୬ ଇନ୍‌ଷ୍ଟ୍ରକ୍ଟର ତିଆରି କଲେ ରୋବଟ୍‌

କଟକ ଅଫିସ,୨୯ା୪: କରୋନା ଭୂତାଣୁ ବିପକ୍ଷରେ ସାରା ବିଶ୍ୱ ଲଢେଇ କରୁଛି। ଜିତିବାର ଆଶା ସମସ୍ତଙ୍କ ମନରେ ରହିଛି। ଏହି ଭୂତାଣୁ ବିଶ୍ୱରେ ନିଜ କାୟା ବିସ୍ତାର କରୁଥିବାବେଳେ ତା’ର ମୁକାବିଲା ପାଇଁ ବିଭିନ୍ନ ସ୍ତରରେ ପ୍ରୟାସ ଜାରି ରହିଛି। ଏଥିରେ ଯୋଡ଼ି ହୋଇଛି କଟକ ଖପୁରିଆସ୍ଥିତ ସରକାରୀ ଆଇଟିଆଇ। ପୂର୍ବରୁ ଏହି ଶିକ୍ଷାନୁଷ୍ଠାନ ଦ୍ୱାରା ଭ୍ରାମ୍ୟମାଣ କରୋନା ନମୁନା ସଂଗ୍ରହ ମେଶିନ ତିଆରି କରାଯାଇଥିବାବେଳେ ସମ୍ପ୍ରତି ଦୁଇଟି ରୋବର୍ଟ ତିଆରି କରାଯାଇଛି। ଯାହା କରୋନା ରେଗୀଙ୍କୁ ଡାକ୍ତରଖାନାରେ ସେବା ଯୋଗାଇବ।
ସୂଚନା ଅନୁଯାୟୀ, କରୋନା ଲଢେଇରେ ସାମିଲ ହୋଇଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ସହାୟତା ଯୋଗାଇବା ଲକ୍ଷ୍ୟ ନେଇ ଖପୁରିଆ ସରକାରୀ ଆଇଟିଆଇର ୬ଜଣ ଇନ୍‌ଷ୍ଟ୍ରକ୍ଟର ରୋବର୍ଟ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେମାନେ ଲ୍ୟାବ୍‌ରେ ଦିନରାତି ପରିଶ୍ରମରେ ଲାଗିପଡ଼ିଥିଲେ। ଶେଷରେ ସେମାନଙ୍କ ସ୍ବପ୍ନ ଓ ପରିଶ୍ରମ ସାକାର ହୋଇଥିଲା। ଆଇଟିଆଇ ଏବଂ ସାକ୍‌ ରୋବୋଟିକ୍ସ ଲ୍ୟାବର ମିଳିତ ଉଦ୍ୟମରେ ସେମାନେ ତିଆରି କରିଥିଲେ ଦୁଇଟି ରୋବର୍ଟ। ଖପୁରିଆ ସରକାରୀ ଆଇଟିଆଇ ଅଧ୍ୟକ୍ଷ ଡ. ହୃଷୀକେଶ ମହାନ୍ତିଙ୍କ ସୂଚନା ଅନୁଯାୟୀ, ଏହି ରୋବର୍ଟ ଦୁଇଟିକୁ ଦୀପକ କୁମାର ମୁଦୁଲି, ଲଳିତ ମହାନ୍ତି, ମିତାଲି ରାୟ, ଲଳିତା ସୁନ୍ଦରୀ ମାର୍ଥା, ଜ୍ୟୋତି ରଞ୍ଜନ ବାରିକ ଏବଂ ସଞ୍ଜୟ କର ମିଳିତ ଭାବେ ତିଆରି କରିଛନ୍ତି। ଏହି ରୋବର୍ଟର ଉଚ୍ଚତା ପ୍ରାୟ ୩ ଫୁଟ। କୋଭିଡ-୧୯ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଏହି ରୋବର୍ଟ ମାଧ୍ୟମରେ ସେବା ଯୋଗାଯାଇପାରିବ। ଚଳପ୍ରଚଳ ପାଇଁ ଏଥିରେ ଚକ ଲଗାଯାଇଛି। ରୋଗୀଙ୍କୁ ଖାଦ୍ୟପାନୀୟ ତଥା ଔଷଧ ଯୋଗାଇବାରେ ଏହା ସହାୟକ ହେବ। ଏଥିପାଇଁ ଏକ ଟ୍ରେ ରହିଛି। ଯେଉଁଥିରେ ୨୦ କେଜି ଓଜନର ସାମଗ୍ରୀ ବହନ କରାଯାଇପାରିବ। ରୋଗୀମାନଙ୍କ ସେବା କରୁଥିବା ନର୍ସ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଏହା ପ୍ରତ୍ୟକ୍ଷ ଭାବେ ସାହାଯ୍ୟ କରିବ। ଏହାଦ୍ୱାରା ସେମାନଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ମଧ୍ୟ ସିଧାସଳଖ ରକ୍ଷା କରାଯାଇପାରିବ। ଏହି ରୋବର୍ଟରେ ୱେୟାରଲେସ କମ୍ୟୁନିକେଶନ ପ୍ରୋଟୋକଲ ବ୍ୟବହାର କରାଯାଇଛି। ନାଭିଗେଶନ ଓ ମ୍ୟାପିଂ ଆଦି ଦ୍ୱାରା ଆହୁରି ଅଧିକ ବିକଶିତ କରାଯାଇପାରିଲେ ଏହି ରୋବର୍ଟ ଡାକ୍ତରଖାନାର ଯେ କୌଣସି ୱାର୍ଡରେ ସ୍ବୟଂଚାଳିତ ହୋଇ କାର୍ଯ୍ୟକ୍ଷମ ହୋଇପାରିବ। ଏହା ଟେଲି ପ୍ରୋଜେନ୍ସ ରୋବର୍ଟ। ଏହା ମାଧ୍ୟମରେ ଡାକ୍ତରମାନେ ରୋଗୀଙ୍କ କାର୍ଯ୍ୟଶୈଳୀ ଉପରେ ନଜର ରଖିପାରିବେ। ଏଥିରେ ଲାଇଭ ଭିଡିଓ ବ୍ୟବସ୍ଥା ରହିଛି। ଯାହାଦ୍ୱାରା ଡାକ୍ତରମାନେ ନିଜ ଚାମ୍ବରରେ ରହି ରୋଗୀଙ୍କ ସହ ସିଧାସଳଖ କଥାବାର୍ତ୍ତା ମଧ୍ୟ ହୋଇପାରିବେ। ଏ ନେଇ ବିଭିନ୍ନ ମହଲରେ ପ୍ରଶଂସା ମିଳୁଥିବା ଅଧ୍ୟକ୍ଷ ଡ. ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନାୟକ କଲେଜରେ ରାଗିଂ ଅଭିଯୋଗ: ଛାତ୍ରଙ୍କୁ ଚାରି ମହଲା କୋଠାରୁ ଠେଲିଦେଲେ ସହପାଠୀ

ଭବାନୀପାଟଣା,୨୯।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିନାୟକ କଲେଜରେ ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ଆସିଛି। ଏପରିକି ନିଜ ସହପାଠୀ ମାନେ...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଭାଜପାର ମଙ୍ଗ ଧରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୯।୯: ଆଗକୁ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଭାଜପାର ନିର୍ବାଚନ ପ୍ରଚାର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାରଠାରୁ ୨...

ଫରେଷ୍ଟରଙ୍କ ଆତ୍ମହତ୍ୟା ମାମଲା: ଜାରିଙ୍ଗ ନର୍ସରୀରେ ତଦନ୍ତ ଆରମ୍ଭ

ଭବାନୀପାଟଣା,୨୯।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ଅଧୀନ ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩) ଆତ୍ମହତ୍ୟା ଘଟଣାରେ...

ଅଭ୍ୟାସଗତ ଅପରାଧୀ ଭାବେ ଚାଷୀନେତାଙ୍କୁ ନୋଟିସ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଚାଷୀଙ୍କ ହକ୍‌ ପାଇଁ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ତଥା ଚାଷୀନେତା ରମେଶ ମହାପାତ୍ରଙ୍କୁ ବରଗଡ଼...

ଏସ୍‌ପି ସ୍ତରରେ ବ୍ୟାପକ ଅଦଳ ବଦଳ: ବଦଳିଲେ ଏସବୁ ଜିଲାର ପୋଲିସ ମୁଖିଆ

ଭୁବନେଶ୍ୱର,୨୯।୯: ରବିବାର ରାଜ୍ୟ ସରକାର ଆଇପିଏସ ସ୍ତରରେ ଆମୂଳଚୂଳ ପରିବର୍ତ୍ତନ କରିଛନ୍ତି। ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ତଥା ଅନେକ ଜିଲାର...

ମହଙ୍ଗା ପଡ଼ିଲା ଭରତପୁର ଥାନା ମାମଲା: ବଦଳିଲେ ଟ୍ୱିନ୍ ସିଟି କମିଶନର, ଭୁବନେଶ୍ୱର ଡିସିପି

ଭୁବନେଶ୍ୱର,୨୯।୯: କମିସନରେଟ ପୋଲିସ ଉପରେ ଭାରି ପଡିଛି ଭରତପୁର ଥାନା ମାମଲା। ଏକାସାଙ୍ଗରେ ବଦଳିଛନ୍ତି କଟକ-ଭୁବନେଶ୍ୱର କମିଶନର ସଞ୍ଜୀବ ପଣ୍ଡା ଏବଂ ଭୁବନେଶ୍ୱର ଡିସିପି ପ୍ରତୀକ...

ସାଙ୍ଗଙ୍କ ଭଉଣୀଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା: କାତି ଚୋଟରେ ସାଙ୍ଗ ଗୁରୁତର

ଦିଗପହଣ୍ଡି/ପାଟପୁର, ୨୯।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପଦ୍ମପୁର ଗ୍ରାମର ଜଣେ ଯୁବକଙ୍କ କାତି ଚୋଟରେ କରାଖଣ୍ଡି ଗ୍ରାମର...

ଆଇପିଏସ ସ୍ତରରେ ବଡ଼ ଅଦଳବଦଳ: ବଦଳିଲେ ଟ୍ୱିନ୍ ସିଟି ପୋଲିସ କମିଶନର

ଭୁବନେଶ୍ୱର,୨୯।୯: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ଓଡିଶା ସରକାର। ଭରତପୁର ଥାନା ମାମଲାରେ ବଦନାମ ହୋଇଥିବା କମିସନରେଟ ପୋଲିସ ମୁଖ୍ୟ ସଞ୍ଜୀବ ପଣ୍ଡାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri