Advertisement

ଅଁଟାରୁ ତଲକେ ଅଚଲ, ଖଟେ ପଡ଼ିଛନ୍‌ ବିପିନ: ଚିକିଛା ସାହାଯ୍‌ ଲାଗି ପରିବାରର ଆକୁଲ ନିବେଦନ

 

ଲାଠୋର, ୩୧ା୮ (ଡି.ଏନ୍‌.ଏ.):
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ସଦର ମନ୍ଦିର ପଡ଼ାର ବିପିନ ସେଠ୍‌(୫୩) ରୋଗ୍‌ ପରଭାବରେ ଖଟେ ପଡ଼ି ରହିଛନ୍‌। ଇଆଡ଼େ ଟଁକା ପଏସା ଅଭାବୁ ସେ ଚିକିଛା କରେଇ ନାଇଁପାରବାର। ଏନ୍‌ତାଥି ପରିବାର ଲୋକ୍‌ ସରକାରୀ ସାହାଯ୍‌ ଲାଗି ଆକୁଲ ନିବେଦନ କରିଛନ୍‌।
ସୂଚନା ଅନ୍‌ସାରେ ଅନେକ ବଛର ହେଲା ବିପିନ କୁଟୁମବସିଆ ଲାଠୋରରେ ରହୁଛନ୍‌। ପରିବାର କହେଲେ ମାଏକିନା ନିର, ଦୁଇ ଝି’ ଆର ଗୁଟେ ବଲି ପୁଓକେ ନେଇ ସଁସାର। ଦୁଖ୍‌ସୁଖ କରି ବିପିନ ଝି’ପୁଓକୁ ବିହାଚୁରା କରି ସାଏଲେନ। ଏହେଦେ ବିପିନ ଆର ତାକର ମାଏକିନା ପୁଓ ବହର ଆଶ୍‌ରେଥି ରହୁଛନ୍‌। ପୁଓ ଗୁଟେ ଘରୋଇ ସ୍କୁଲରେ ପାଠ୍‌ ପଢ଼ଉଛନ୍‌, ତାକର କମାନୀରେ ଘରର ଚୁଲି ଜଲୁଛେ। ହେଲେ ସେଟା ବି ୪ ପରାନୀ କୁଟୁମ୍‌ର ପେଟ୍‌କେ ଅଁଟ୍‌ଲେ ଦିହିକେ ନାଇଁ। ଇଆଡ଼େ ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ସଁପତି ବଲି କିଛି ନାଇଁ। ସରକାରୀ ଯୋଜନାରେ ମାଏକିନାର ନଁାରେ ବିପିନ ଘରଖଁଡ଼େ ପାଇଛନ୍‌। ଇତାର ବାହାରେ ପଁଚେତ୍‌ରୁ ମାସିକ ୨୦ କେ.ଜି. ଚାଉଲ ପାଉଛନ୍‌। ଲାଠୋରରେ ବିପିନକଁର ଗୁଟେ ଆଇରନ୍‌ ଦୁକାନ ଅଛେ, ସେଥ୍‌ରୁ ସେ ପିଲାଛୁଆକୁ ବଡ଼ କରବାର ସଂଗେ ବିହାଚୁରା କରିଛନ୍‌। ହେଲେ ଆଏଜ୍‌କେ ପାଖାପାଖି ୨ ବଛର ହେଲା ରୋଗ୍‌ ପରଭାବରେ ବିପିନକଁର ଅଁଟାରୁ ତଲକେ ନାଇଁ ଚଲବାର, ସେ ସବୁବେଲେ ଖଟେ ପଡ଼ିରହିଛନ୍‌। ମାଏକିନା ତାକର ଖାନାପିନା, ଗଧାମଖା, ଝାଡ଼ାଝପଟନୁ ସବୁ ପରକାର ସେବା ଯତନ କରୁଛନ୍‌। ଏନ୍‌ତାଥି ଅନେକ ଦିନ୍‌ ହେଲା ଦୁକାନଟା ବି ବଁଦ୍‌ ହେଇ ପଡ଼ିଛେ। ଏନ୍‌ତାଥି ବିପିନ ଚିକିଛା ତ ଦୂରର କଥା ଅନେକ ସମିଆରେ ଉଷୋକଷା ଘିନି ଖାଇ ନାଇଁପାରବାର। ଯେନ୍‌ଥିରଲାଗି ପରିବାର ଲୋକ୍‌ ଉପେ ଶୂଇନ୍‌ ହେଇ ଗଣମାଧ୍ୟମ ଜରିଆରେ ବ୍ଲକ ଆର ଜିଲା ପରଶାସନକେ ଚିକିଛା ସାହାଯ୍‌ ଲାଗି ଗୁହାରି କରିଛନ୍‌।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share