୭ ବର୍ଷରେ ୨୪.୬୧ % ଦାରିଦ୍ର୍ୟ କମିଛି: ମନ୍ତ୍ରୀ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଗତ ୨୦ ବର୍ଷ ମଧ୍ୟରେ ଓଡିଶା ସାମଗ୍ରିକ ଅର୍ଥନୈତିକ ପ୍ରଗତି, ଦାରିଦ୍ର୍ୟ ଦୂରୀକରଣ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ପ୍ରଶଂସନୀୟ ଅଗ୍ରଗତି ହାସଲ କରିଛି। ଏକ ସ୍ଥିର ଏବଂ ସମ୍ବେଦନଶୀଳ ଶାସନ, ଉତ୍ତମ ଆର୍ଥିକ ପରିଚାଳନା ଯୋଗୁ ରାଜ୍ୟର ସାମାଜିକ, ଅର୍ଥନୈତିକ ଏବଂ ଭିତ୍ତିଭୂମି ତଥା ପ୍ରଯୁକ୍ତି ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାର ହାସଲ ହୋଇପାରିଛି। ଗୁରୁବାର ବିଧାନସଭା ମୁଲତବୀ ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା।
କହିଛନ୍ତି ଯେ ନୀତି ଆୟୋଗ ଦ୍ୱାରା ଗଠିତ ତେନ୍ଦୁଲକର କମିଟିର ପଦ୍ଧତି ଅନୁଯାୟୀ ରାଜ୍ୟର ଦାରିଦ୍ର୍ୟ ଅନୁପାତ ୨୦୦୪-୦୫ରେ ୫୭.୨୦% ଥିବାବେଳେ ୨୦୧୧-୧୨ରେ ୩୨.୫୯%କୁ ହ୍ରାସ ପାଇଛି। ରାଜ୍ୟର ଦାରିଦ୍ର୍ୟ ହ୍ରାସ ୨୪.୬୧ ପ୍ରତିଶତ, ଯାହାକି ଦେଶର ସମସ୍ତ ରାଜ୍ୟଗୁଡିକ ମଧ୍ୟରୁ ସର୍ବାଧିକ। ଏହି ପଦ୍ଧତି ଅନୁଯାୟୀ ୨୦୦୪-୦୫ରେ ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ବାସକରୁଥିବା ସମୁଦାୟ ଜନସଂଖ୍ୟା ୨୨୧.୬୦ ଲକ୍ଷ ଥିବା ବେଳେ ୨୦୧୧-୧୨ ଏହା ୧୩୮.୫୩ ଲକ୍ଷକୁ ହ୍ରାସ ପାଇଛି। ଉକ୍ତ ସମୟ ମଧ୍ୟରେ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠିଥିବା ଜନସଂଖ୍ୟା ୮୩.୦୭ ଲକ୍ଷ । ରାଜ୍ୟ ସରକାରଙ୍କ ସାମଗ୍ରିକ ବିକାଶ ଦିଗରେ ନିଆଯାଇଥିବା ବଳିଷ୍ଠ ପଦକ୍ଷେପ ଯୋଗୁ ଏହି ଲକ୍ଷ୍ୟ ହାସଲ କରାଯାଇ ପାରିଛି। କେବଳ ଦାରିଦ୍ର୍ୟ ହ୍ରାସ ପାଉ ନାହିଁ କୃଷି ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି। ୨୦୦୨-୦୩ରୁ ୨୦୧୫-୧୬ ମଧ୍ୟରେ ରାଜ୍ୟରେ କୃଷି କ୍ଷେତ୍ରରେ ୮.୦୫% ଅଭିବୃଦ୍ଧି ହସଲ ହୋଇପାରିଛି। ଫଳରେ ଖାଦ୍ୟ ଶସ୍ୟ ନିଅଣ୍ଟିଆରୁ ବର୍ତ୍ତମାନ ବଳକା ରାଜ୍ୟ ଭାବେ ଓଡିଶା ଉଭା ହୋଇଛି। ସାମାଜିକ ବିକାଶ କ୍ଷେତ୍ରରେ ରାଜ୍ୟର ୪୫.୫୫ ପ୍ରତିଶତ ପାଣ୍ଠି ବିନିଯୋଗ ରାଜ୍ୟ ସରକାରଙ୍କ ସାମଗ୍ରିକ ଓ ସୁଷମ ବିକାଶ ପାଇଁ ଥିବା ପ୍ରତିବଦ୍ଧତାକୁ ସୂଚାଉଛି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର ସାମଗ୍ରିକ ଉତ୍ପାଦନ ୨୦୦୦-୦୧ରେ ୪୮୪୧୪.୮୪ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୧୯-୨୦ରେ ୫୩୩୮୨୨.୪୬ କୋଟି ଟଙ୍କାରେ ପହଞ୍ଚି ପାରିଛି। ୨୦୦୦-୦୧ରୁ ୨୦୧୯-୨୦ ମଧ୍ୟରେ ଘରୋଇ ଉତ୍ପାଦ ପ୍ରାୟ ୧୧ ଗୁଣା ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ଓଡିଶାରେ ଦାରିଦ୍ର୍ୟ କରୋନା ଭାଇରସ ଭଳି ମାଡି ଚାଲିଛି। ରାଜ୍ୟର ଋଣ ବୋଝ ୧ ଲକ୍ଷ ୬୦ ହଜାର କୋଟିକୁ ଟପିଲାଣି। ରାଜ୍ୟର ଦାରିଦ୍ର୍ୟ ହାର ଅକ୍ସଫୋର୍ଡ ୟୁନିଭରସିଟି ରିପୋର୍ଟ ଅନୁଯାୟୀ ୬୩ ପ୍ରତିଶତରେ ପହଞ୍ଚିଛି। କାଳିଆ ଯୋଜନାରେ ଦରିଦ୍ର୍ୟ ହିତାଧିକାରୀଙ୍କୁ ଭତ୍ତା ନ ଦେଇ ଦଳୀୟ ଭିତ୍ତିରେ ଟଙ୍କା ବଣ୍ଟାଯାଇଛି। ଯେଉଁଥିପାଇଁ ୪୫ ହଜାର ଅଯୋଗ୍ୟ ହିତାଧିକାରୀ ଧରାପଡିଛନ୍ତି। ପ୍ରତ୍ୟେକ ଯୋଜନାରେ ଦୁର୍ନୀତି ଭରି ରହିଛି। ରାଜ୍ୟର ଦାରିଦ୍ର୍ୟକୁ ନେଇ ବିରୋଧୀ ଦଳ ଗୁରୁବାର ବିଧାନସଭା ମୁଲତବୀ ଆଲୋଚନା ବେଳେ ସରକାରଙ୍କୁ ଜୋରଦାର ଆକ୍ରମଣ କରିଥିଲେ।
ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଥିଲେ ଯେ ଆମେ ଯେତେବେଳେ ସରକାରରେ ଥିଲୁ ସେତେବେଳେ ରାଜ୍ୟର ଋଣ ଭାର ୧୮ ହଜାର କୋଟି ଥିଲା। ଆମେ ଭାବୁଥିଲୁ କଂଗ୍ରେସ ରାଜ୍ୟ ଉପରେ ଋଣ ଲଦି ଦେଇ ଯାଇଛି। ମାତ୍ର ଏହି ଋଣ ମାଡି ମାଡି ଚାଲିଛି। ଅଣ୍ଡା, ମାଛ, ଆଳୁ, ପିଆଜ, ଡାଲି ବାହାର ରାଜ୍ୟରୁ ଆଣୁଛୁ। ଓଡିଶାରେ ତାହା ହେଲେ ହେଉଛି କଣ। ଇଜ୍‌ ଅଫ୍‌ ଡୁଇଙ୍ଗ ବିଜିନେସରେ ରାଜ୍ୟର ନମ୍ବର ୨୦୧୫ରେ ୭ମ ସ୍ଥାନରୁ ୨୦୧୭ରେ ୧୪ ସ୍ଥାନକୁ ଖସିଗଲାଣି ରାଜ୍ୟରେ ଏବେ ୯ ଲକ୍ଷ ଶିକ୍ଷିତ ପଞ୍ଜିକୃତ ବେକାର । ଶିକ୍ଷିତ ଏବଂ ଅଶିକ୍ଷିତଙ୍କୁ ମିଶାଇଲେ ପ୍ରାୟ ୧ କୋଟି ବେକାର ଓଡିଶାରେ ଅଛନ୍ତି ବୋଲି କହିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଅଭିଯୋଗ କରିଥିଲେ ଯେ ସେ ଦେଉଥିବା ମୁଲତବୀ ଲେଖାକୁ ବାଚସ୍ପତି ବଦଳାଇ ଦେଉଛନ୍ତି। ଗତ କାଲି ବଦଳାଯାଇଥିଲା । ପୁଣି ଆଜି ବଦଳାଇ ଦିଆଯାଇଛି । କାହିଁକି ଏପରି କରାଯାଉଛି ।
ସରକାର ଡରି କରି ଏପରି କରୁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିବେ ବୋଲି ଧମକ ଦେଇଛନ୍ତି। ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟ ଉନ୍ନତି କରିବା ପରିବର୍ତ୍ତେ ତଳକୁ ତଳକୁ ଯାଉଛି । ଦାରିଦ୍ର୍ୟ କମାଇବାକୁ ହେଲେ ଦୃଢ ଇଚ୍ଛାଶକ୍ତି ଦରକାର। ଦୀର୍ଘମିଆଦୀ ଯୋଜନାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। କଂଗ୍ରେସ ସଦସ୍ୟ ନରସିଂହ ମିଶ୍ର କହିଥିଲେ ମନ୍ତ୍ରୀଙ୍କ ଉତ୍ତର ନୈରାଶ୍ୟଜନକ। ସ୍ବାଭିମାନର ସହ ବଞ୍ଚିବା ଜଣେ ବ୍ୟକ୍ତିର ମୌଳିକ ଅଧିକାର। ମାତ୍ର ଏହି ଅଧିକାର ଦାରିଦ୍ର୍ୟ ଛଡାଇ ନେଇଛି। ସ୍କୁଲରେ ଶିକ୍ଷକ ନାହାନ୍ତି। ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ଦିଲ୍ଲୀର କେଜ୍‌ରିଓ୍ବାଲ ଶିକ୍ଷା ଓ ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଲୋକମାନେ ତାଙ୍କ ଉପରେ ବିଶ୍ୱାସ କରିଛନ୍ତି। ରାଜ୍ୟରେ ଗତ ୨୦ ବର୍ଷ ଧରି ଦାରିଦ୍ର୍ୟ ସୀମାରେଖା ତଳକୁ ଖସି ଚାଲିଛି ବୋଲି ନରସିଂହ କହିଛନ୍ତି। କଂଗ୍ରେସ ସଭ୍ୟ ସୁରେଶ କୁୂମାର ରାଉତରାୟ ମୁଲତବୀ ଆଲୋଚନାରେ ଅଂଶଗ୍ରହଣ କରି ସରକାରଙ୍କୁ ସମାଲୋଚନା କରିଥିଲେ। ଅନ୍ୟପକ୍ଷରେ ସରକାରୀ ଦଳ ସଦସ୍ୟ ଅମର ଶତପଥୀ, ଧ୍ରୁବ ଚରଣ ସାହୁ, ପ୍ରଫୁଲ୍ଲ କୁମାର ସାମଲ ଏବଂ ଅଶ୍ୱିନୀ ପାତ୍ର ପ୍ରମୁଖ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଜରିଆରେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ବେକାରି ହ୍ରାସ କରିବା ନେଇ ସରକାର ଗୁଣଗାନ କରିଥ୍‌ତ୍ଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ...

ମଙ୍କିପକ୍ସ ମୁକାବିଲା ପାଇଁ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୯ (ବନ୍ଦନା ସେଠୀ):ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏହାକୁ ଗୁରୁତ୍ୱର ସହ ନେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମ୍ଭାବ୍ୟ ମଙ୍କିପକ୍ସ ସଂକ୍ରମଣର ମୁକାବିଲା...

ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ

ଭୁବନେଶ୍ୱର,୨୦।୯(ଅନିଲ ଦାସ):ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନ ଅଭିଯୋଗର ଶୁଣାଣି କରିବେ। ଜନ ଶୁଣାଣି ପାଇଁ ଗୁରୁବାରଠାରୁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ...

ସାହାରା ଜମାକାରୀଙ୍କ ପାଇଁ ଖୁସିଖବର: ଫେରସ୍ତ ରାଶି ସୀମା ୫୦ହଜାରକୁ ବୃଦ୍ଧି

ଭୁବନେଶ୍ୱର,୨୦ା୯(ଅନୁରାଧା ମହାରଣା):ସରକାର ସାହାରା ଗ୍ରୁପ୍‌ ସମବାୟ ସମିତିର କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ କରାଯିବାକୁ ଥିବା ଅର୍ଥ ରାଶିର ସୀମା ୧୦ହଜାର ଟଙ୍କାରୁ ୫୦ହଜାର ଟଙ୍କାକୁ ବୃଦ୍ଧି...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

ମେଜରଙ୍କ ବାନ୍ଧବୀଙ୍କୁ ଗୁପ୍ତାଙ୍କ ଦେଖାଇଥିଲେ ଥାନା ଆଇଆଇସି

ଭୁବନେଶ୍ୱର,୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ନିର୍ଯାତନା ଓ ଅତ୍ୟାଚାରର ଶିକାର ହୋଇଥିବା ଅଙ୍କିତା ପ୍ରଧାନ ଜାମିନରେ ମୁକୁଳିବା ପରେ ଗଣମାଧ୍ୟମ ଆଗକୁ ଆସି ମୁହଁ ଖୋଲିଛନ୍ତି। ଶନିବାର...

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri