ ୨୦୨୦ ଶେଷସୁଦ୍ଧା ରୋପଓ୍ବେ ଚାଲିବ ବୋଲି ନନ୍ଦନକାନନ ନିର୍ଦ୍ଦେଶକ ଶଶି ପଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରବିବାର କିଏ ପାଇବେ ‘ସୁଭଦ୍ରା ଟଙ୍କା? ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୩ା୧୧(ଅନିଲ ଦାସ)- ବାଦ୍‌ ପଡ଼ିଥିବା ୨୫ ପ୍ରତିଶତ ମହିଳାଙ୍କୁ ନଭେମ୍ବର ୨୪ ତାରିଖ ତଥା ରବିବାର ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା ମିଳିବ।...

ଦାନା ବାନ୍ଧୁଛି ଆଉ ଏକ ବାତ୍ୟା: ୨୭ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା…

ଭୁବନେଶ୍ୱର,୨୩ା୧୧(ଅନିଲ ଦାସ)- ତାମିଲନାଡୁ ଉପକୂଳରେ ଦାନା ବାନ୍ଧୁଛି ଏକ ବାତ୍ୟା । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।...

ଆସିଲା ଜିପିଆର-ଜିପିଏସ୍‌ ସର୍ଭେ ରିପୋର୍ଟ: ଏଥିରେ ରହିଛି…

ପୁରୀ,୨୩ା୧୧: ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଏଏସ୍‌ଆଇ ପକ୍ଷରୁ କରାଯାଇଥିବା ଜିପିଆର୍‌-ଜିପିଏସ୍‌ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ...

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌: ପ୍ରଥମ ଦିନରେ ମତ ରଖିଲେ ୮୪ ପରିବେଶ କର୍ମୀ, ଗୀତରେ ଗୀତରେ ସଚେତନ କରାଇଲା ‘ବିରାହ ବ୍ୟାଣ୍ଡ୍‌’

ଭୁବନେଶ୍ୱର, ୨୩।୧୧(ବନ୍ଦନା ସେଠୀ)-ଧରିତ୍ରୀ ପକ୍ଷରୁ ଶନିବାର ପ୍ରେସ୍‌କ୍ଲବ୍‌ଠାରେ ‘ୟୁଥ୍‌ କନ୍‌କ୍ଲେଭ’ ବା ‘ଯୁବ ସମ୍ମିଳନୀ’ର ଚତୁର୍ଥ ସଂସ୍କରଣର ପ୍ରଥମ ଦିନ ସମାପ୍ତ ହୋଇଛି। ଜଳବାୟୁ ପରିବର୍ତ୍ତନ...

୨୪ ବର୍ଷର ଶାସନରେ ଯାଜପୁରରେ ଅରାଜକତା କହିଲେ ଭାଜପା ନେତା

ଭୁବନେଶ୍ୱର,୨୩।୧୧: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଭାଜପା ନେତା ଗୌତମ ରାଏ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ବିରଜାଙ୍କ ନାଁରେ ରାଜନୀତି ନ କରିବାକୁ ଅନୁରୋଧ।...

ବିଶ୍ୱବିଦ୍ୟାଳୟ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ରେ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର,୨୩ା୧୧: ବିଶ୍ବବିଦ୍ୟାଳୟ ଅଧିନିୟମ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟର ଶନିବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ମଞ୍ଜୁରୀ ମିଳିଛି। କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୂଚନା...

ବଢ଼ୁଛି କି ରାଜନୈତିକ ଚାପ? ବବିଙ୍କ ଭାଇ ନାଁରୁ ଉଠିବ କି ମାମଲା, ଓକିଲଙ୍କ ସହ ଥାନାରେ ପହଞ୍ଚିଲେଣି…

ଭୁବନେଶ୍ୱର,୨୩।୧୧: ବ୍ୟବସାୟୀଙ୍କୁ ଧମକ ମାମଲାରେ ବିଜେଡି ନେତା ବବିଙ୍କ ଭାଇ ଭବ ପ୍ରସାଦ ଦାସ ଗିରଫ ଘଟଣାରେ ଉଠିଯିବ କି ମାମଲା। ଅଭିଯୋଗକାରୀଙ୍କୁ ସାଥୀରେ ଧରି...

ମାଡ଼ ପରେ ପୁଣି ତାତିଲେ ହିମାଂଶୁ, କହିଲେ ପ୍ରମିଳା ମ୍ୟାଡାମ ଭାରସାମ୍ୟ ହରାଇଲେଣି

ଭୁବନେଶ୍ୱର,୨୩।୧୧: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ମାଡ଼ ଘଟଣାରେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଶନିବାର ପ୍ରତିକ୍ରିୟା ରଖିଥିଲେ। ତାଙ୍କ ପ୍ରତିକ୍ରିୟା ପରେ ମୁହଁ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri