ଭୁବନେଶ୍ୱର, ୩।୬(ବ୍ୟୁରୋ): ସୋମବାର ପ୍ରକାଶ ପାଇଛି ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ। ଏଥର ଛାତ୍ରଙ୍କ ଠାରୁ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ତେବେ ୯ଟି କଲେଜରେ କୌଣସି ଛାତ୍ରୀଛାତ୍ର ପାସ୍ କରିନାହାନ୍ତି। ୨୯ଟି କଲେଜରେ ସମସ୍ତ ଛାତ୍ରୀଛାତ୍ର (୧୦୦%) ପାସ୍ କରିଛନ୍ତି। ରାଜ୍ୟର ମୋଟ ୬୦ ଜଣ ଛାତ୍ରୀଛାତ୍ର ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ବାଲେଶ୍ୱରରେ ସର୍ବାଧିକ ପାସ୍ ହାର(୮୬.୫୬%) ରହିଥିବା ବେଳେ ସର୍ବନିମ୍ନ ପାସ୍ ହାର ଗଜପତିରେ (୩୬.୨୦%) ରହିଛି।