ମନିଲା,୨୯।୧୦: ଦକ୍ଷିଣ ଫିଲିପାଇନ୍ସରେ ମଙ୍ଗଳବାର ହୋଇଥିବା ଭୂକମ୍ପ ପରେ ଲୋକେ ଭୟଭୀତ ହୋଇଯାଇଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୬। ଏଥିରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳି ନ ଥିବା ବେଳେ କ୍ଷୟକ୍ଷତିର ପରିମାଣ ଅଧିକ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। କାରଣ ଭୂକମ୍ପ ହେବା ପରେ ଲୋକେ ଘରୁ ବାହାରି ଏଣେତେଣେ ଦୌଡିଥିଲେ। ଆମେରିକା ଜିଓଲଜିକାଲ ସର୍ଭେର ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ସୁନାମୀର ଭୟ ନ ଥିବା କୁହାଯାଇଛି। ଏହି ଭୂକମ୍ପ ମିଣ୍ଡାନାଓ ଦ୍ୱିପରେ ଅନୁଭୂତ ହୋଇଛି। ସୂଚନାଯୋଗ୍ୟ, ଏଠାରେ ଚଳିତ ମାସ ପ୍ରଥମ ସପ୍ତାହରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା।