୬ ଜିଲାରେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ, ଅଗ୍ନିଶମ ବାହିନୀ ମୁତୟନ

ଭୁବନେଶ୍ୱର,୧୯ା୫(ବ୍ୟୁରୋ): ମହାବାତ୍ୟା ଅମ୍ଫନ୍‌କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ପ୍ରସ୍ତୁତି ସମ୍ପର୍କରେ ସୋମବାର ଗଣମାଧ୍ୟମକୁ ସୂଚନା ଦେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାର ବିପଦପୂର୍ଣ୍ଣ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ନିକଟସ୍ଥ ବହୁମୁଖୀ ବାତ୍ୟା ଆଶୟସ୍ଥଳକୁ ସ୍ଥାନାନ୍ତର କରିବାକୁ ସମ୍ପୃକ୍ତ ଜିଲାର ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୧୯ ତାରିଖ ଅପରାହ୍ନ ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟାକୁ ଶେଷ କରିବାକୁ କୁହାଯାଇଛି। ଡିଜିପି ଅଭୟ ବାଲେଶ୍ୱର ଓ ଭଦ୍ରକ ଜିଲା ଗସ୍ତକରି ସ୍ଥିତିର ସମୀକ୍ଷା କରିଛନ୍ତି। ପ୍ରଭାବିତ ଆଶଙ୍କା ଥିବା ଜିଲାଗୁଡ଼ିକର ପୌରାଞ୍ଚଳ ଏବଂ ଗ୍ରାମାଞ୍ଚଳଗୁଡ଼ିକରେ ଲଗାଯାଇଥିବା ସମସ୍ତ ହୋର୍ଡିଂକୁ ତୁରନ୍ତ ହଟାଇବାକୁ ପରାମର୍ଶ ଦିଆଯାଇଛି। ବାତ୍ୟା ମୁକାବିଲା ପାଇଁ ୨୦ଟି ଓଡ୍ରାଫ ଟିମ୍‌, ୧୯ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଏବଂ ୩୩୫ଟିି ଅଗ୍ନିଶମ ବାହିନୀ ୟୁନିଟ୍‌କୁ ପ୍ରସ୍ତୁତ ରଖାଯାଇଛି। ୬ଟି ଉପକୂଳବର୍ତ୍ତୀ ଜିଲାରେ ୧୩ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌, ୧୫ଟି ଓଡ୍ରାଫ ଟିମ୍‌ ଏବଂ ୨୧୭ ଅଗ୍ନିଶମବାହିନୀକୁ ମୁତୟନ କରାଯାଇଛି। ପ୍ରତ୍ୟେକ ବିପଦସଙ୍କୁଳ ଜିଲାକୁ ଅଗ୍ନିଶମ ଅଧିକାରୀ ଓ ଉପ ଅଧିକାରୀମାନଙ୍କୁ ଅଗ୍ନିଶମ ବାହିନୀର ସଂଯୋଜନା କରିବାକୁ ଦାୟିତ୍ୱ ଦିଆଯାଇଛି। ୧୦ଟି ଅଗ୍ନିଶମ ବାହିନୀରେ ୧୦୦ ଜଣଙ୍କୁ ପ୍ରସ୍ତୁତ ରଖାଯାଇଛି। ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳର ଡାକ୍ତରଖାନାଗୁଡ଼ିକରେ ଯଥେଷ୍ଟ ପରିମାଣର ଇନ୍ଧନ, ଔଷଧ, ସାପକାମୁଡା ଔଷଧ ମହଜୁଦ ରଖାଯାଇଛି। ବିପର୍ଯ୍ୟୟର ମୁବାକିଲା ତଦାରଖ ପାଇଁ ଜିଲା ଓ ବ୍ଲକ ସ୍ତରରେ ନୋଡାଲ ଅଧିକାରୀ ଚିହ୍ନଟ କରାଯାଇଛି। ଗୁରୁତର ରୋଗୀମାନଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ମେଡିକାଲ ରିଲିଫ କେନ୍ଦ୍ର ଖୋଲିବାକୁ ଯୋଜନା କରାଯାଇଛି। ଶକ୍ତି ବିଭାଗ ପକ୍ଷରୁ ପ୍ରଭାବିତ ଜିଲା ପାଇଁ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି। ଓପିଟିସିଏଲ ଏବଂ ଗ୍ରୀଡ୍‌କୋ ପକ୍ଷରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୧୨ଟି ଜିଲାରେ ଗ୍ରାମାଞ୍ଚଳ ପାନୀୟଜଳ ଯୋଗାଣ ପାଇଁ ୧୬୩ ଜେନେରେଟର ପ୍ରସ୍ତୁତ ରଖାଯାଇଛି। କୃଷି, ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ ବିଭାଗ ପକ୍ଷରୁ ମଧ୍ୟ ପ୍ରସ୍ତୁତି କରାଯାଇଛି।
ସମସ୍ତ ଜିଲାପାଳ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଟିମ୍‌ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ନିକଟରେ ସାଟେଲାଇଟ ଟେଲିଫୋନ୍‌ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୬ଟି ଉପକୂଳ ଜିଲାରେ ଥିବା ଡିଜିଟାଲ ମୋବାଇଲ ରେଡିଓକୁ ପ୍ରସ୍ତୁତ ରଖାଯାଇଛି। ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ, ଖୋର୍ଦ୍ଧା, ଯାଜପୁର ଓ କଟକରେ ଭି-ସ୍ୟାଟ୍‌ ଯୋଗାଯୋଗ ବ୍ୟବସ୍ଥା କରାଯାଇଛି। ବାତ୍ୟାରେ ଯେପରି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ନ ହେବ ସେଥିପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏ ନେଇ ସରକାର ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ବୋଲି ଏସ୍‌ଆର୍‌ସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଛତୁଆ କେନ୍ଦ୍ରରେ ପହଞ୍ଚିଲେ ଉପଜିଲାପାଳ, ଆଉ ତା’ପରେ…

କୋକସରା,୨୩।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ରାଜ୍ୟରେ ଗର୍ଭବତୀ, ଶିଶୁ, କିଶୋରୀ ବାଳିକାଙ୍କୁ କୁପୋଷଣ, ଅପପୃଷ୍ଟିରୁ ରୋକିବା ପାଇଁ ବିଗତ ରାଜ୍ୟ ସରକାରଙ୍କ ପକ୍ଷରୁ ଛତୁଆ ଯୋଜନା ଆରମ୍ଭ...

ଦିନକ ପରେ ମା’ ଲଙ୍କେଶ୍ବରୀଙ୍କ ଖଣ୍ଡାବସା

ଭବାନୀପାଟଣା,୨୩ା୯(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ)- କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ମଙ୍ଗଳବାର ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର...

କ୍ୟାପିଟାଲ ହସ୍ପିଟାଲରେ ଡଷ୍ଟବିନରୁ ମିଳିଲା ନବଜାତକଙ୍କ ମୃତଦେହ

ଭୁବନେଶ୍ୱର,୨୩।୯: କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଯାଏ ମହିଳାଙ୍କୁ ସଶକ୍ତ କରିବା ଲାଗି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କରୁଥିଲେ...

କଟକରେ ସୀମା ଟପିଲା କଳାବଜାର: ଏହି ସବୁ ଜିଲାରେ ହେଉଥିଲା ବିକ୍ରି

କଟକ,୨୩।୯: ଅତୀତରେ କଟକରୁ ଖାଇବା ଘିଅ, ଡିଟରଜେଣ୍ଟ ପାଉଡରଠାରୁ ଆରମ୍ଭ ନାନା ପ୍ରକାର ଖାଦ୍ୟ ସାମଗ୍ରୀର ଅପମିଶ୍ରଣ କରାଯାଉଥିବା ଦେଖିବାକୁ ମିଳିଥିଲା। ଏବେ କିଛି ଖଳ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ବଳାତ୍କାରୀଙ୍କୁ….

ଫୁଲବାଣୀ,୨୩।୯: କନ୍ଧମାଳ ଜିଲା ଫୁଲବାଣୀ ଜିଲା ପୋକ୍ସୋ କୋର୍ଟ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଦେବରାଜ...

ଫରେଷ୍ଟରଙ୍କ ଆତ୍ମହତ୍ୟା ନେଇ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ, ସୁଇସାଇଡ୍‌ ନୋଟ୍‌ରେ ଥିଲା…

ଭବାନୀପାଟଣା,୨୩ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ବନ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଯାଞ୍ଚ୍‌ ଆରମ୍ଭ ହୋଇଛି।...

ଜଳପ୍ରପାତରେ ବୁଡି ୨ ଡାକ୍ତରୀ ଛାତ୍ରୀଙ୍କ ଜୀବନ ଗଲା: ଜଣେ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ମାଲକାନଗିରି,୨୩ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ମୋଟୁଠାରୁ ୪୦ କିଲୋମିଟର ଦୂର ଆନ୍ଧ୍ରପ୍ରଦେଶର ତରଙ୍ଗିଣୀ ଜଳପ୍ରପାତରେ ୫ଜଣ ଡାକ୍ତରୀ ଛାତ୍ରୀଛାତ୍ର ଭାସି ଯାଇଥିଲେ। ଜଣେ ଛାତ୍ରୀ...

ଭରତପୁର ଥାନା: ଏଣେତେଣେ ପଡ଼ିଥିବା ସିସିଟିଭକୁ ନେଇ ବଢ଼ୁଛି…

ଭୁବନେଶ୍ୱର,୨୩।୯: ଭରତପୁର ଥାନା ବର୍ତ୍ତମାନ ଚର୍ଚ୍ଚାରେ ଥିବା ବେଳେ  ଥାନାରେ ଏଣେତେଣେ ପଡ଼ିଥିବା ସିସିଟିଭକୁ ନେଇ ରହସ୍ୟ ବଢ଼ୁଛି । ଗଦା ଗଦା ସିସିଟିଭି କ୍ୟାମେରା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri